ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନାଗସାପ ଉଦ୍ଧାର 

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନାଗସାପ ଉଦ୍ଧାର 

କୁକୁଡାଖଣ୍ଡି ୨୫/୦୪ କୁକୁଡ଼ାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିରାଟ ନାଗସାପ ଉଦ୍ଧାର ହୋଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସନ୍ଦୀପ ସେଠୀ ପହଞ୍ଚି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୂଚନା ମୁତାବକ, ଶନିବାର ସକାଳେ ଜଣେ ଶିକ୍ଷକ ସ୍କୁଲ ଶୌଚାଳୟ ବ୍ୟବହାର କରିବାକୁ ଯାଉଥିଲେ । ଏହି ସମୟରେ ଶୌଚାଳୟ ଗେଟ୍ ନିକଟରେ ନାଗ ସାପଟି ବୁଲୁଥିବା ଦେଖିବାକୁ ପାଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ସାପକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲପ ଲାଇନକୁ ଯୋଗାଯୋଗ କରିଥିଲେ । ସନ୍ଦୀପ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ନାଗ ସାପଟିର ଲମ୍ବା ପ୍ରାୟ ୫ ଫୁଟ ହୋଇଥିବା ବେଳେ ବନ ବିଭାଗର ପରାମର୍ଶକ୍ରମେ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ସନ୍ଦୀପ କହିଛନ୍ତି।

Related posts

ଜିଲ୍ଲା ଯୁବ ଉତ୍ସବରେ ସମ୍ମାନିତ ହେଲେ ଚସ୍ମିତ୍ କୌର

masiha

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ଗୃହ ଓ ଭୋଜନଶାଳା ଉଦ୍ଘାଟିତ

Sunil Chandra Nayak

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

Leave a Comment

error: Content is protected !!