ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ରେ ଯୁବ ସାମ୍ବାଦିକ ସମ୍ମାନିତ

ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ରେ ଯୁବ ସାମ୍ବାଦିକ ସମ୍ମାନିତ

ଜୁନାଗଡ଼୭/୫(ମନୀ ସ) ଓଡ଼ିଶା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଳଚର୍ ଆର୍ଟ ଏକାଡେମୀ ଓଡ଼ିଶା ପକ୍ଷରୁ ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ଓ ବୈଶାଖୀ ଉତ୍ସବ ଜୟଦେବ ଭବନ ଭୁବନେଶ୍ୱର ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ଏହି ଉତ୍ସବରେ ଆଇ ଏ ଏସ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଦାଶରଥି ଶତପଥୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଥିଲେ ରାଷ୍ଟ୍ର ପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଓ ବାଗ୍ମୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ ସମ୍ମାନୀତ ଅତିଥି ଭାବେ ଓଡିଶୀ ସଙ୍ଗୀତ ଗୁରୁ ପ୍ରଶାନ୍ତ କୁମାର ସାମଲ,ଅବସର ପ୍ରାପ୍ତ ସୈନିକ ଅକ୍ଷୟ କୁମାର ନାଥ,ସଭାପତି ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ନଙ୍ଗୁଳି ବାବା,ବ୍ୟଙ୍ଗ କବି ସମ୍ପଦ କୁମାର ରଥ,ପ୍ରମୁଖ ଯୋଗଦେଇଥିଲେ ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ଜାତୀୟ ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ବୈଶାଖୀ ମହୋତ୍ସବ ଓ ଦେବଦାସୀ କଥା ଉପରେ ଅଭି ଭାଷଣ ଦେଇଥିଲେ ।ଓଡ଼ିଶାରୁ ୫୦ ଜଣ ଓଡିଶୀ ନୃତ୍ୟଶିଳ୍ପୀଙ୍କୁ ଦେବଦାସୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ତଦ ସହ ୯୦ ଜଣଙ୍କୁ ଓଡ଼ିଶା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତ ମୂର୍ଚ୍ଛନା ଚ୍ୟାନେଲ ପ୍ରସ୍ତୁତି ଜଗନ୍ନାଥଙ୍କ ସୁନ୍ଦର ଭାବର ଗୀତଟିଏ ଦେବଦାସୀ ଭଜନ କ୍ୟାସେଟ୍ ଅତିଥିମାନେ ଉନ୍ମୋଚନ କରିଥିଲେ ଉପସ୍ଥାପନାରେ ଶ୍ରୀ ଅନିଲ କୁମାର ବାରିକ,ସୁଶାନ୍ତ କୁମାର ପରିଡ଼ା,କରିଥିବା ବେଳେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ମୋନାଲିସା ମୁଦୁଲି,ବିଜୟ କେତନ ସାହୁ,କୈଳାଶ ଚନ୍ଦ୍ର ସାହୁ,ପ୍ରଭାତୀ ନାୟକ, ବବିନା ପଟ୍ଟନାୟକ,ଗାୟତ୍ରୀ ଗୀତାଞ୍ଜଳି ଦାସ,ପ୍ରମୁଖ ସହଯୋଗ କରିଥିଲେ। ଯୁବ ସାମ୍ବାଦିକ ତଥା ଜୁନାଗଡ଼ ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛାତ୍ରୀୟା ପାଇଲେ ଓଡିଶା ଗୌରବ ସମ୍ମାନ, ସେ ଶ୍ରେଷ୍ଠ ସାମ୍ବାଦିକ ଭାବରେ ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ।ସେହିପରି ଗୋଲାମୁଣ୍ଡା ବ୍ଲକର ଆମ ଗୁଡା ଗ୍ରାମର କବି, ଲେଖକ , ପ୍ରାବନ୍ଧିକ ଓ ନୃତ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ସରାଫ ଏବଂ ନୂଆଗାଁର କବି ,ସଂକୀର୍ତ୍ତନ ଗାୟକ ଏବଂ ଯାତ୍ରା ପ୍ରେମୀ ଶେଷଦେବ ଯୋଶୀ ପ୍ରମୁଖ ମଫଃୟ ଏହି ଅବସରରେ ପୁରସ୍କୃତ ହୋଇଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ATM ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି

Sunil Chandra Nayak

DRM Waltair Reviews Passenger Facilities at Visakhapatnam Railway Station

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

Sunil Chandra Nayak

Leave a Comment

error: Content is protected !!