ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁର୍କେଲ ପୋଲ ମରାମତି ଦାବିରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବ୍ଲକ୍ ଗ୍ରାମାଞ୍ଚଳ ବନ୍ଦ

ତୁର୍କେଲ ପୋଲ ମରାମତି ଦାବିରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବ୍ଲକ୍ ଗ୍ରାମାଞ୍ଚଳ ବନ୍ଦ

ଏପଟେ ଭବାନୀପାଟଣା ରେ ମହମ୍ମଦ ମୋକିମ୍ ଙ୍କ ଓଡିଶା ଜନତା କଂଗ୍ରେସର ପ୍ରଥମ ଦଳୀୟ ସମାବେଶ ନେଇ କୌତୁହଳ 

ତୁର୍କେଲ ପୋଲ ମରାମତି ଦାବିକୁ ନେଇ ତୀବ୍ର ହେଲା ଆନ୍ଦୋଳନ । କଂଗ୍ରେସ ପକ୍ଷରୁ ଆଜି(ସୋମବାର) ଭବାନୀପାଟଣା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି, କାଁଭାଁ ଗାଡି ଚଳାଚଳ କରୁଛି ।

ବନ୍ଦ ଡାକରାର ପ୍ରଭାବ ଭବାନୀପାଟଣା ବ୍ଳକର ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗ୍ରାମାଞ୍ଚଳ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ଆଜିକୁ ଆଠ ମାସ ହୋଇଗଲା ତୁର୍କେଲ ବ୍ରିଜ ପାଇଁ ଯାତାୟତ ବନ୍ଦ ରହିଛି । ବହୁତ ଅସୁବିଧା ହେଉଛି ଛାତ୍ରଛାତ୍ରୀ କଲେଜ ଯିବାରେ ସମସ୍ୟା ହେଉଛି, ଚାଷୀ ବ୍ୟବସାୟୀ ସମସ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ବହୁତ ଦୂର ବୁଲିକି ଯିବାକୁ ପଡୁଛି। ଏନେଇ ଆଜି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ଆହ୍ୱାନ କ୍ରମେ ବନ୍ଦ ଡାକରା ଦିଆଯାଇଛି । ଏହି ସମସ୍ଯାକୁ ନେଇ ଗତ ୨୭ ତାରିଖ ଠାରୁ ୧୫ ଦିନ ହେଲା କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନକାରୀ ଧାରଣାରେ ବସିଥିଲେ ହେଁ ରାଜ୍ଯ ସରକାର ତୁର୍କେଲ ପୋଲ ମରାମତି ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।ଏହା କୌଣସି ଦଳ ପାଇଁ ନୁହେଁ ବରଂ ଏହା ଲୋକଙ୍କ ସ୍ବାର୍ଥ ପାଇଁ କରାଯାଉଛି ବୋଲି ବିଧାୟକ ସାଗର ଚରଣ ଦାସ ପ୍ରକାଶ କରିଛନ୍ତି ।

ସୁଚନା ଯୋଗ୍ୟ ଯେ,ତୁର୍କେଲ ପୋଲ ମରାମତି ଦାବି ନେଇ ଦୀର୍ଘ ୧୫ ଦିନ ଧରି କଂଗ୍ରେସର ଅହୋରାତ୍ର ଧାରଣାରେ ବସିଛି।ଏହା ସତ୍ତ୍ୱେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ନ ହେବାରୁ ଦଳ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି । ତୁର୍କେଲ ପୋଲ କେବଳ ଏକ ସେତୁ ନୁହେଁ, ଏହା କଳାହାଣ୍ଡି ଓ ନୂଆପଡା ଜିଲ୍ଲାବାସୀଙ୍କ ଜୀବନ ରେଖା ସଦୃଶ୍ୟ । କିନ୍ତୁ ପ୍ରାୟ ୮ ମାସ ହେଲା ପୋଲଟି ଦବି ଯାଇଥିବାରୁ ଦୁଇ ଜିଲ୍ଲାର ଯୋଗାଯୋଗ ପ୍ରାୟ ବିଚ୍ଛିନ୍ନ ହୋଇପଡିଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଏପଟେ ଭବାନୀପାଟଣା ସହରରେ ମହମ୍ମଦ ମୋକିମ୍ ଓ ସଂସ୍ଥାପକ ସଭ୍ୟମଧୁ ମହାନ୍ତି ଙ୍କ ଓଡିଶା ଜନତା କଂଗ୍ରେସର ପ୍ରଥମ ଦଳୀୟ ସମାବେଶ ଚାଲିଥିବା ବେଳେ କଂଗ୍ରେସ ଦ୍ୱାରା ଆହୂତ ଭବାନୀପାଟଣା ଗ୍ରାମାଞ୍ଚଳ ବନ୍ଦ ଡାକରା ସର୍ବସାଧାରଣରେ କୌତୁହଳ ସୃଷ୍ଟି କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

World Environment Day was observed by the Institution of Engineers (India), Rourkela Local Centre

masiha

ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବନ୍ଧୁଗାଁ ପଞ୍ଚାୟତ ୪ ଟି ଗାଁ କୁ ଗସ୍ତ, ଲୋକଙ୍କ ଠାରୁ ଶୁଣିଲେ ଓ ନିଜେ ଅନୁଭବ କଲେ ଗାଁ ର ପ୍ରକୃତ ସମସ୍ୟା, ସରକାରୀ ବାବୁଙ୍କୁ ଫୋନ ମାଧ୍ୟମରେ ଅତିଶିଗ୍ର ସମାଧାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ -୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!