ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୭ ଟି ଅଭିଯୋଗର ଶୁଣାଣି 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୭ ଟି ଅଭିଯୋଗର ଶୁଣାଣି 

ଡାବୁଗାଁ, ୧୧/୫ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ (ସାଧାରଣ) ଡା. ପ୍ରମୋଦ କୁମାର ପୃଷ୍ଟି ଙ୍କ ଦ୍ଵାରା ୨୭ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୭ ଟି ଅଭିଯୋଗ ମଧ୍ୟରୁ ୧୬ ଟି ଅଭିଯୋଗ ବ୍ୟକ୍ତିଗତ, ୧୧ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଡେଙ୍ଗାଗୁଡା ଗ୍ରାମରେ ପାନୀୟଜଳ ଯୋଗାଇଦେବା, ନବରଙ୍ଗପୁର ବ୍ଲକ ଅଧୀନ ବାଘଷିଉନି ଗ୍ରାମରେ ବେଇଆନ ଭାବେ ବୃକ୍ଷ ରୋପଣ, ଝରିଗାଁ ବ୍ଲକ ଅଧୀନ ଅର୍ଚ୍ଚିତଗୁଡା ଗ୍ରାମରେ ଶ୍ମଶାନ ଘାଟ ସମସ୍ୟା, ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ପଞ୍ଚାୟତ ରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ, ଡାବୁଗାଁ ଓଡିଶା ଡ୍ରାଇଭର ମହାସଂଘର ଗୃହ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବା, ଡାବୁଗାଁ ରିବିନିଗୁଡା ସାହିର ମହାଲକ୍ଷ୍ମୀ ଏସଏଚଜି ର ସଭ୍ୟା ମାନେ ମିସନଶକ୍ତି କର୍ମଚାରୀଙ୍କ ବିରୋଧରେ ଅଭିଯୋଗ, ଡାବୁଗାଁ ବ୍ଲକ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ ସ୍ଥାପନ,ଝରିଗାଁ ବ୍ଲକ ର ଚକଲାପଦର ଓ ଟେମରା ଗ୍ରାମରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଆଦି ଅଭିଯୋଗ ହୋଇଥିଲା | ଶେଷରେ ୪ ଜଣ ହିତାଧିକାରୀ ଙ୍କୁ ହୁଇଲ ଚେୟାର ଓ ଅନ୍ତଦ୍ୟୋୟ ଗୃହ ଯୋଜନାରେ ଡ଼ଙ୍ଗରିଗୁଡା ଗ୍ରାମର ପ୍ରଫୁଲ୍ଲ ଖୁଣ୍ଟିଆ ୬ ମାସ ମଧ୍ୟରେ ଗୃହ କାର୍ଯ୍ୟ ଶେଷ କରିଥିବାରୁ ତାଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା | ଏଥିରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପତ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଜିଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା, ଡାବୁଗାଁ ବିଡିଓ ସମୀର କୁମାର ପାତ୍ର, ତହସିଲଦାର ଗୀତା ମୁର୍ମୁ ଏବଂ ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

masiha

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର

masiha

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ମୟୂରଭଞ୍ଜକୁ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

Leave a Comment

error: Content is protected !!