ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦୁଡଙ୍ଗରି ଗାଁ ରେ ସୁପରିକଳ୍ପିତ ହତ୍ୟା ଘଟଣା ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପରେ ନିରପେକ୍ଷ ତଦନ୍ତ ଦାବି ରେ ମୃତକ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା

କୋକସରା,୧୧/୫- ପ୍ରଥମେ ଯୁବକ ଙ୍କୁ ହତ୍ୟା କରି ବେକ ରେ ଫାସ ଦେଇ ଏକ ଶାଗୁଆନ ଗଛରେ ଝୁଲାଇ ଆତ୍ମହତ୍ୟା ର ନାଟକ ରଚିଥିଲେ ଅଭିଯୁକ୍ତ । ହେଲେ ପରିବାରର ଅଭିଯୋଗ ପରେ ୪ ଜଣିଆ ସାଇଣ୍ଟିଫିକ ଟିମ ର ତଦନ୍ତ, ପାରିପାର୍ଶ୍ବିକ ଅବସ୍ଥା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଙ୍କ ନେତୃତ୍ୱରେ ଆମପାଣି ପୋଲିସ ର ଛାନଭିନ ଓ ଅଟକ ରଖିଥିବା ଅଭିଯୁକ୍ତ ଙ୍କ ଠାରୁ ସତ ଓଗାଳିବାରେ ସଫଳ ହୋଇଛି ପୋଲିସ। ସୂଚନା ଅନୁସାରେ ଆମପାଣି ଥାନା ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଗ୍ରାମର ଦ୍ଵାରିକା ଦାସ (୨୨) ଙ୍କ ଝୁଲନ୍ତା ମୃତଦେହକୁ ଗତ ୩ ତାରିଖ ରେ ଗ୍ରାମ ନିକଟରେ ଥିବା ଏକ ପୋଖରୀ ହୁଡା ର ଶାଗୁଆନ ଗଛ ରୁ ଉଦ୍ଧାର କରିଥିଲା ଆମପାଣି ପୋଲିସ । ଏ ନେଇ ମୃତକ ଯୁବକ ଙ୍କ ବାପା ଟିକେଶ୍ୱର ଦାସ ପରିବାର ବର୍ଗ ଙ୍କ ହତ୍ୟା ଅଭିଯୋଗ ଓ ବିଭିନ୍ନ ଦିଗକୁ ତଦନ୍ତ ପରେ ପୋଲିସ ମଧ୍ୟ ଯୁବକ କୁ ହତ୍ୟା ନେଇ ଏକ ମାମଲା ରୁଜୁ କରି ସନ୍ଦେହ ରେ ପ୍ରଥମେ କିଛି ଯୁବକ କୁ ଆମପାଣି ଓ କୋକସରା ଥାନା ରେ ଅଟକ ରଖି ପଚରାଉଚୁରା ସହ ଛାନଭିନ ପରେ ହତ୍ୟାକାଣ୍ଡ ର ପର୍ଦାଫାସ କରିବାରେ ସଫଳତା ମିଳିଥିଲା। ଅଭିଯୁକ୍ତ ହତ୍ୟା ଘଟାଇଥିବା ସ୍ୱୀକାର କରିବା ପରେ ପୋଲିସ ଏହି ଘଟଣା ରେ ୩ ଜଣ ଯୁବକ ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ନେଇ ସୁଚନା ଦେଇଛି। ଦ୍ଵାରିକା ଦାସ କୁ ହତ୍ୟା କରିଥିବା ଅଭିଯୋଗ ରେ ପୋଲିସ ଧର୍ମଗଡ ବ୍ଲକ ପର୍ଲା ଗ୍ରାମର ପ୍ରଦୀପ କୁମାର ଦାସ (୩୯) କେନ୍ଦୁଡଙ୍ଗରି ଗ୍ରାମର ଯତୀନ ଦାସ(୩୯) ଓ ମହେନ୍ଦ୍ର ନାଏକ(୩୦) କୁ ଦୋଷୀ ପାଇ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସୁଚନା ଦେଇଛନ୍ତି । ଏନେଇ ଆମପାଣି ଥାନା ରେ ହତ୍ୟା ମାମଲା ରେ କେଶ ନମ୍ବର ୪୮/୨୨ ରୁଜୁ ହୋଇ ଧାରା ୩୦୨/୩୪ ଆଇ.ପି.ସି ଅନୁସାରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୁଚନା ମିଳିଛି। ତେବେ ପାରିବାରିକ କଳହ ଓ ଜଣେ ଯୁବକ ର ମୃତ ଦ୍ଵାରିକା ଦାସ ର ସମ୍ପର୍କୟ ଭଉଣୀ ଙ୍କ ସହ ପ୍ରେମ ସମ୍ପର୍କ କୁ ନେଇ ହତ୍ୟାକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ତେବେ ପୋଲିସ ର ତଦନ୍ତ ପ୍ରକ୍ରିୟା କୁ ପ୍ରତିବାଦ କରି ଓ ଏହି ହତ୍ୟାକାଣ୍ଡ ଘଟଣା ରେ ପୋଲିସ ନିର୍ଦୋଷ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟା ରେ ଜଡିତ ଥିବା ଯୁବକ ଙ୍କୁ ଖସାଇଦେଇଛି ବୋଳି ଅଭିଯୋଗରେ ଆମପାଣି ଥାନା ସମ୍ମୁଖରେ ମୃତକ ଯୁବକଙ୍କ ପରିବାର ଓ ମହିଳା ମାନେ ଧାରଣା ଦେଇଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ମ ନି ସ 

Related posts

କାମାକ୍ଷା ନଗର ରେ ବିଜେଡି ର ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

Sunil Chandra Nayak

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!