ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ’-ମୁଖ୍ୟମନ୍ତ୍ରୀ

ଜଙ୍ଗଲ ବୃଦ୍ଧିରେ ଓଡିଶା ଦେଶରେ ତୃତୀୟ । ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ୩୩.୫୦% ଜଙ୍ଗଲ ବୃଦ୍ଧି ସହ ଭାରତରେ ଓଡିଶା ତୃତୀୟ । ସାରା ଦେଶରେ ହେନ୍ତାଳବନ ସୃ୍ଷ୍ଟି କରିବାରେ ଓଡ଼ିଶା ଆଗରେ’ । ଗତ ୨ ବର୍ଷରେ ଦେଶରେ ଜଙ୍ଗଲ ବୃଦ୍ଧି କରିବାରେ ଓଡ଼ିଶା ତୃତୀୟରେ ରହିଛି । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ DFO ସମ୍ମିଳନୀରେ ଉଦ୍‌ବୋଧନ ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିପାଇଁ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି  ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶାରେ ବନ ସଂରକ୍ଷଣ ଠିକ ରହିଛି । ବନାଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବୃକ୍ଷରୋପଣ ଏକ ଉତ୍ତମ ମାଧ୍ୟମ । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଏହା ଦୁଇ ଦିନ ଧରି ଚାଲିବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଦିବାସୀ ଛାତ୍ର ର ମୃତ୍ୟୁ ର ପ୍ରକୃତ ରହସ୍ୟ କେବେ ଜଣା ପଡିବ ?

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଳକ ସ୍ତରୀୟ ବିଜ୍ଞlନ ମେଳା : ୯୩ ଟି ପ୍ରକଳ୍ପ ହେଲା ପ୍ରଦର୍ଶିତ :୬ଟି ଜିଲ୍ଲା ସ୍ତର କୁ ଉନ୍ନୀତ 

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!