ସୁଧୁରିବ ରାଇରଙ୍ଗପୁରରର ଦିର୍ଘବର୍ଷର ମହାସ୍ନାନ ସମସ୍ୟା
ସାଂସଦ ନବ ମାଝୀଙ୍କ ଦ୍ୱାରା ରାଇରଙ୍ଗପୁର ପୌରପାଳିକାର ଠାରେ ବର୍ଷା ଜଳ ନିଷ୍କାସନ ପାଇଁ ମହାନାଳ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ
ରାଇରଙ୍ଗପୁର ତା ୧୮-୦୫-୨୦୨୬ ରିଖ — ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଅଧିନସ୍ଥ ଯଶିପୁର କ୍ଷୁଦ୍ର ଜଳ ସେଚନ ବିଭାଜନ ଆନୁକୂଲ୍ୟରେ ଆଜି ରାଇରଙ୍ଗପୁର ସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲ ସନ୍ନିକଟ ପୋଲ ପାଖରେ ରାଇରଙ୍ଗପୁର ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପାଇଁ ମହାନାଳର ଉନ୍ନତିକରଣ ପ୍ରକଳ୍ପ ସମ୍ବନ୍ଧିତ ଏକ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ, ମୟୂରଭଞ୍ଜ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ, ରାଇରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ମୁଖ୍ୟଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଭୁବନେଶ୍ୱର ଇଂ. ପୂର୍ଣ୍ଣ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ କହିଥିଲେ ଯେ, ରାଇରଙ୍ଗପୁର ସହରର ଦିର୍ଘବର୍ଷର ମୁଖ୍ୟ ସମସ୍ଯା ହେଉଛି ବର୍ଷା ନିଷ୍କାସନ ପାଇଁ ନାଳ ସମସ୍ୟା । ରାଇରଙ୍ଗପୁର ସହରର ଜନସଂଖ୍ୟା ଓ କଳେବର ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଉଛି ।ସହରର ମହାନାଳ ଠାକୁରାଣୀ ଵେଡାରୁ ବାହାରି ସହର ମଧ୍ଯ ଦେଇ ୧ ନମ୍ବର ଓ୍ଵାର୍ଡ ଏବଂ ପରେ ଖଡଖାଇ ନଦୀରେ ମିଶିଛି ।ଏହି ନାଳ ଅଣ ଓସାରିଆ,ଅଧିକାଂଶ ଯାଗାରେ ପୋତି ହେବା ,ଦଳ ଭର୍ତି ହେବା ସହ ଭାଙ୍ଗି ଯାଇଛି ।ଅସ୍ବଛ ପାଣି ସେହି ନାଳରୁ ଯାଇ ନଦୀରେ ପଡ଼ିଛି । ବର୍ଷା ଦିନ ହେଲେ ନାଳ ପାଣି ନିଷ୍କାସନ ନ ହୋଇପାରି ଦୂଷିତ ପାଣି, ନାଳପାଖ ଘର ଗୁଡ଼ିକରେ ପଶିଯାଏ,ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରନ୍ତି ।ତେଣୁ ଦିର୍ଘବର୍ଷର ଜନସାଧାରଣଙ୍କ ସମସ୍ୟାକୁ ଉପଲବ୍ଧ କରି ଏହାର ସ୍ଥାୟୀ ସମାଧାନ ପାଇଁ ମହାମହିମ ରାଷ୍ଟ୍ରପତି ସହରର ନାଳରୁ ଉନ୍ନତିକରଣ ପାଇଁ ଜଳ ସମ୍ପଦ ବିଭାଗକୁ ଜଣାଇଥିଲେ ।ଏହି ମହାନାଳ ସହରର ଏକମାତ୍ର ବଡ଼ ନାଳ ।ଜଳ ସମ୍ପଦ ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପରେ ଜଳ ସମ୍ପଦ ବିଭାଗକୁ ୩୮ କୋଟି ଟଙ୍କାର ଅଟକଳ ପାଇଁ ସୁପାରିଶ କରାଯାଇଛି । ଏହି ମହାନାଳର ଉନ୍ନତିକରଣ ଉଦେଶ୍ୟ ସହରକୁ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ କରଣ କରିବା, ବର୍ଷା ଜଳ ନିଷ୍କାସନକୁ ସୁନିଶ୍ଚିତ କରିବା ସହିତ ବର୍ଜ୍ୟଜଳକୁ ପୁନଃବ୍ୟବହାର କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବର୍ଷା ଦିନେ ଆଉ ପୂର୍ବ ଭଳି ନାଳର ଆବର୍ଜନା ପାଣି ସ୍ଥାନେ ସ୍ଥାନେ ରାସ୍ତା ଉପରକୁ ଆସିବ ନାହିଁ ବା ଜମିବ ନାହିଁ ଏବଂ ସହର ସ୍ୱଚ୍ଛ ରହିବ ।ଜଳ ଵିଶୁଦ୍ଧିକରଣ ପ୍ଲାଣ୍ଟ ମଧ୍ୟ ସ୍ଥାପନା କରାଯିବ ।ଯାହାଫଳରେ ଅପରିଷ୍କାର ପାଣି ମହାନାଳ ଦେଇ ଖଡଖାଇ ନଦୀ ରେ ମିଶି ଦୂଷିତ ପାଣିକୁ ଟ୍ରିଟମେଣ୍ଟ କରାଯିବା ସହ ନଦୀକୁ ଦୂଷିତ ପାଣି ଛଡାଯିବ ନାହିଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଆରମ୍ଭ କରାଯାଉଛି ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀ,ବିଧାୟକ ଜଲେନ ନାଏକ,ପୌରାଧ୍ଯକ୍ଷ ଅଭିଷେକ ପଟନାୟକ ମୁଖ୍ୟ ଯନ୍ତ୍ରୀ ଇଂ ପୁର୍ଣ୍ଣଚନ୍ଦ୍ର ରଥ କହିଥିଲେ ଏହି ନାଳରୁ ଉନ୍ନତିକରଣ ରାଇରଙ୍ଗପୁର ବାସୀଙ୍କ ନାଳ ସମସ୍ଯା ସମାଧାନ କରିବ । ଏହାକୁ ଅଧିକ ସୁଦୃଢ କରିବା ପାଇଁ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ନବୀନ ରାମ, ସାଂସଦ ପ୍ରତିନିଧି ଶ୍ରୀ ମନୋଜ କୁମାର ଦାସ, ଯଶିପୁର କ୍ଷୁଦ୍ର ଜଳ ସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ମାନସ ପ୍ରଧାନ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଂସଦା,କ୍ଷୁଦ୍ର ଜଳସେଚନ ରାଇରଙ୍ଗପୁର ଡିଭିଜନର ସୁପରିଣ୍ଟେଡେଣ୍ଟ ଇଞ୍ଜିନିୟର ଇଂ ମାନସ ପ୍ରଧାନ, ବାରିପଦା ର ସୁପରିଣ୍ଟେଡେଣ୍ଟ ଇଞ୍ଜିନିୟର ମନୋରଞ୍ଜନ ହାଃସଦା,ଆସିଷ୍ଟାଣ୍ଟ ଏକଜିଉଟିଭ ଇଞ୍ଜିନିୟର ପ୍ରଦୀପ ଗିରି,କନିଷ୍ଠ ଯନ୍ତ୍ରୀ ଇଂ ବଲ୍ଲଭ ବେହେରା,କ୍ଷୁଦ୍ର ଜଳସେଚନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ରାଇରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗର ବିଭଗୀୟ ଅଧିକାରୀ,ରାଇରଙ୍ଗପୁର ପୌରପାଳିକା ମନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି, ପୌର କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ, ସ୍ଥାନୀୟ ଅଂଚଳର ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଏହି ନାଳରୁ ଉନ୍ନତିକରଣ ହେଲେ ଦିର୍ଘବର୍ଷର ରାଇରଙ୍ଗପୁର ସହରମୁଖ୍ଯ ନାଳ ସମସ୍ୟା ସମାଧାନ ହେବ ଏବଂ ନାଳ ପାର୍ଶ୍ଵଵର୍ତିରେ ସୌନ୍ଦର୍ଯ୍ୟ କରଣ କରାଯିବ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

