ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ’-ମୁଖ୍ୟମନ୍ତ୍ରୀ

ଜଙ୍ଗଲ ବୃଦ୍ଧିରେ ଓଡିଶା ଦେଶରେ ତୃତୀୟ । ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ୩୩.୫୦% ଜଙ୍ଗଲ ବୃଦ୍ଧି ସହ ଭାରତରେ ଓଡିଶା ତୃତୀୟ । ସାରା ଦେଶରେ ହେନ୍ତାଳବନ ସୃ୍ଷ୍ଟି କରିବାରେ ଓଡ଼ିଶା ଆଗରେ’ । ଗତ ୨ ବର୍ଷରେ ଦେଶରେ ଜଙ୍ଗଲ ବୃଦ୍ଧି କରିବାରେ ଓଡ଼ିଶା ତୃତୀୟରେ ରହିଛି । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ DFO ସମ୍ମିଳନୀରେ ଉଦ୍‌ବୋଧନ ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିପାଇଁ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି  ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶାରେ ବନ ସଂରକ୍ଷଣ ଠିକ ରହିଛି । ବନାଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବୃକ୍ଷରୋପଣ ଏକ ଉତ୍ତମ ମାଧ୍ୟମ । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଏହା ଦୁଇ ଦିନ ଧରି ଚାଲିବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା ରଜ ଆସେ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

Leave a Comment

error: Content is protected !!