ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ବୈଠକ ଅନୁଷ୍ଠିତ , ନୂତନ କମିଟି ଗଠନ ନେଇ ପକ୍ରିୟା ଆରମ୍ଭ

ଟ୍ରକ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ବୈଠକ ଅନୁଷ୍ଠିତ , ନୂତନ କମିଟି ଗଠନ ନେଇ ପକ୍ରିୟା ଆରମ୍ଭ

ରାଉରକେଲା: ଟ୍ରକ୍ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ପରିଷଦ ବୈଠକ ସେକ୍ଟର ୧ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ବିରାଜ ମୋହନ ବିଶ୍ବାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସ୍ଥିରୀକୃତ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ସାଧାରଣ ସମ୍ପାଦକ ପ୍ରଦାନ କରିଥିବା ଇସ୍ତଫା ଗୃହୀତ କରାଯାଇଥୁଲା। ଗତ ଆର୍ଥିକ ବର୍ଷର ଆୟ ବ୍ୟୟ ର ହିସାବ କୁ ଉପସ୍ଥାପନ କରାଯାଇ ଅନୁମୋଦନ କରାଯାଇଥିଲା। ଉପସ୍ଥିତ ସଦସ୍ୟ ସର୍ବସମ୍ମତି କ୍ରମେ ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ ପାଇଁ ସଂଘ ର ଅଧିନିୟମ ଅନୁଯାୟୀ ନିର୍ବାଚନ ପକ୍ରିୟା ଆରମ୍ଭ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଂଘ ର କିଛି ସଦସ୍ୟ ବିଶୃଙ୍ଖଳିତ ପଦକ୍ଷେପ ଗ୍ରହଣ କରି ଆତ୍ମ ଘୋଷିତ କମିଟି ନେଇ ପ୍ରଚାର କରୁଛନ୍ତି। ଯାହା ସଂପୂର୍ଣ୍ଣ ଅବୈଧ ଅଟେ। ଏହି ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ ନେଇ ବାର୍ଷିକ ବୈଠକ ରେ ସମସ୍ତ ଙ୍କ ସହମତି କ୍ରମେ ସଂପୃକ୍ତ ୭ ଜଣ ସଦସ୍ୟ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂଘ ପୂର୍ବବତ୍ ଏକଜୁଟ ହୋଇ ରହିଛି ଓ ଏହା ର ସମସ୍ତ କାର୍ଯ୍ୟକ୍ରମ ଏହାର ନିୟମ ଆଧର ରେ ଜାରି ରହିଛି । ଗତ ଅପ୍ରେଲ ୧୫ ତାରିଖ ବୈଠକ କୋରମ୍ ଅଭାବରୁ ସ୍ଥଗିତ ରଖାଯାଇ ଗତକାଲି ମେ ମାସରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକ ରେ ସଂଘ ର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ ନିଷ୍ପତ୍ତି ଗ୍ରହଣ ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ମୋଡରେ ରାଇରଙ୍ଗପୁର ଉପ ଜିଲ୍ଲା ଚିକିତ୍ସାଳୟ ଡ଼ାଇଲିସିସି ସେଣ୍ଟର ଲୋକାର୍ପିତ 

masiha

କେନ୍ଦୁପତ୍ର କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

ନାଟ୍ୟକାର ସମାଜସେବୀ ନୃସିଂହ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!