ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ 

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ 

ନବରଙ୍ଗପୁର: (୭.୦୫.୨୦୨୬)(ରବିନାରାୟଣମହାନ୍ତି) ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ପରାମର୍ଶଦାତା ଭାବରେ ଯୋଗ ଦେଇଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ଵ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ,ପି ଏ, ଆଇ ଟି ଡି ଏ, ସି ଏସ ଓ,ଡି ଇ ଓ, ଏସ ଇ, ଆର୍ ଏଣ୍ଡ ବି, ଏ ଡି ଏମ ଓ, ଡି ଆଇ ପି ଆର୍ ଓ ,ବିଭିନ୍ନ ବିଭାଗୀୟ ଅଧିକାରୀ,ବି ଡି ଓ,ତହସିଲଦାର, ନିର୍ବାହୀଅଧିକାରୀ, ପୌରପାଳିକା,ନବରଙ୍ଗପୁର ଓ ଉମରକୋଟ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷ କରି ଜିଲ୍ଲାରେ ସମ୍ଭାବ୍ୟ ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଗୁଡିକ ଶ୍ରୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନି,ଚୁଡା, ଗୂଡ଼, ଗୋଖାଦ୍ୟ, ଔଷଧ ବ୍ୟତୀତ ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଉପରେ ଯଥା ସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ସମ୍ଭାବ୍ୟ ମହାମାରୀକୁ ପ୍ରତିହତ କରିବା ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ବନ୍ୟା ପ୍ଲାବିତ ଅଞ୍ଚଳରେ ଆବଶ୍ୟକୀୟ ଔଷଧ ତଥା ସାପ କାମୁଡ଼ା ଇଞ୍ଜେକସନ୍ ,ହେଲୋଜିନ୍ ବଟିକା, ଓ ଆର୍ ଏସ୍, ବ୍ଲିଚିଙ୍ଗ ଇତ୍ୟାଦି ମହଜୁଦ ରଖିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ମାନ୍ୟବର ବିଧାୟକ ନବରଙ୍ଗପୁର ଜିଲ୍ଲାର ସମ୍ଭାବ୍ୟ ବନ୍ୟା ଅଞ୍ଚଳରେ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରିବା ଏବଂ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ,ଆଶ୍ରୟ,ପାନୀୟ ଜଳ,ଔଷଧ ଶୀଘ୍ର ଯୋଗାଇବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବିପର୍ଯ୍ୟୟ ସମୟରେ ଯେମିତି ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଖାଦ୍ୟ, ପାନୀୟ, ଶିଶୁ ଖାଦ୍ୟ, ଔଷଧ, ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ, ମହିଳା, ଶିଶୁ, ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧା ସୁରକ୍ଷିତ ସ୍ଥାନାନ୍ତରିତ ଉପରେ ଆଲୋକପାତ କରିଥିଲେ l ବର୍ଷା ପୂର୍ବରୁ ନଦୀବନ୍ଧ ଘାଇ ମରାମତି, ସହରାଞ୍ଚଳରେ ନାଳ ସଫେଇ ଓ ମରାମତି, ପାଇପ୍ ଦ୍ଵାରା ବିଶୁଦ୍ଧ ବିଶୋଧିତ ପାନୀୟଜଳ ଯୋଗାଣ ନଳକୂପ ବିଶୋଧନ, ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା, ଆଶ୍ରୟ ସ୍ଥଳୀ ଚିହ୍ନଟ କରିବା ଏବଂ ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧକୁ ହଟାଇବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ସେହିପରି ବନ୍ୟା ବାତ୍ୟା ପରେ ପରେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଆଶ୍ରୟ ସାମଗ୍ରୀ ପଲିଥିନ୍ ସିଟ୍ ଯୋଗାଇବା,ସଡକ ପରିଷ୍କାର ,ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି ଓ ପୁନରୁଦ୍ଧାର ଯେଭଳି ବିଦ୍ୟୁତ୍ ସରବରାହ,ପାନୀୟ ଜଳ,ଟେଲିଫୋନ ବ୍ୟବସ୍ଥା ଆଦି ସମସ୍ତ ପ୍ରକାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ବୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗକୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।ଯେଉଁ ଅଞ୍ଚଳରେ ଦେଶୀ ଡଙ୍ଗା ଦ୍ୱାରା ଯାତ୍ରୀ ପରିବହନ କରାଯାଉଛି ତାହାର ପଞ୍ଜୀକରଣ ଅବଧି ଦେଖିବା ଏବଂ ଅପରାହ୍ନ ସମୟରେ ଦେଶୀ ଡଙ୍ଗା ଦ୍ୱାରା ଯାତ୍ରୀ ପରିବହନ ବନ୍ଦ ରଖିବାକୁ ସଂପୃକ୍ତ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ତେନ୍ତୁଳିଖୁଣ୍ଟି ବ୍ଲକର ବର୍ଷା ଋତୁରେ ଯେଉଁ ଅଞ୍ଚଳ ଗମନାଗମନ ବନ୍ଦ କିମ୍ବା ଅସୁବିଧା ରହେ ସେହି ଅଞ୍ଚଳରେ ଆଗୁଆ ଖାଦ୍ୟ ମହଜୁଦ୍ କେନ୍ଦ୍ର କରିବା ପାଇଁ ସି ଏସ ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଖସଡା ପୁସ୍ତକ୨୦୨୫-୨୬ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା ।ଜିଲ୍ଲା ଜରୁରୀ କାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ହିମାଂଶୁ ପଟ୍ଟନାୟକ ଏବଂ ଉପବିଭାଗୀୟ ଅଧିକାରୀ ତିରୁପତି ବାଲାଜୀ ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ।ଜିଲ୍ଲା ଜରୁରୀ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ରେଖାପଦର ବିଦ୍ୟାଳୟ ଗସ୍ତ କରି ଅନୁଧ୍ୟାନ କଲେ ବିଡିଓ 

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

Leave a Comment

error: Content is protected !!