ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇବଣିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା : ୪୦ରୁ ଅଧିକ ପରିବାର ବିଜେପିରେ ସାମିଲ

ରାଇବଣିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା : ୪୦ରୁ ଅଧିକ ପରିବାର ବିଜେପିରେ ସାମିଲ

ଜଳେଶ୍ଵର,୧୧/୫(ମନିସ)- ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇବଣିଆ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧନା, ମିଶ୍ରଣ ପର୍ବ ଏବଂ ସାଂଗଠନିକ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରାଇବଣିଆ ମଣ୍ଡଳ ସଭାପତି ସଞ୍ଜୀବ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ନିର୍ବାଚନ ମଣ୍ଡଳୀ ନେତା ବ୍ରଜମୋହନ ପ୍ରଧାନ ଯୋଗ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ କାଳିଚରଣ ଦାସ,ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ ସରେନ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତରୁଣ ପଟ୍ଟନାୟକ, ଦିବ୍ୟେନ୍ଦୁ ଦେ ଓ ତାପସ ରଞ୍ଜନ ପାଣିଗ୍ରାହୀ,ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ମହାନ୍ତି,ଉଦୟ ନାଥ ମୁର୍ମୁ ଏବଂ ଇମାନୁଏଲ୍ ସିଂ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା।ଏହି ବୈଠକ ଅବସରରେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବା ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ, ଆଗାମୀ ଦିନରେ ଦଳର ନୀତି ଓ ଆଦର୍ଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଉତ୍ସାହିତ କରିଥିଲେ। ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାରେ ଏହି ନୂତନ କାର୍ଯ୍ୟକର୍ତ୍ତାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ରାଇବଣିଆ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଅଧ୍ୟାପକ କିଣାରାମ ମହାପାତ୍ରଙ୍କ ସମେତ ୪୦ରୁ ଉର୍ଦ୍ଧ୍ୱ ପରିବାର ଅନ୍ୟ ଦଳ ଛାଡ଼ି ବିଧିବଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ସମସ୍ତ ନୂତନ ସଦସ୍ୟଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। ଶେଷରେ ଭାରତୀୟ ଜନତା ପାର୍ଟିର ରାଇବଣିଆ ମଣ୍ଡଳ ସଧାରଣ ସମ୍ପାଦକ ଗୌତମ ପାତ୍ର ଧନ୍ଯବାଦ ଦେଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଆମ ଆଦମୀ ପାର୍ଟି ଯୁବ ସଚେତନ 

ବିଜେଡି ନୂତନ ସଭାପତି ଙ୍କୁ ସମ୍ଭର୍ଦ୍ଧନା

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ରାଜନେତା ଈଶାନ ମିଶ୍ରଙ୍କ ଘର ବାହୁଡ଼ା; ଶଙ୍ଖ ଭବନରେ ଯୋଗଦାନ

masiha

Leave a Comment

error: Content is protected !!