ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାମଲୀଳା ସମିତିର କଳାକାର ତାରିଣୀସେନ ବେହେରା ସମ୍ମାନୀତ 

ଶ୍ରୀ ରାମଲୀଳା ସମିତିର କଳାକାର ତାରିଣୀସେନ ବେହେରା ସମ୍ମାନୀତ 

କଟକ,୮।୫ : କଟକ ମହାନଗର ଅନ୍ତର୍ଗତ ପୋପରଡା ନିବାସୀ ତଥା “ମା ବୁଢ଼ୀ ଜାଗୁଳାଇ ଶ୍ରୀ ରାମଲୀଳା ସମିତି” ର ବରିଷ୍ଠ କଳାକାର ଏବଂ ସମର୍ପଣ ପରିବାରର ବରିଷ୍ଠ ସଦସ୍ୟ ତାରିଣୀସେନ ବେହେରାଙ୍କୁ ହାପି ମୋଭମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ସମ୍ମାନଜନକ “ଉତ୍କଳ କଳାରତ୍ନ ସମ୍ମାନ-୨୦୨୬” ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଦରଘାବଜାର ଜେଲ ରୋଡ଼ ସ୍ଥିତ ନେତାଜୀ ଅଡିଟୋରିୟମ ସଂସ୍କୃତି ଭବନ ଠାରେ ହାପି ମୋଭମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ବନ୍ଧୁ ମିଳନ ଓ ପ୍ରତିଭା ସମ୍ମାନ ସମାରୋହ-୨୦୨୬ ଉପଲକ୍ଷେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ହାପି ମୋଭମେଣ୍ଟସ୍ ଇଣ୍ଡିଆ ର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ଡ଼ଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏବଂ ସଭାପତି ରଶ୍ମିତା ପଣ୍ଡାଙ୍କ କରକମଳରେ କଳା ଓ ସଂସ୍କୃତି କ୍ଷେତ୍ରରେ ସମାଜ ପ୍ରତି କଳା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାରିଣୀସେନ ବେହେରାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ସମ୍ମାନଜନକ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ତାରିଣୀସେନ ବେହେରା ପୋପରଡ଼ା ନିବାସୀ ଗୋଲେଖ ଚନ୍ଦ୍ର ବେହେରା ଓ ସାବିତ୍ରୀ ଦେବୀଙ୍କର ଏକ ମାତ୍ର ପୁତ୍ର ଅଟନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କର ପିତା ମାତା, ଗୁରୁ ଗୁରୁଜନ, ପୋପରଡା ଗ୍ରାମବାସୀ, ସମର୍ପଣ ପରିବାର, ମା ବୁଢ଼ୀ ଜାଗୁଳାଇ ଶ୍ରୀରାମଲୀଳା ସମିତି ଓ କଟକ ଜିଲ୍ଲା ଯାଦବ ମହାସଭାକୁ ପ୍ରଦାନ କରିଛନ୍ତି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!