ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ମେ ୧୨ ତାରିଖ: ସେବା,ସଂଘର୍ଷ ଓ ସୃଷ୍ଟିର ସମନ୍ୱୟ 

ଆଜିର ଦିବସର ଅନୁଚିନ୍ତା: ମେ ୧୨ ତାରିଖ: ସେବା,ସଂଘର୍ଷ ଓ ସୃଷ୍ଟିର ସମନ୍ୱୟ 

 ଡ଼ା ଦେବୀ ପ୍ରସାଦ ମିଶ୍ର,

ଇତିହାସର ପୃଷ୍ଠାରେ ପ୍ରତିଟି ଦିନ ଏକ ନୂତନ ବାର୍ତ୍ତା ବହନ କରିଥାଏ।ସମୟର ସ୍ରୋତରେ ପ୍ରତିଟି ଦିନ କେବଳ ତାରିଖ ନୁହେଁ,ମାନବ ସଭ୍ୟତାର ଏକ ନୂତନ ଚେତନା।ଆଜି ମେ ମାସ ୧୨ ତାରିଖ,ଯାହା ବିଶ୍ୱ ଇତିହାସରେ ସେବା ଓ ମାନବିକତାର ଏକ ଅନନ୍ୟ ସ୍ମରଣୀୟ ଦିବସ ଭାବେ ଚିହ୍ନିତ ଯାହା ସେବା,ସୃଷ୍ଟି ଓ ସମାଜ ପ୍ରତି ନିଷ୍ଠାର ଅନନ୍ୟ ସନ୍ଦେଶ ବହନ କରେ।

ବିଶ୍ୱ କ୍ଷେତ୍ରରେ ଆଜି ସେହି ମହୀୟସୀ ମହିଳା ମାନବତାର ନୀରବ ସେବିକା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଜୟନ୍ତୀ,ଯାହାଙ୍କ ସ୍ମୃତିରେ ସମଗ୍ର ବିଶ୍ୱ ‘ଆନ୍ତର୍ଜାତୀୟ ନର୍ସ ଦିବସ’ ପାଳନ କରୁଛି।ଜଣେ ‘ଲେଡି ଉଇଥ୍ ଦି ଲ୍ୟାମ୍ପ’ ଭାବେ ପରିଚିତ ନାଇଟିଙ୍ଗେଲ୍ ଆଧୁନିକ ନର୍ସିଂ ସେବାର ଯେଉଁ ମୂଳଦୁଆ ପକାଇଥିଲେ,ତାହା ଆଜିର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମେରୁଦଣ୍ଡ ସଦୃଶ।ଏହା ବ୍ୟତୀତ,ଆଜି ‘ଆନ୍ତର୍ଜାତୀୟ ଉଦ୍ଭିଦ ସ୍ୱାସ୍ଥ୍ୟ ଦିବସ’ ଭାବେ ମଧ୍ୟ ପାଳିତ ହେଉଛି,ଯାହା ଆମକୁ ପରିବେଶ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ପ୍ରତି ସଚେତନ କରାଉଛି।ଏହା ଆମକୁ ମନେ ପକାଏ ଯେ ପୃଥିବୀର ସବୁଜତା ହିଁ ଜୀବନର ନିଶ୍ୱାସ।ବିଜ୍ଞାନ ଓ ଜ୍ଞାନର ଶାଖାରେ ମେ ୧୨ ତାରିଖ ନୂତନ ଦିଗନ୍ତର ସୂଚନା ଦିଏ।୧୮୪୭ ମସିହାରେ ଉଇଲିୟମ କ୍ଲେଟନଙ୍କ ଦ୍ୱାରା ‘ଓଡୋମିଟର’ର ଆବିଷ୍କାର ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା।

ଭାରତୀୟ ପରିପ୍ରେକ୍ଷୀରେ ଆଜିର ଦିନଟି ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ।ଇତିହାସର ପୃଷ୍ଠା ଓଲଟାଇଲେ ଦେଖାଯାଏ,୧୪୫୯ ମସିହାର ଆଜିର ଦିନରେ ରାଓ ଯୋଧାଙ୍କ ଦ୍ୱାରା ରାଜସ୍ଥାନର ସୂର୍ଯ୍ୟନଗରୀ ଯୋଧପୁର ପ୍ରତିଷ୍ଠା ହୋଇଥିଲା ଯାହାକି ମରୁଭୂମିର ମଧ୍ୟରେ ସଂସ୍କୃତି ଓ ସାହସର ଏକ ଜୀବନ୍ତ ପ୍ରତୀକ।ସେହିପରି ୧୬୩୮ ମସିହାରେ ମୋଗଲ ସମ୍ରାଟ ଶାହାଜାହାନ ଦିଲ୍ଲୀର ପ୍ରସିଦ୍ଧ ‘ଲାଲ୍ କିଲ୍ଲା’ ନିର୍ମାଣ ପାଇଁ ଆଜ୍ଞା ପ୍ରଦାନ କରିଥିଲେ,ଯାହା ଆଜି ଭାରତୀୟ ସ୍ଥାପତ୍ୟ କଳାର ଏକ ଗୌରବମୟ ପ୍ରତୀକ ଭାବରେ ଏହାକୁ ଏକ ଅମର ଐତିହ୍ୟର ମାନ୍ୟତା ପ୍ରଦାନ କରିଥିଲା।ଅଧ୍ୟାତ୍ମିକ ଓ ଦାର୍ଶନିକ ଜଗତରେ ଆଜିର ଦିନଟି ବିଶିଷ୍ଟ ଚିନ୍ତାନାୟକ ଜିଦ୍ଦୁ କୃଷ୍ଣମୂର୍ତ୍ତିଙ୍କ ଜନ୍ମଦିନ ଭାବେ ମଧ୍ୟ ସ୍ମରଣୀୟ ଯିଏକି ମନୁଷ୍ୟର ଆତ୍ମଜାଗରଣକୁ ସର୍ବୋଚ୍ଚ ସତ୍ୟ ବୋଲି ବ୍ୟାଖ୍ୟା କରିଥିଲେ।

ଓଡ଼ିଶାର କ୍ଷେତ୍ରରେ କଳା ଓ ସଂସ୍କୃତି ଜଗତ ପାଇଁ ମଧ୍ୟ ଆଜିର ଦିନଟି ଗୁରୁତ୍ୱପୂର୍ଣ୍ଣ।ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଆଜି ଜନ୍ମଦିବସ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଆଜିର ଇତିହାସର ଘଟଣା ହେଉ ବା ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ,ସବୁଠି ଗୋଟିଏ କଥା ସ୍ପଷ୍ଟ – “କର୍ମ ହିଁ ଭଗବାନ”।ଆଜିର ଦିବସ ଆମକୁ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ମନେ ପକାଇ ଦେଉଛି। ବିଜ୍ଞାନ,ସେବା ଓ ସଂସ୍କୃତିର ଏହି ସମନ୍ୱୟ ଆଜିର ଦିନକୁ ଅଧିକ ମହିମାମୟ କରିଥାଏ।ତେବେ ଆସନ୍ତୁ, ଏହି ପବିତ୍ର ଦିବସରେ ଆମେ ସମସ୍ତେ କେବଳ ସ୍ମରଣରେ ନୁହେଁ,କର୍ମରେ ମାନବତାକୁ ବଞ୍ଚାଇ ନିଷ୍ଠାରେ ବିଶ୍ବର ସେବାକରିବାର ସଙ୍କଳ୍ପ ନେବା।କାରଣ ଇତିହାସ ସଦା ସେମାନଙ୍କୁ ଅମର କରେ, ଯେଉଁମାନେ ନିଜ ପାଇଁ ନୁହେଁ,ସମାଜ ପାଇଁ ବଞ୍ଚନ୍ତି।

   ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜି ଦିବସର ଅନୁଚିନ୍ତା: ୨୩ ଫେବୃୟାରୀ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ମେ ୫ ତାରିଖ:  ଆଧ୍ୟାତ୍ମିକ,ସାମାଜିକ ଓ ବୈଜ୍ଞାନିକ ଯାତ୍ରାର ଏକ ସଂକେତମୟ ସ୍ମୃତିଚିହ୍ନ

ଯୋଗଜନ୍ମା ପୁରୁଷ -” ଗଡଜାତ ଗାନ୍ଧୀ ” ସାରଙ୍ଗଧର “

Sunil Chandra Nayak

Leave a Comment

error: Content is protected !!