ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାପୁର ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା, ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର 

ଭାପୁର ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା, ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର 

ଢେଙ୍କାନାଳ – ଜିଲ୍ଲାରେ ମହିଳା ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ି ଚାଲିଛି। ସଦର ଥାନା ଭାପୁର ଗ୍ରାମର ଜନୈକ ଦଳିତ ମହିଳା ଗତ ତା୨୭/୪/୨୦୨୬ ରିଖ ଦିନ ଦୁଷ୍କର୍ମର ଶିକାର ହୋଇଥିଲେ ଓ ଜୀବନରେ ମାରି ଦେବାପାଇଁ ଉଦ୍ୟମ କରିଥିବା ଅପରାଧୀ ମାନେ ଖୋଲାଖୋଲି ବୁଲୁଛନ୍ତି। ଏହା ମଧ୍ୟରେ ଏଗାର ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା ଦାବି ନେଇ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପ୍ରତୀକାତ୍ମକ ଧାରଣା ଦେବା ସହିତ କର୍ମୀମାନେ ଏକ ପଦଯାତ୍ରାରେ ଯାଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ। ଏଠି ପ୍ରଶ୍ନ ଉଠୁଛି ; କାହା ଚାପରେ ପୋଲିସ? ଅପରାଧୀ ମାନଙ୍କୁ ପୋଲିସ ଗିରଫ କରୁନାହିଁ କାହିଁକି? ନା ଆଉ କିଛି ରହସ୍ୟ ରହିଛି? ପୋଲିସର ପରିବାପାଣିଆକୁ ପଦାରେ ପକାଉଛି କିଏ? ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ ନକଲେ ପାର୍ଟି ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା କହିଥିଲେ। ପୂର୍ବରୁ ସେହି ଭାପୁର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୁକ୍ତ ମାନଙ୍କୁ ପୋଲିସ ବହୁ ବିଳମ୍ବରେ ଗିରଫ କରିଥିଲା। ଏପରି ଅନେକ ନଜିର ରହିଛି। ଭାପୁର ଫାଣ୍ଡି ଅଧିନରେ ବାରମ୍ବାର ଘଟୁଥିବା ଘଟଣା ପୋଲିସର ଅପାରଗତାକୁ ପଦାରେ ପକାଇଛି ଓ ଲୋକମାନେ ପୋଲିସ ଉପରୁ ଆସ୍ଥା ହରାଇ ବସୁଛନ୍ତି।ପୂର୍ବରୁ ଆପ୍‌ ତରଫରୁ ଏହି ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁଁ ଆପଣଙ୍କ ଅବଗତି ନିମନ୍ତେ ଏକ ଦାବିପତ୍ର ଦିଆଯାଇଥିଲା। ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥାନା ହୋଇପାରିଲା ନାହିଁ। ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ନିମ୍ନ ଲିଖିତ ଦାବି କରିଛି : ଭାପୁର ଘଟଣାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦିଆଯାଉ, ଆଇନ୍ ଅନୁଯାୟୀ ପ୍ରଶାସନ ପକ୍ଷରୁ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ତୁରନ୍ତ ଯୋଗାଇ ଦିଆଯାଉ, ପିଡୀତାଙ୍କର ଏକମାତ୍ର ସନ୍ତାନର ଉପଯୁକ୍ତ ଯତ୍ନ ପାଇଁ ବ୍ୟବସ୍ଥା କରାଯାଉ ଓ ଭାପୁର ଫାଣ୍ଡିର ମାତ୍ରାଧିକ କେସ ଗୁଡିକୁ ଦୃଷ୍ଟିରେ ରଖି ଏହାକୁ ତୁରନ୍ତ ଥାନାରେ ପରିଣତ କରାଯାଉ। ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, କୋଷାଧକ୍ଷ କବିଜ୍ୟୋତି ନିରଞ୍ଜନ ପତି, ଚିତ୍ତରଞ୍ଜନ ପାଣି, ଦେବାଶିଷ, ନନ୍ଦ, ବିଜୟ ଦାସ, ନିରଦ ଚନ୍ଦ୍ର , ବିଭୂରଞ୍ଜନ ସାହୁ, ଜୟନ୍ତ ଦାସ, ସୁକାନ୍ତି ରାଉତ, ଯୁଧିଷ୍ଠିର ଦାସ, ପ୍ରସନ୍ନ ବରାଳ, କବି ନାଏକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ପୀଡ଼ିତାଙ୍କ ଛ’ମାସର ସନ୍ତାନର ଖାଦ୍ୟ ଓ ସୁରକ୍ଷା ପାଇଁ ଦାବି କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଜାତଳା ବିଡ଼ିଓଙ୍କ ନାଁରେ ସମିତି ସଭ୍ୟାଙ୍କ ଥାନାରେ ଅଭିଯୋଗ ପୋଲିସ ତଦନ୍ତ ଚାଲିଛି; ବିଡ଼ିଓ ଷ୍ଟେସନରେ ନାହାନ୍ତି

Sunil Chandra Nayak

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

masiha

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଆସନ୍ତା ୨୩ରେ….

Sunil Chandra Nayak

Leave a Comment

error: Content is protected !!