ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ବେଲପଡ଼ା, ୦୮/୦୫ ଆମ୍ବ ଚାଷ ଓ ବିପଣନ ଗ୍ରାମୀଣ ମହିଳାମାନଙ୍କ ଆୟ ଓ ଜୀବିକାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବୃଦ୍ଧି କରୁଛି। ଏହି ପ୍ରୟାସଟି ମା ପାଟଣେଶ୍ୱରୀ ମହିଳା ଚାଷୀ ପଡ଼ୁସର କମ୍ପାନୀ ଲିମିଟେଡ଼ଙ୍କ ସାମୁହିକ ପ୍ରୟାସ ଫଳ, ଯାହାକୁ ଓଡ଼ିଶା ସରକାର, ଭାରତ ଲାଇଭଳିହୁଡ(ବି.ଅର୍.ଏଲ୍.ଏଫ୍), ପ୍ରଦାନ, ନାବାଡ ଏବଂ ସ୍ଥାନୀୟ ସଂଗଠନ ଅଧିକାର ସମର୍ଥନ କରୁଛନ୍ତି। ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକ ରେ ଅବସ୍ଥିତ ମା ପାଟଣେଶ୍ୱରୀ ମହିଳା ଚାଷୀ ପଡୁସର୍ କମ୍ପାନୀ ଲିମଟେଡ କୁ ଅଧିକାର ଅନୁଷ୍ଠାନ ମାଧ୍ୟମରେ ଏପିସୀ ପ୍ରକଳ୍ପ ଅଧୀନରେ ପ୍ରୋତ୍ସାହନ ଦିଆଯାଇଛି। ଏହି କମ୍ପାନୀ ପଡ଼ୁସର୍ ଗ୍ରୁପ୍ (ପି.ଜି) ସଦସ୍ୟ ମାନଙ୍କ ମଧ୍ୟରେ ଆମ୍ବ ଚାଷ କୁ ପ୍ରୋତ୍ସାହନ ଦେଇଥିବା ସହିତ ଉଚ୍ଚ ଉତ୍ପାଦନ କୁ ଦୃଷ୍ଟି ରେ ରଖି ସମସ୍ତ କାର୍ଯ୍ୟକ୍ଷେତ୍ରରେ ସାମୁହିକ ବିପଣନ ବ୍ୟବସ୍ଥା କରିଛି। ଏବେ ପଦୁସର୍ ଗ୍ରୁପ (ପି.ଜି) ସଦସ୍ୟା ମାନଙ୍କର ଆମ୍ବ କୁ ଜାତୀୟ କୃଷି ବଜାର ପାଟଣାଗଡ ଆର.ଏମ୍.ସି ଏବଂ ଅନ୍ୟ ବାହାରରାଜ୍ୟ ରେ ବିକ୍ରୟ କରି ଚାଷୀ କୁ ବେଶୀ ହଇରାଣ ହେବାକୁ ପଡୁନାହିଁ। ଗତ କାଲି ଚଳିତ ଥର ର ପ୍ରଥମ ଗାଡ଼ି ଯାହାକି ୦୯ ଜଣ ଚାଷୀର ୨୧,୫୦୦ କ୍ୱିଣ୍ଟାଲ ପାଟଣାଗଡ ଆର. ଏମ୍. ସି ଓ ବଜାର ରାଜ୍ୟରେ ବିକ୍ରି ହୋଇଛି। ପୂର୍ବରୁ ଚାଷ କରି ଚିନ୍ତା ରେ ଥିବା ଚାଷୀ ଏବେ ସହଜରେ ନିଜ ଫସଲ କମ୍ପାନୀ ମାଧ୍ୟମରେ ବିକ୍ରୟ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି।

Related posts

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ,କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

Sunil Chandra Nayak

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

Sunil Chandra Nayak

ବିପଦ ସାଜିଛି ଜାଳେଣି ଗ୍ଯାସ, ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରବ, ଦୁଃଖ ବୁଝିବେ କି ମୋହନ ସରକାର ?

masiha

Leave a Comment

error: Content is protected !!