ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ବେଲପଡ଼ା, ୦୮/୦୫ ଆମ୍ବ ଚାଷ ଓ ବିପଣନ ଗ୍ରାମୀଣ ମହିଳାମାନଙ୍କ ଆୟ ଓ ଜୀବିକାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବୃଦ୍ଧି କରୁଛି। ଏହି ପ୍ରୟାସଟି ମା ପାଟଣେଶ୍ୱରୀ ମହିଳା ଚାଷୀ ପଡ଼ୁସର କମ୍ପାନୀ ଲିମିଟେଡ଼ଙ୍କ ସାମୁହିକ ପ୍ରୟାସ ଫଳ, ଯାହାକୁ ଓଡ଼ିଶା ସରକାର, ଭାରତ ଲାଇଭଳିହୁଡ(ବି.ଅର୍.ଏଲ୍.ଏଫ୍), ପ୍ରଦାନ, ନାବାଡ ଏବଂ ସ୍ଥାନୀୟ ସଂଗଠନ ଅଧିକାର ସମର୍ଥନ କରୁଛନ୍ତି। ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକ ରେ ଅବସ୍ଥିତ ମା ପାଟଣେଶ୍ୱରୀ ମହିଳା ଚାଷୀ ପଡୁସର୍ କମ୍ପାନୀ ଲିମଟେଡ କୁ ଅଧିକାର ଅନୁଷ୍ଠାନ ମାଧ୍ୟମରେ ଏପିସୀ ପ୍ରକଳ୍ପ ଅଧୀନରେ ପ୍ରୋତ୍ସାହନ ଦିଆଯାଇଛି। ଏହି କମ୍ପାନୀ ପଡ଼ୁସର୍ ଗ୍ରୁପ୍ (ପି.ଜି) ସଦସ୍ୟ ମାନଙ୍କ ମଧ୍ୟରେ ଆମ୍ବ ଚାଷ କୁ ପ୍ରୋତ୍ସାହନ ଦେଇଥିବା ସହିତ ଉଚ୍ଚ ଉତ୍ପାଦନ କୁ ଦୃଷ୍ଟି ରେ ରଖି ସମସ୍ତ କାର୍ଯ୍ୟକ୍ଷେତ୍ରରେ ସାମୁହିକ ବିପଣନ ବ୍ୟବସ୍ଥା କରିଛି। ଏବେ ପଦୁସର୍ ଗ୍ରୁପ (ପି.ଜି) ସଦସ୍ୟା ମାନଙ୍କର ଆମ୍ବ କୁ ଜାତୀୟ କୃଷି ବଜାର ପାଟଣାଗଡ ଆର.ଏମ୍.ସି ଏବଂ ଅନ୍ୟ ବାହାରରାଜ୍ୟ ରେ ବିକ୍ରୟ କରି ଚାଷୀ କୁ ବେଶୀ ହଇରାଣ ହେବାକୁ ପଡୁନାହିଁ। ଗତ କାଲି ଚଳିତ ଥର ର ପ୍ରଥମ ଗାଡ଼ି ଯାହାକି ୦୯ ଜଣ ଚାଷୀର ୨୧,୫୦୦ କ୍ୱିଣ୍ଟାଲ ପାଟଣାଗଡ ଆର. ଏମ୍. ସି ଓ ବଜାର ରାଜ୍ୟରେ ବିକ୍ରି ହୋଇଛି। ପୂର୍ବରୁ ଚାଷ କରି ଚିନ୍ତା ରେ ଥିବା ଚାଷୀ ଏବେ ସହଜରେ ନିଜ ଫସଲ କମ୍ପାନୀ ମାଧ୍ୟମରେ ବିକ୍ରୟ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି।

Related posts

ସରକାରୀ ଅଭ୍ୟାସ ଉଞ୍ଚ ବାଳିକା ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ 

masiha

ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମା ଦୁର୍ଗା ପୂଜା ଅନୁକୂଳ ହେବ 

Sunil Chandra Nayak

ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!