ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ

ଅନଲାଇନ୍‌ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ଆଗାମୀ ମେ ୨୦ ତାରିଖରେ ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମସ୍ତ ଔଷଧ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଔଷଧ ଦୋକାନୀମାନଙ୍କର ଏହି ଆଭିମୁଖ୍ୟକୁ ନେଇ ଆଜି ଭବାନୀପାଟଣା ସ୍ଥିତ ଏକ ଘରୋଇ ହୋଟେଲ୍‌ରେ ‘କଳାହାଣ୍ଡି କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଏସୋସିଏସନ୍’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଅଭିଯୋଗ ଅନୁଯାୟୀ, ବେଆଇନ ଭାବେ ଚାଲିଥିବା ଇ-ଫାର୍ମାସି ବା ଅନଲାଇନ୍ ଔଷଧ ବ୍ୟବସାୟ ଯୋଗୁଁ ପାରମ୍ପରିକ ଔଷଧ ବ୍ୟବସାୟୀମାନେ ଜୀବିକା ହରାଇବା ସହ ଗ୍ରାହକମାନେ ନକଲି ଔଷଧର ଶିକାର ହେବାର ଆଶଙ୍କା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଶୋକ ରାଉତ, ସମ୍ପାଦକ ନିକୁଞ୍ଜ ଦତ୍ତାଙ୍କ ସମେତ ସଂଘର ବହୁ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ସାମାଜିକ ଗଣ ମାଧ୍ୟମ ରେ ପଞ୍ଚାୟତ ରାଜ ବ୍ୟବସ୍ଥା ନେଇ ସରପଞ୍ଚ ଅସନ୍ତୋଷ ଜାହିର କଲେ

masiha

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

masiha

ମା’ ବରୁଣେଇ ପୀଠସ୍ଥଳୀ ଖୋର୍ଦ୍ଧାଠାରେ ନିଶିଗନ୍ଧା ପରିବାର ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!