ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି,ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି,ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ନବରଙ୍ଗପୁର:(୭/୫/୨୦୨୬ (ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି।ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ଅଛି।ତେଣୁ ସାଧାରଣ ଖାଉଟି ମାନେ ଅଯଥାରେ ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଖାଉଟିମାନେ ଅଯଥା ଏଲ ପି ଜି ଗ୍ୟାସ ସିଲିଣ୍ଡର ପାନିକ ବୁକିଂ ନ କରିବାକୁ ପରାମର୍ଶ ଦିଆଯାଇଛି।ନବରଙ୍ଗପୁର ଜିଲ୍ଲାରେ ଏଲପିଜି ରନ୍ଧନ ଗ୍ୟାସ ୧୪. ୨ କେଜି ବିଶିଷ୍ଟ ୨୬୧୬ଟି ସିଲିଣ୍ଡର ଓ ବାଣିଜ୍ୟିକ ୧୯ କେଜି ବିଶିଷ୍ଟ ୧୨୫ଟି ସିଲିଣ୍ଡର ଷ୍ଟକରେ ରହିଛି।ସେହିପରି ଜିଲ୍ଲାରେ ପେଟ୍ରୋଲ ୩୬୫୭୫୬ ଲିଟର ଏବଂ ଡିଜେଲ ୪୦୮୨୯୨ ଲିଟର ଏବଂ ପ୍ରିମିୟମ ସ୍ପିଡ୍ ପେଟ୍ରୋଲ ୧୪୧୧୧ ଲିଟର ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।ତେଣୁ ଖାଉଟି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ I ସେଭଳି ୧୧୬୫୮୮ ଲିଟର ପେଟ୍ରୋଲ ଏବଂ୧୬୪୯୦୯ ଲିଟର ଡିଜେଲ ପରିବହନ ହୋଇ ରାସ୍ତା ରେ ଆସୁଅଛି।ଏଣୁ ସମସ୍ତ ପେଟ୍ରୋଲ, ଡିଜେଲ ବ୍ୟବହାରକାରୀ ଆତଙ୍କିତ ନ ହେବାକୁ କୁହାଯାଉଛି।ଏଥି ସହ ଏଲପିଜି କଳାବଜାରୀ ରୋକିବାକୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାର ଓଡିଶାର ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼କରିବାକୁସମାଜବାଦୀ ପାର୍ଟିର ଦାବି

masiha

ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଚଢ଼ାଉ ବ୍ୟାପକ ଦେଶୀ ମଦ ଜବତ ସାଙ୍ଗ ୪ ଜଣକୁ ଗିରଫ କରାଯାଇଛି

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟରେ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ

Sunil Chandra Nayak

Leave a Comment

error: Content is protected !!