ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

ଆସିକା, ୬/୫/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଢଉଗାଁ ରେ ସାତଦିନ ଧରି ତ୍ରୟମ୍ବକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଭୁବନେଶ୍ୱର ମହାଦେବ ମନ୍ଦିର ର ପୁନଃ ନିର୍ମାଣ ସହ ସଂସ୍କାର କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ରବିବାର ଦିନ ଜଳଯାତ୍ରା ପରେ ଦୀକ୍ଷାଗ୍ରହଣ, ଶାଲା ସଂସ୍କାର,କର୍ମ ଆରମ୍ଭ,ଯଜ୍ଞ ପ୍ରାରମ୍ଭ,ଅର୍ଣ୍ଣ ଯଜ୍ଞ ପରେ ପ୍ରତିଦିନ ରୀତି ନୀତି ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ କର୍ତ୍ତା ଭାବରେ ସଞ୍ଜୟ ପାତ୍ର ,ଭାରତୀ ପାତ୍ର,ପ୍ରଦୀପ ସାହୁ,ଶୁଭଶ୍ରୀ ସାହୁ, ମଙ୍ଗୁଳୁ ନାହାକ, ଟୁନି ନାହାକ, କରୁଣାକର ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିଲେ। ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏହି ଧାର୍ମିକ କାର୍ଯ୍ୟରେ ଯୋଗଦେଇଥିଲେ ।ଆସନ୍ତା ଶୁକ୍ରବାର ଦିନ ଏହି ଧାର୍ମିକ କାର୍ଯ୍ୟର ପୂର୍ଣ୍ଣାହୂତି ହେବ ।

Related posts

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା

Sunil Chandra Nayak

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କୀୟ ସମ୍ପାନ ଅନୁଷ୍ଠିତ

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବା ସହିତ ସଭା ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!