ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଯାପିତ 

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଯାପିତ 

୧୩ ଜଣ ଛାତ୍ରୀ,ଛାତ୍ର ମୋଟ୍ ୪୫,୦୦୦ (ପଇଁଚାଳିଶ ହଜାର) ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରାପ୍ତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ 

ଢେଙ୍କାନାଳ-ତା.୩୦.୦୪.୨୦୨୬ ରିଖ:(ମ ନି ସ )ସ୍ଥାନୀୟ ଢେଙ୍କାନାଳ ପଞ୍ଚାୟତରାଜ ହାଇସ୍କୁଲ,କାନପୁରା, କାମାକ୍ଷାନଗର,ଢେଙ୍କାନାଳ ପରିସରରେ ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତଙ୍କ ମିଳିତ ଆବାହକତ୍ୱରେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ ଯେଉଁ ବ୍ୟକ୍ତି ଗତାନୁଗତିକ ଧାରାରୁ ଉଦ୍ଧ୍ୱର୍କୁ ଯାଇ ନୂତନ ଢଙ୍ଗରେ ଚିନ୍ତା କରେ ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ପିଲାମାନେ ବିଜ୍ଞାନ ପ୍ରତି ଆକର୍ଷିତ ହୋଇ ନୂତନ ଉଦ୍ଭାବନ କରି ଢ଼େଙ୍କାନାଳ ତଥା ରାଜ୍ୟର ନାମ ଉଚ୍ଚ କରିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।ଅନ୍ୟତମ ମୁଖ୍ୟବକ୍ତାଭାବେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଜିଲ୍ଳା ଶିକ୍ଷା ଅଧିକାରୀ ମଥୁରୀ ମୋହନ ରାଉତ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡିଆଇଇଟି, ଢ଼େଙ୍କାନାଳର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ,ସରୋଜ କୁମାର ସାହୁ ଗୋଷ୍ଠୀ ଶିକ୍ଷା ଅଧିକାରୀ,କାମାକ୍ଷାନଗର ଓ ବିଚାରକ ତଥା ଆଇ.ଆଇ.ଟି ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଭାବରେ ଶକ୍ତି ସ୍ୱରୂପ ପତି ପ୍ରମୁଖ ଯୋଗଦେଇ ଛାତ୍ରୀ,ଛାତ୍ରଙ୍କର ଅନୁସନ୍ଧିତ୍ସୁ ମନୋଭାବ ଓ ନିଷ୍ଠାପର ପ୍ରଚେଷ୍ଟା ସେମାନଙ୍କୁ ବିଜ୍ଞାନ ମନସ୍କ କରି ପେଟେଣ୍ଟ ରେଜିଷ୍ଟ୍ରେସନ୍,ଜିଆଇ ଟ୍ୟାଗ୍ ମାନ୍ୟତା,ନୋବେଲ ପୁରସ୍କାର ଭଳି ବିରଳ ସଫଳତା ପ୍ରଦାନ କରିପାରିବ ବୋଲି ମତପୋଷଣ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ବିଦ୍ୟାଳୟର ମୂଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ପ୍ରମୁଖ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୟୋଗ କରି ଛାତ୍ରୀ,ଛାତ୍ରମାନେ ନିଜ ସ୍ଥାନୀୟ ଅଂଚଳର ସମସ୍ୟାକୁ ସୁଧାରି ପାରିଲେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସାର୍ଥକ ହୋଇପାରିବ ବୋଲି ଅଭିମତ ପ୍ରଦାନ କରିଥିଲେ।ବିଜ୍ଞାନର ବିକାଶ ଫଳରେ ସାରା ପୃଥିବୀରେ କିଭଳି ପରିବର୍ତ୍ତନ ଘଟୁଛି ସେ ସଂପର୍କରେ ସମସ୍ତ ବକ୍ତା ଆଲୋକପାତ କରିଥିଲେ।ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ,ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଉତ୍ସବରେ ଅଧ୍ୟକ୍ଷତା କରି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସ୍ୱାସ୍ଥ୍ୟର ଯତ୍ନ ବିଭାଗରୁ ୬ ଟି,ସ୍ମାର୍ଟ୍ ଶିକ୍ଷା ବିଭାଗରୁ ୫ ଟି,ଅଭିଗମ୍ୟତା,ଇ – ବାଣିଜ୍ୟ ଓ ସାଇବର୍ ସୁରକ୍ଷା ବିଭାଗରୁ ୯ ଟି,ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୋଷ୍ଠୀ ଉନ୍ନୟନ ବିଭାଗରୁ ୧ ଟି,କୃଷି, ଖାଦ୍ୟ,ପ୍ରଯୁକ୍ତିବିଦ୍ୟା ଓ ଗ୍ରାମୀଣ ଉନ୍ନୟନ ବିଭାଗରୁ ୧୭ ଟି,ବର୍ଜ୍ୟବସ୍ତୁ ପରିଚାଳନା ବିଭାଗରୁ ୫ ଟି,ବିପର୍ଯ୍ୟୟ ପରିଚାଳନା ବିଭାଗରୁ ୫ଟି,ମୁକ୍ତ ନବସୃଜନ ବିଭାଗରୁ ୪ ଟି,ଅନ୍ୟାନ୍ୟ ବିଭାଗରୁ ୩ ଟି, ନବୀକରଣ ଓ ଚିରସ୍ଥାୟୀ ଶକ୍ତି ବିଭାଗରୁ ୧୨ ଟି ଏହିପରି ସର୍ବମୋଟ୍ ୬୭ଟି ପ୍ରକଳ୍ପ ମେଳାରେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମହିଷାପାଟ,ଢେଙ୍କାନାଳର ଦଳଗତ ଭାବରେ ଛାତ୍ରୀ ଆଶୁ ଅଙ୍କିତା ଓ ରିମସା ବେହେରା ପ୍ରଥମ ସ୍ଥାନ ଅଧିକାର କରି ସାର୍ଟିଫିକେଟ ଓ ୨୦,୦୦୦ (କୋଡ଼ିଏ ହଜାର)ଟଙ୍କାର ଅର୍ଥରାଶି ଚେକ୍ ଆକାରରେ,ସେହି ବିଦ୍ୟାଳୟର ଛାତ୍ର ଅଂଶୁମାନ ସାହୁ,ପ୍ରିୟମଜିତ୍ ବେହେରା ଓ ଶ୍ରେୟାସ୍ ସାଇ ଓଁକାର ଚତୁର୍ଥ ସ୍ଥାନ ହାସଲ କରି ସାର୍ଟିଫିକେଟ ଓ ମେମେଣ୍ଟୋ,ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳର ଦଳଗତ ଭାବରେ ସ୍ମୃତିରେଖା ସାହୁ,ଲାବଣ୍ୟ ବେହେରା,ପ୍ରତ୍ୟାଶା ପରିଡ଼ା,ଗାୟତ୍ରୀ ମିଶ୍ର ପ୍ରମୁଖ ଦ୍ବିତୀୟ ସ୍ଥାନ ଅଧିକାର କରି ପ୍ରସଂଶାପତ୍ର ଓ ୧୫,୦୦୦ ( ପନ୍ଦର ହଜାର ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ଏଵଂ ସେହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ପ୍ରିୟଦର୍ଶିନୀ ମହାନ୍ତି, ସୁଚରିତା ଭୋଇ ଓ ସ୍ଥିତପ୍ରଜ୍ଞା ସ୍ୱାଇଁ ପ୍ରମୁଖ ତୃତୀୟ ସ୍ଥାନ ଅଧିକାର କରି ସାର୍ଟିଫିକେଟ ଓ ୧୦,୦୦୦ ଦଶ ହଜାର ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ହସ୍ତରୁ ଗ୍ରହଣ କରି ବା ସଙ୍ଗେ ସଙ୍ଗେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ବିଚାରକଭାବେ ଆଇ.ଆଇ.ଟି ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଶକ୍ତି ସ୍ୱରୂପ ପତି,ବାଜିରାଉତ ମେମୋରିଆଲ କଲେଜର ରାସାୟନ ବିଜ୍ଞାନ ଅଧ୍ୟାପକ ଜୀବନ ରଞ୍ଜନ ସାହୁ,କାମାକ୍ଷାନଗର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିଶ୍ୱନାଥ ଦାସ,ଜିରାଳ କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ସ୍ୱାଇଁ ଓ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଦୁର୍ଗା ପ୍ରସାଦ ମୁଦୁଲି ପ୍ରମୁଖ ଯୋଗଦେଇ ଛାତ୍ରୀ,ଛାତ୍ରଙ୍କର ପ୍ରକଳ୍ପଗୁଡିକୁ ମୂଲ୍ୟାଙ୍କନ କରିଥିଲେ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, ବାର୍ଷିକ ବିବରଣୀ ପାଠ ଓ ସଭା କାର୍ଯ୍ୟକ୍ରମର ସୁନ୍ଦର ସଂଯୋଜନା କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଚନ୍ଦନ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀପ୍ରଭାତୀ ସାହୁ,ପ୍ରୀତି ପ୍ରିୟମ୍ବଦା ପରିଡ଼ା,ଗୀତା ମହାପାତ୍ର ପ୍ରମୁଖ ମଙ୍ଗଳା ଚରଣ ଗାନ ଓ ଶାନ୍ତି ପାଠ କରିଥିଲେ।ବିଦ୍ୟାଳୟର ଛାତ୍ର ସାଇ ସ୍ପନ୍ଦନ ସ୍ୱାଇଁ ଓ ହର୍ଷିତ କୁମାର ଆଚାର୍ଯ୍ୟ ଗୁରୂ କୃଷ୍ଣ ଚନ୍ଦ୍ର ରାଉତଙ୍କ ମାର୍ଗଦର୍ଶନରେ ସୁଲଳିତ କଣ୍ଠରେ ସମବେତ ବିଜ୍ଞାନ ଉପରେ ଆଧାରିତ ଉଦ୍ ଯାପନୀ ସଙ୍ଗୀତ ଗାନ କରିଥିଲେ।ଆୟୋଜନରେ ଜିଲ୍ଲା ବିଜ୍ଞାନ କମିଟିର ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ,ଡ଼ା.ଦେବୀ ପ୍ରସାଦ ମିଶ୍ର, ଅଶୋକ କୁମାର ପଣ୍ଡା,ରଞ୍ଜନ କୁମାର ରଣା,ସୁରେନ୍ଦ୍ର କୁମାର ବେହେରା,ତନୁଶ୍ରୀ ମିଶ୍ର,ମଧୁସୂଦନ ରାଉତ,ମାନସ କୁମାର ଗଣ୍ଠିଆ,ପ୍ରେମାନନ୍ଦ ସାହୁ,ଶର୍ମିଷ୍ଠା,ବିଶ୍ୱଜିତ୍ ମିଶ୍ର,ଆକାଶ ଅଭିଷେକ ବେହେରା,ଦେବେନ୍ଦ୍ର କୁମାର ରାଉତ,ପ୍ରତ୍ୟୁଷ ସାହୁ,ସମସ୍ତ ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ବିଆର୍ ସିସି ଓ ସିଆର୍ ସିସି ବୃନ୍ଦ,ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ,ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ,ଅବସର ପ୍ରାପ୍ତ ଶିକ୍ଷକ ସୁରେଶ କୁମାର ବିଶ୍ୱାଳ,କବିତା ରାଉତ,ଧ୍ରୁବ ଚରଣ ସୁନ୍ଦରରାୟ,ଚନ୍ଦ୍ରମଣି ଲେଙ୍କା,ପ୍ରହଲ୍ଲାଦ ସାହୁ,ରୁଦ୍ରନାରାୟଣ ପରିଡ଼ା,ବାନାର୍ଜୀ ନାହାନ୍ତି,ନିରଞ୍ଜନ ସାହୁ,ପ୍ରହଲ୍ଲାଦ ସାହୁ,ନିର୍ମଳ କୁମାର ମହାନ୍ତି, ବସନ୍ତ ସାହୁ,ଚିତ୍ତରଂଜନ ବିଶ୍ୱାଳ,ଆକାଶ ରାଉତ , ଦୀପ୍ତିରଞ୍ଜନ ରାଉତ,ଶିକ୍ଷୟିତ୍ରୀ ସୁମିତ୍ରା ଜେନା,ପ୍ରଭାତୀ ସାହୁ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି,ରବିନାରାୟଣ ପରିଡ଼ା , ଶାନ୍ତନୁ ରାଉତ ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।ବରିଷ୍ଠ ବିଜ୍ଞାନ ଶିକ୍ଷକ ଧ୍ରୁବ ଚରଣ ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜ ଙ୍କ ପରଲୋକ

Sunil Chandra Nayak

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଠାରେ ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍

masiha

Maharaja Sri Krishna Chandra Gajapati Narayan Dev’s 134th Birth Anniversary Celebrated in Rayagada

masiha

Leave a Comment

error: Content is protected !!