ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ,ବାଣ ଓ ବିରାଟ ପଟୁଆର ରେ ଦୁଲୁକିଲା ଭଞ୍ଜନଗର ସହର 

ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ,ବାଣ ଓ ବିରାଟ ପଟୁଆର ରେ ଦୁଲୁକିଲା ଭଞ୍ଜନଗର ସହର 

ବ୍ରହ୍ମପୁର, ତା ୨୭/୦୪ ଆରମ୍ଭ ହେଲା ଗଞ୍ଜାମର ବହୁ ପ୍ରତିକ୍ଷିତ ଭଞ୍ଜନଗର ଠାକୁରାଣୀ ଯାତ୍ରା। ଯାତ୍ରାର ବିଶେଷତ୍ୱ ଥିଲା ଅଧିଷ୍ଠାତ୍ରୀ ଦେବୀ ମା’ ବାଗଦେବୀଙ୍କୁ ନିମନ୍ତ୍ରଣ । ମା’ଙ୍କ ମଥାରୁ ଆଜ୍ଞାମାଳ ଖସିବା ଏବଂ ପରମ୍ପରା ଅନୁଯାୟୀ ଶଗଡ଼ରେ ବିଜେ ହୋଇ ବାପଘର ଭଞ୍ଜନଗରର ଅସ୍ଥାୟୀ ପୀଠକୁ ଆସିବା। ଦୀର୍ଘ ଆଠ କିଲୋମିଟର ଦୂର ଶଗଡ଼ରେ ମା’ ଆସିବା ସମୟରେ ରାସ୍ତାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା I ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ଦିନରେ ଦେଖ‌ିବାକୁ ମିଳିଥିଲା ଏଭଳି ଦୃଶ୍ୟ। ପ୍ରଥମେ ସଜେଇ ହୋଇଥିବା ଶଗଡ଼କୁ ଧରି ଭଞ୍ଜନଗର ଠାକୁରାଣୀ ଯାତ୍ରାର ଅସ୍ଥାୟୀ ପୀଠରୁ, କୁଲାଡ଼ ଗାଁ ସ୍ଥିତ ମା’ବାଗଦେବୀଙ୍କ ପୀଠକୁ ବାହାରିଥିଲେ ଆୟୋଜକ କମିଟି ଓ ଭକ୍ତ । ମା’ଙ୍କୁ ନିମନ୍ତ୍ରଣ କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ ଥିଲା ନିମନ୍ତ୍ରଣ ପାଇ ଯାତ୍ରାକୁ ଯିବାପାଇଁ ଚାହିଁ ରହିଥ‌ିବା ମା’ ବାଗଦେବୀଙ୍କ ସମ୍ମତି I ଘଣ୍ଟ- ଘଣ୍ଟା ଓ ଜୟ ଜୟକାର ଧ୍ୱନିରେ ଭିତରେ, ମା’ଙ୍କ ମଥାରୁ ଆଜ୍ଞାମାଳ ଖସିବାର ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜ୍ଞାମାଳ ପାଇବା ପରେ ମା’ବାଗଦେବୀଙ୍କୁ ଶଗଡ଼ରେ ବିଜେକରାଇ ଭଞ୍ଜନଗର ଅସ୍ଥାୟୀ ପୀଠ ଅଭିମୁଖେ ବାହାରିଥିଲେ ଭକ୍ତ। ରବିବାର ମଧ୍ୟାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଶଗଡ଼ରେ ମା’ଙ୍କ ଆଗମନ ଯାତ୍ରା ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ମା’ଙ୍କ ଏହି ଅଲୌଳିକ ଗସ୍ତକୁ ଦର୍ଶନ କରିବା ପାଇଁ ରାସ୍ତାରେ ଜଗି ରହିଥିଲେ ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ଭକ୍ତ। ସଂଧ୍ୟାରେ ଭଞ୍ଜନଗର ନିକଟ ମା’ବାଟ ବାଗଦେବୀଙ୍କ ପୀଠରେ ପହଞ୍ଚି କିଛି ସମୟ ବିଶ୍ରାମ ନେବାପରେ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଥିଲା। ସେଠାରୁ ଅସ୍ଥାୟୀ ପୀଠ ଅଭିମୁଖେ ବିରାଟ ବାଣ-ପଟୁଆରରେ ବାହାରିଥିଲେ ମା’ ବାଗଦେବୀ। ପରମ୍ପରା ଅନୁଯାୟୀ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପୁରୋଧା ଭାବେ ଦାୟିତ୍ଵ ତୁଲାଇଥିଲେ। ଏହା ସହ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ, ମା’ଙ୍କ ଆଗମନ ଯାତ୍ରାରେ ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ ମା’ ବାଗଦେବୀ। ସେଠାରୁ ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ଭକ୍ତ। ସେଠି ପୁଣି ମା’ ଠାକୁରାଣୀଙ୍କ ମଥାରୁ ଆଜ୍ଞାମାଳ ଖସିବା ପରେ ତାହା ଗ୍ରହଣ କରି ମା’ଙ୍କୁ ନିମନ୍ତ୍ରଣ କରି ଆଣିଥିଲେ ଦେଶୀ ବେହେରା ପରିବାରର। ପ୍ରଥମ ଦିନରେ ଉଭୟ ମା’ବାଗଦେବୀ ଓ ମା’ଠାକୁରାଣୀଙ୍କୁ ନିମନ୍ତ୍ରଣ ଏବଂ ଅସ୍ଥାୟୀ ପୀଠରେ ବିଜେ ନୀତି ଶେଷ ହୋଇଛି। ଗୋଟିଏ ଦିନ ମା’ଙ୍କ ବିଶ୍ରାମ ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ମା’ଙ୍କ ନଗରଭ୍ରମଣ ଯାତ୍ରା।

Related posts

ଖେରଣା ଗାଁ ରେ ପ୍ରସିଦ୍ଧ ଖୋନ୍ଦାମାଡା ପର୍ବ 

Sunil Chandra Nayak

ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଦ୍ବାଦଶୀ ତିଥୀ ରବିବାରରେ ବାବା ନୃସିଂହନାଥ ପୀଠରେ ପୂଜାର୍ଚ୍ଚନା

masiha

Leave a Comment

error: Content is protected !!