ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଢେଙ୍କାନାଳ – ଢେ଼ଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତ୍ଵର ହୋଇ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଓସ୍ତପାଳ ଗ୍ରାମ ଜୁଆଙ୍ଗ ସାହିର ଯୁବକ ରୋହିତ ପ୍ରଧାନ ଆଜି ସକାଳେ ଗ୍ରାମ ନିକଟ କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଉଥିବା ସମୟରେ କାଜୁ ବଗିଚାରେ ଥିବା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଯାହା ଦ୍ଵାରା ରୋହିତ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଗ୍ରାମବାସୀ ମାନେ କୌଣସିରୁ ଜାଣି ଉଦ୍ଧାର କରିଥିଲେ ଏବଂ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଯୋଗେ ଭର୍ତ୍ତି କରିଥିବା ସୂଚନା ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ସମୀକ୍ଷା ବୈଠକ

masiha

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜଉତ୍ସବ 

Sunil Chandra Nayak

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!