ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୪.୦୫.୨୦୨୫ ରିଖ ବୁଧୁବାର ସମୟ ଘ.୧୦.୦୦ମି ସମୟ ରେ ସ୍ଥାନୀୟ ପିତାମହଲ ପଞ୍ଛାୟତର ବେହେରାଗୁଡା ଗ୍ରାମରେ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ଦେବରାଜ ନାୟକ, ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଭାରତୀ ତ୍ରିପାଠୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ପି.ଏଲ୍.ଭି ଅଶୋକ ମହାରଣା, ପ୍ରତ୍ୟୁସ ଛିନଚାନି, ବେହେରାଗୁଡା ଗ୍ରାମର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ବର୍ଯ୍ୟବସ୍ତୁକୁ ଏଣେତେଣେ ନପକାଇ କିପରି ତାକୁ ଉଚିତ ବ୍ୟବହାର କରିବା ସେ ଉପରେ ଲୋକମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ I ସେହିପରି ନିଜର ବକ୍ତବ୍ୟରେ ଦେବରାଜ ନାଏକ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ I ପରିଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଳସମ୍ପଦ ବିଭାଗ ଭୁଲିଯାଇଛି ଇନ୍ଦ୍ରାବତୀ ରେ କିଛି କାର୍ଯ୍ୟାଳୟ ଅଛି ବୋଲି

Sunil Chandra Nayak

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

masiha

Leave a Comment

error: Content is protected !!