ସହରରେ ଟ୍ରାଫିକ ସମସ୍ୟା ନେଇ ଅସନ୍ତୋଷ
କାମାକ୍ଷାନଗର, କାମାକ୍ଷାନଗର ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଦେଇଥିବାରୁ ସାଧରଣରେ ଅସନ୍ତୋଷ ପ୍ରକାଶ ପାଉଛି l ସହରର ନୂଆ ବସଷ୍ଟାଣ୍ଡ ଠାରୁ ମେନରୋଦ ବଜାର ପର୍ଯ୍ୟନ୍ତ ଏବଂ ହନୁମାନ ବଜାରଠାରୁ ଜଗନ୍ନାଥ ବଜାର ଦେଇ ଟୁଙ୍ଗୀ ପର୍ଯ୍ୟନ୍ତ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି l ଏହି ରାସ୍ତା ରେ ବହୁ ଉଠା ଦୋକାନ ସେମାନଙ୍କ ର ପସରା ମେଲାଇ ଥିବା ବେଳେ ଗ୍ରାହକମାନେ ବାଇକ ଓ କାର ରାସ୍ତା କଡରେ ରଖି ଦୋକାନ ରେ ଭିଡ଼ ଜମାଇଥାନ୍ତି l ବଜାର ମଧ୍ୟରେ ସ୍ଥାୟୀ ଦୋକାନ ଗୃହ ସମ୍ମୁଖରେ ପାର୍କିଙ୍ଗ ର ସୁବିଧା ନଥିବାରୁ ଦୋକାନକୁ ସାମଗ୍ରୀ କିଣିବାକୁ ଆସୁଥିବା ଗ୍ରାହକ ମାନେ ନିଜ ଗାଡି କୁ ରାସ୍ତା ଉପରେ ରଖି ସାମଗ୍ରୀ କିଣିଥାନ୍ତି l ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ l ସହରର ମୁଣ୍ଡିଦେଉଳି ବଜାର ଅଞ୍ଚଳରେ ଥିବା ସ୍ଥାୟୀ ଦୋକାନ ଗୃହ କଡରେ ଡ୍ରେନ ନିର୍ମାଣ କରାଯାଇଛି l ଏହି ଡ୍ରେନ ଉପରେ ଦୋକାନୀମାନେ ନିଜ ବିକ୍ରୟ ସକାଶେ ସାମଗ୍ରୀ ଗୁଡିକ ସଜାଇ ରଖୁଥିବା ରୁ ଦୋକାନକୁ ଆସୁଥିବା ଗ୍ରହକମାନେ ରାସ୍ତାରେ ଗାଡି ରଖି ଦୋକାନକୁ ଯିବାକୁ ହୋଇଥାଏ l ଅନୁରୂପ ଭାବେ ଲକ୍ଷ୍ମୀ ବଜାର,ମେନରୋଡ଼ ବଜାର ରେ ମଧ୍ୟ ଡ୍ରେନ ଉପରେ ସାମଗ୍ରୀ ରଖୁଥିବାର ଦେଖାଯାଉଛି l ପୁଣି ଜଗନ୍ନାଥ ବଜାର ଛକ ଠାରୁ ଟୁଙ୍ଗୀ ପର୍ଯ୍ୟନ୍ତ କେତେକ ଦୋକାନୀ ଡ୍ରେନ କୁ କଭର କରି ସାମଗ୍ରୀ ରଖୁ ଥିବାରୁ ପ୍ରାୟ ସମୟରେ ଏହି ରାସ୍ତା ଯାମ ରହୁଛି l ବହୁ ସମୟରେ ଟ୍ରାଫିକ ସମସ୍ୟା ଲାଗି ରହୁଛି l ପ୍ରାୟ ସମୟରେ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେଉଛି l ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇ ଦୃଢ଼ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

