ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ବନ୍ଧୁଗାଁ ତା ୧୩/୫/୨୬, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ରେପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକକୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ବିକାଶ ମୂଳକ କାମ କରିବା ପାଇଁ ଅର୍ଥ ମଞ୍ଜୁର ହୋଇ ଥାଏ, ଏଥି ମଧ୍ୟରେ ବିଧାୟକଙ୍କ ପାଣ୍ଠି, ସାଂସଦଙ୍କ ପାଣ୍ଠି ଓ ବ୍ଲକ ପାଇଁ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାମ ପାଇଁ ଅର୍ଥ ଆସି ଥାଏ। ଏହାକୁ ନେଇ ଆଜି ଜିଲ୍ଲାପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ବ୍ଲକ ଉପାଧ୍ୟକ୍ଷା, ସରପଞ୍ଚ ଓ ସମିତି ସଭ୍ୟ ମାନେ ବିଧାୟକଙ୍କୁ ନିଜସ୍ୱ ପାଣ୍ଠି ପାଇଁ ହିଁ ସୁପାରିସ କରିବା ପାଇଁ ତାଗିଦ କରି ଥିଲେ। ବ୍ଲକର ଅନ୍ୟାନ୍ୟ ବିକାଶ ମୂଳକ କାମ ପାଇଁ ଠିକାଦାରଙ୍କୁ ସୁପାରିସ ନ କରିବା ପାଇଁ ଜଣାଇ ଥିଲେ। ପଞ୍ଚାୟତ ସ୍ତରୀୟ ଗ୍ରାମସଭା କରି ସରପଞ୍ଚ ମାନେ ଦେଇ ଥିବା ପ୍ରକଳ୍ପ ରେ ବିଧାୟକ ଙ୍କ ୪୦ ଭାଗ ଓ ବ୍ଲକ ଅଧ୍ୟକ୍ଷାଙ୍କ ୬୦ କାମ କରିବା କୁ ନେଇ ସରପଞ୍ଚ ମାନେ ବିରୋଧ କରି ଥିଲେ। ଆଗାମୀ ପଞ୍ଚାୟତ ସମିତି ବୈଠକରେ ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥାପନ ପାଇଁ ଲିଖିତ ତଥ୍ୟ ପ୍ରଦାନ କରିବା କୁ ବିଧାୟକ ଜଣାଇ ଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ଶେଷ ହୋଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଟଙ୍କା ପାଇ ନାହାନ୍ତି। ବିଦ୍ୟୁତ ବିଭାଗ ତରଫରୁ ଷ୍ଟ୍ରିଟ୍ ଲାଇଟ୍ ନ ଜଳିବା ଅଙ୍ଗନୱାଡ଼ି କେନ୍ଦ୍ର ବିଦ୍ୟୁତ ସଂଯୋଗ ଥାଇ ବନ୍ଦ ରହିବା ଟ୍ୟୁବ୍ ୱେଲ ମଟର କାମ ଦେଉ ନ ଥିବା, ବୋର ୱେଲ ବନ୍ଦ ଥିବା ତାଲିକା କରି ବିଦ୍ୟୁତ ବିଲ ଦେବାକୁ ବିଡିଓ ପରାମର୍ଶ, ବନ୍ଦ ଥିବା ସ୍କୁଲ ଗୁଡିକ ଖୋଲିବା, ଶିକ୍ଷକ ଶିକ୍ଷୟତ୍ରୀ ଗ୍ରାମାଞ୍ଚଳରେ ପାଠ ପଢାଉ ନାହାନ୍ତି ପରୀକ୍ଷା ବେଳକୁ ପିଲାଙ୍କୁ କଫି କରିବାକୁ କହୁଛନ୍ତି ଏହାକୁ ଗୁରୁତ୍ୱ ଦେବାକୁ ପଡ଼ିବ ଭାବେ ରହିବା ପାଇଁ ଆଲୋଚନା ହୋଇଥିଲା।ବୈଠକରେ ବିଡ଼ିଓ ଅସିତ୍ କୁମାର ମହାନ୍ତି ଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା ସଭାପତିତ୍ଵ କରିଥିଲେ। ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉନ୍ତା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ ସାଂସଦ ପ୍ରତିନିଧି ଲକ୍ଷଣ ଖୋସଲା , ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପିଡିକା, ତହସିଲଦାର ସୋନାଲି ପାତ୍ର, ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବାଗ, ଡାକ୍ତର ରଶ୍ମି ରଞ୍ଜନ ସାମଲ, ସିଡ଼ିପିଓ ଗୀତାଞ୍ଜଳୀ ମହାରଣା ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ଥିଲେ। ଏହା ସହିତ ଇଇଓ ସୌରଭ ନାୟକ,ଆର ଡି ଯନ୍ତ୍ରୀ ବିଜୟ କୁମାର ବେହେରା , ବି ଏ ଓ ସୂର୍ଯ୍ୟକାନ୍ତ ନାହାକ, ଏଏଓ ନିହାରିକା ହିକକା, ବି ଭି ଓ ମୁକ୍ତିକାନ୍ତ ସେଠୀ , ଜଳ ଯୋଗାଣ ଯନ୍ତ୍ରୀ ବିଜୟ ବେହେରା , ବି ଏସ ଏସ ଓ ଦୀପକ କୁମାର ବେଉରି ,ଏଫିଓ ସ୍ୱପ୍ନା ବେହେରା, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସ୍ବାଇଁ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହେଲା ଭୋଟର ସହାୟତା କେନ୍ଦ୍ର 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ 

ରାଇରଙ୍ଗପୁରରେ ଏଲପିଜି ଵ୍ଯବହାରର ସୁରକ୍ଷିତ ଉପାୟ ନେଇ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!