ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଢେଙ୍କାନାଳ – ଢେ଼ଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତ୍ଵର ହୋଇ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଓସ୍ତପାଳ ଗ୍ରାମ ଜୁଆଙ୍ଗ ସାହିର ଯୁବକ ରୋହିତ ପ୍ରଧାନ ଆଜି ସକାଳେ ଗ୍ରାମ ନିକଟ କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଉଥିବା ସମୟରେ କାଜୁ ବଗିଚାରେ ଥିବା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଯାହା ଦ୍ଵାରା ରୋହିତ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଗ୍ରାମବାସୀ ମାନେ କୌଣସିରୁ ଜାଣି ଉଦ୍ଧାର କରିଥିଲେ ଏବଂ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଯୋଗେ ଭର୍ତ୍ତି କରିଥିବା ସୂଚନା ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ , ଆଜି ରାମନଗୁଡ଼ା, ଗୁଣପୁର ଓ ପଦ୍ମପୁର ତହସିଲ ପରିଦର୍ଶନ

masiha

ଦାବି ପୁରଣ ସକାଶେ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କ ବୈଠକ

Sunil Chandra Nayak

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

masiha

Leave a Comment

error: Content is protected !!