ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ) ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ପକ୍ଷରୁ ପ୍ରଥମ ବାର୍ଷିକ ଅଧିବେଶନ ତଥା ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୬ ମହାସମାରୋହରେ ଅନୁଷ୍ଠିତ
ଢେଙ୍କାନାଳ : ତା.୧୦.୦୫.୨୦୨୬ ରିଖ:(ମ ନି ସ ): ସ୍ଥାନୀୟ ଦେବାକନ୍ୟା ସମ୍ମିଳନୀ କକ୍ଷରେ ଦିବା ୯ ଘଟିକା ସମୟରେ ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ) ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ ମାତୃ ଦିବସ ଅବସରରେ ପ୍ରଥମ ବାର୍ଷିକ ଅଧିବେଶନ ତଥା ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ରାଜ୍ଯ ସଂଯୋଜକ,ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀଙ୍କ ପୌରୋହିତ୍ୟରେ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ବଳିଷ୍ଠ,ସୁନ୍ଦର ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ ବିମ୍ବାଧର ବେହେରା ଯୋଗଦାନ କରି ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ,ୟୁନେସ୍କୋର ଲକ୍ଷ୍ୟ ବିଶ୍ୱ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ବିଶ୍ୱବାସୀ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ମୁଖ୍ୟବକ୍ତାଭାବେ ଡ.ମୁରଲୀଧର ନାୟକ ଯୋଗଦାନ କରି ୟୁନେସ୍କୋର ଗଠନର ମୁଖ୍ୟ ଲକ୍ଷ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏବଂ ଶିକ୍ଷା ଓ ସଂସ୍କୃତି ଜରିଆରେ ବିଶ୍ୱ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ବିଶ୍ୱବାସୀଙ୍କ ସମ୍ମିଳିତ ଉଦ୍ୟମ ଅବ୍ୟାହତ ରଖିବାକୁ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଡ.ମାନସୀ କର,ଡ.ସମୀର କୁମାର ସାହୁ,କବି ସୌମ୍ୟ ରଞ୍ଜନ ପରିଡ଼ା ପ୍ରମୁଖ ମଞ୍ଚାସୀନ ରହି ସ୍ୱୀୟ ବକ୍ତବ୍ୟରେ ୟୁନେସ୍କୋର ଗଠନ,ଲକ୍ଷ୍ୟ ଓ କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ।ସଭା ପ୍ରାରମ୍ଭରେ ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ରାଜ୍ଯ ସଂଯୋଜକ,ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ୟୁନେସ୍କୋ ସମ୍ପର୍କରେ ସବିଶେଷ ଆଲୋଚନା କରି ଆଗାମୀ ଦିନରେ ଓଡ଼ିଶାରେ ୟୁନେସ୍କୋର ବର୍ଷବ୍ୟାପୀ ଅନେକ କାର୍ଯ୍ଯକ୍ରମ କରାଯାଇ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଏହାକୁ ଆହୁରି ବ୍ୟାପକ ଓ ସର୍ବଜନାଦୃତ କରିବାକୂ ସମସ୍ତେ ସାମିଲ୍ ହେବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ସର୍ବପ୍ରଥମେ ମଞ୍ଚାସୀନ ଅତିଥି ବୃନ୍ଦ ଙ୍କ ଦ୍ବାରା ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା।ଶିକ୍ଷାବିତ୍ ଡ.ଅନୁପମା ମିଶ୍ରଙ୍କ ସୁଲଳିତ କଣ୍ଠରେ ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରି ଅଧ୍ୟାତ୍ମିକ ପରିବେଶକୁ ଗୁରୂ ଗମ୍ଭୀର କରିଥିଲା।ପ୍ରାତଃ ୯ ଘଟିକା ସମୟରେ ପ୍ରଥମେ ପଞ୍ଜିକରଣ ସମାପ୍ତ ହେବା ପରେ କବି ଲିଙ୍କୁ ପତି ଓ କୌଶଲ୍ୟା ବେଉରିଆ ସୁଲଳିତ କଣ୍ଠରେ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଗାନ କରିଥିଲେ।ଘ.୯.୩୦ ମିନିଟ୍ ସମୟରେ କବି ଓ ପ୍ରାବନ୍ଧିକ କାହ୍ନୁ ଚରଣ ବାରିକଙ୍କ ସଭାପତିତ୍ଵରେ କବି ନିବେଦିତା ରଥ ଓ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସବ “ବିଶ୍ୱ ସ୍ୱର” ରେ ଅର୍ଦ୍ଧ ଶତାଧିକ କବି କବିତା ପାଠ କରିଥିଲେ।କବି ବିଦ୍ୟାଧର ଖଟୁଆ,କବି ନିରଦ ଚନ୍ଦ୍ର ଜେନା,ପଣ୍ଡିତ ନାରାୟଣ ଶତପଥି ପ୍ରମୁଖ ମଞ୍ଚାସୀନ ହୋଇ କବିତା ବିଶ୍ୱ ସ୍ୱର ବିଶ୍ୱର ଶିକ୍ଷା,ବିଜ୍ଞାନ,ସଂସ୍କୃତି ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଅନ୍ତଃ ସ୍ୱର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା,ଡ.ମୁରଲୀଧର ନାୟକ,ଡ଼ା.ଅରୂପ ମିଶ୍ର,ଡ.ମାନସୀ କର,ଡ.ଅଂଶୁମାନ ମିଶ୍ର, ଡ.ବଂଶୀଧର ସାହୁ,କବି ନୀରଦ ଚନ୍ଦ୍ର ଜେନା,ଡ.ସମୀର କୁମାର ସାହୁ,ଡ.ବିଜୟ କୁମାର ସାହୁ,କବି ସୌମ୍ୟ ରଞ୍ଜନ ପରିଡ଼ା,କବି ଗୋଲକ ବିହାରୀ ବେହେରା,ଡ଼ା.ଦେବୀ ପ୍ରସାଦ ମିଶ୍ର, କବି ଅନିଲ କୁମାର ବିଶ୍ବାଳ ପ୍ରମୁଖ ୧୫ ଜଣ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ଓ ସମାଜର ବହୁମୂଲ୍ୟ ସେବା ପ୍ରଦାନ ନିମିତ୍ତ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ବାରା ପୁଷ୍ପଗୁଚ୍ଛ,ଉତ୍ତରୀୟ,ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ୨୫ ଜଣ ନୂତନ ଆଜୀବନ ସଭ୍ୟା,ସଭ୍ୟମାନଙ୍କୁ ଫୋଟୋ ପରିଚୟପତ୍ର ପ୍ରଦାନ କରଯାଇଥିଲା।ସମସ୍ତ ବକ୍ତା ୟୁନେସ୍କୋ ସମ୍ପର୍କରେ ସବିଶେଷ ଆଲୋଚନା କରି ଏହା ମାନବିକ ଅଧିକାରର ସୁରକ୍ଷା କରିବା ପାଇଁ ଜାତି,ଲିଙ୍ଗ,ଭାଷା ଏବଂ ଧର୍ମର ଭେଦଭାବ ନ ରଖି ସମସ୍ତଙ୍କ ପାଇଁ ନ୍ୟାୟ,ମୌଳିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ସୁନିଶ୍ଚିତ କରିବା।ସର୍ବଜନୀନ ଶିକ୍ଷା ପାଇଁ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଆଜୀବନ ଶିକ୍ଷାର ସୁଯୋଗ ସୃଷ୍ଟି କରିବା।ସାଂସ୍କୃତିକ ବିବିଧତା ସୁରକ୍ଷା ପାଇଁ ବିଶ୍ୱର ବିଭିନ୍ନ ସଂସ୍କୃତିକୁ ସମ୍ମାନ ଦେବା ଏବଂ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା।ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ସାକ୍ଷରତା ଅଭିଯାନ,ଶିକ୍ଷକ ତାଲିମ ଏବଂ ପିଲାମାନଙ୍କୁ ସ୍କୁଲ ଶିକ୍ଷା ପ୍ରଦାନ କରିବାରେ ଦେଶଗୁଡ଼ିକୁ ସାହାଯ୍ୟ କରେ।ଐତିହ୍ୟ ସୁରକ୍ଷା ପାଇଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ପ୍ରାକୃତିକ ସ୍ଥଳଗୁଡ଼ିକୁ ‘ବିଶ୍ୱ ଐତିହ୍ୟ ସ୍ଥଳ’ ଭାବେ ଘୋଷଣା କରି ସେଗୁଡ଼ିକର ସୁରକ୍ଷା କରେ।ବିଜ୍ଞାନ ଓ ପରିବେଶ ଜଳ ପରିଚାଳନା,ସମୁଦ୍ରର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକ ସହଯୋଗ ପ୍ରଦାନ କରେ।ଗଣମାଧ୍ୟମ ସ୍ୱାଧୀନତା ପାଇଁ ମତ ପ୍ରକାଶର ସ୍ୱାଧୀନତା ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରେ।ଜ୍ଞାନର ଆଦାନପ୍ରଦାନ ପାଇଁ ବିଭିନ୍ନ ଦେଶ ମଧ୍ୟରେ ସାହିତ୍ୟ କୃତିର ଅନୁବାଦ ଏବଂ ବୈଷୟିକ ଜ୍ଞାନର ଆଦାନପ୍ରଦାନରେ ସହାୟତା କରେ।ବର୍ତ୍ତମାନ ପୃଥିବୀର ପ୍ରାୟ ୧୯୪ରୁ ଅଧିକ ଦେଶ ୟୁନେସ୍କୋର ସଦସ୍ୟ ଅଛନ୍ତି ଏବଂ ଏହାର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସର ପ୍ୟାରିସ୍ ଠାରେ ଅବସ୍ଥିତ ବୋଲି ମତ ପ୍ରକାଶ କରିଥିଲେ।ଏହି ବର୍ଣ୍ଣାଢ଼୍ୟ କାର୍ଯ୍ଯକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ଅର୍ଦ୍ଧ ଶତାଧିକ ୟୁନେସ୍କୋ ପ୍ରେମୀ ବ୍ୟକ୍ତି ବିଶେଷ ଯୋଗଦାନ କରି କାର୍ଯ୍ଯକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ପରିଶେଷରେ ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ରାଜ୍ଯ ସଂଯୋଜକ, ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀ ଓ ସହଯୋଗୀ କାର୍ଯ୍ଯକ୍ରମ ସହ ସଂଯୋଜକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କବି ବାହାଦୂର ପାଟ୍ଟସାହାଣୀ ,ଢେଙ୍କାନାଳ
ରାଜ୍ଯ ସଂଯୋଜକ,ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା
ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,
କାର୍ଯ୍ଯକ୍ରମ ସହ ସଂଯୋଜକ ତଥା ମିଡ଼ିଆ ପ୍ରଭାରୀ,

