ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟୁ

ଥୁଆମୂଳ ରାମପୁର:୧୨/୫/- ମ.ନି.ସ:– ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳିଯାଇଛି। ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ବଡଛତରଙ୍ଗ ଗ୍ରାମର ଭଗ ମାଝୀ (୬୫) ୧୨/୫- ତାରିଖ ବୁଧବାର ଦିନ ସକାଳେ ତାଙ୍କ ବନ୍ଧୁ ଘର କାଣିଗୁମା ଗ୍ରାମକୁ ଗଲେ। ସେହି ଦିନରେ ହିଁ ପୁଣି ନିଜ ଗ୍ରାମକୁ ଫେରିବା ପାଇଁ ଇଛା କରିଥିଲେ, କିନ୍ତୁ ସଂନ୍ଧ୍ୟା ବସ ଆଉ ପାଇଲେ ନାହିଁ, କାଣିଗୁମା ଗ୍ରାମରୁ ଚାଲି ଚାଲି ଆସୁଥିଲେ। ହେଲେ କୌଣସି କାରଣ ବଶତଃ କାଣିଗୁମା ଗ୍ରାମ ଓ ଅମଠାଗୁଡା ଗ୍ରାମର ମୂଖ୍ଯ ରାସ୍ତା ଠାରେ ଥିବା ଏକ ପୋଲରେ ବସିଥିଲେ। ଦୁର୍ଭାଗ୍ୟ ବଶତଃ ବସିଥିବା ପୋଲ ତଳକୁ ଖସିପଡିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଜଣାପଡିଥୀଲା। ଏହି ଘଟଣାକୁ ନେଇ ପରିବାର ଓ ବନ୍ଧୁ ଙ୍କୁ ଖବର ଦିଆ ଯାଇଥିଲେ। ଏନେଇ ପରିବାର ଲୋକେ ଥୁଆମୂଳ ରାମପୁର ଥାନାକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାରିଥିଲା, କିନ୍ତୁ ସଂନ୍ଧ୍ୟା ସମୟ ଆଗତ ଓ ରାତି ହେବ।ର ଯୋଗୁଁ ୧୧/୫- ତାରିଖରେ ଥୁଆମୂଳ ରାମପୁର ଡାକ୍ତରଖାନାକୁ ନେବା ପାଇଁ ସମ୍ଭବପର ନଥିଲା। ତେଣୁ ସେହି ରାତ୍ରିରେ ଘଟଣା ଘଟିଥିବା ପାଖରେ ହିଁ ଶବକୁ ବନ୍ଧୁ ବାନ୍ଧବ ପ୍ରିୟଜନ ପୁଲିସ କର୍ମଚାରୀ ଜଗିରହିବା ବ୍ଯବସ୍ତା କରିଥିଲେ। ତାପର ଦିନ ସକାଳେ ପୁଲିସ ଶବକୁ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଡାକ୍ତରଖାନାକୁ ବ୍ଯବଛେଦ ପାଇଁ ପଠାଇଥିଲା। ଶବ ବ୍ଯବଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଥିବା ବିଷୟ ପୁଲିସ ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରୁପ୍ରା ସୂନାମୁହିଁ ସାଗର ପରିଦର୍ଶନରେ ନର୍ଲା ବିଧାୟକ ଓ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ

ପ୍ରକାଶ କୁମାର ମିଶ୍ର  ଙ୍କ କବିତା  ମୁଁ ବୋଧେ କବି ଟିଏ

Sunil Chandra Nayak

ବଡଦୁନ୍ଦୁ ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!