ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

ଡାବୁଗାଁ, ୨୦/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଦ୍ୟାନ, କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ବନ ବିଭାଗ, ପାନୀୟ ଜଳ ଯୋଗାଣ, ପରିମଳ, ସମନିତ୍ଵ ଶିଶୁ ବିକାଶ, ଶିକ୍ଷା, ଜଳ ସେଚନ, ବିଦ୍ୟୁତ ବିଭାଗ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ମଙ୍ଗଳ ବିଭାଗ, ଉନ୍ନୟନ, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ବ୍ଲକ ପଞ୍ଚାୟତ ଉନ୍ନୟନ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ | ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଚାଲିଥିବା ସରକାର ଙ୍କ ସୁଭଦ୍ରା ଯୋଜନା, ବ୍ଲକରେ ମୋଟ ୧୪୨ ଟି ଅଙ୍ଗନୱାଡି କେନ୍ଦ୍ରରୁ ୧୨୫ ଟି ଟି କେନ୍ଦ୍ର ର ନିଜର ଗୃହ ରହିଥିବା ବେଳେ ୧୨ ଟି କେନ୍ଦ୍ରର ଗୃହ କାର୍ଯ୍ୟ ଚାଲିଛି ଓ ୫ ଟି ଅଙ୍ଗନୱାଡି କେନ୍ଦ୍ର ଭଡା ଘରେ ଚାଲୁଥିବା ସିଡିପିଓ ଉପସ୍ଥାପନ କରିଥିବା ବେଳେ ଡାବୁଗାଁ ବ୍ଲକରେ ୨୦୨୫-୨୬ ବର୍ଷରେ ମାତୃ ମୃତ୍ୟୁ ହାର ଶୂନ ପ୍ରତିଶତ ରହିଥିବା ସୂଚନା ଦେଇଥିଲେ | ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର ରେ ଚାଲିଥିବା ସରକାର ଙ୍କ ଯୋଜନା ଉପରେ କହିବା ସହ ଡାବୁଗାଁ ବ୍ଲକରେ ଶିକ୍ଷା ହାର ୫୯ ପ୍ରତିଶତ ରହିଛି ବୋଲି ଉପସ୍ଥାପନ କରିଥିଲେ | ଏଥିରେ ଅଞ୍ଚଳା ପଞ୍ଚାୟତ ସରପଞ୍ଚ ରମେଶ ମାଝି ଅଭିଯୋଗ କରିଥିଲେ ଯେ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୯ ମ ଶ୍ରେଣୀ ରେ ଅଞ୍ଚଳା ଗ୍ରାମର ପିଲା ମାନଙ୍କୁ ନାମ ଲେଖାଇବା ପାଇଁ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ମନା କରୁଛନ୍ତି କିନ୍ତୁ ଅନ୍ୟ ବ୍ଲକ ର ପିଲା ମାନଙ୍କର ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଓ ମେଦନା କ୍ଲଷ୍ଟରର ସିଆରସିସି ବିଦ୍ୟାଳୟ ସମୟରେ ଶିକ୍ଷକ ମାନେ ପାଠ ପଢାଇବା ସମୟରେ ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ କୁ ଡାକି ବିଭିନ୍ନ କାଗଜପତ୍ର କାମ କରାଉଥିବା ଅଭିଯୋଗ କରିଥିଲେ | ଉକ୍ତ ଅଭିଯୋଗ ର ଦଦନ୍ତ କରିବା ବୋଲି ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଏହାସହ ଅଞ୍ଚଳା ପଞ୍ଚାୟତର ଦଶରୁ ଭତରା ମାର୍ଚ୍ଚ ୩ ତାରିଖରେ ଧାନ ମଣ୍ଡିରେ ଧାନ ବିକ୍ରି କରିଥିଲେ ମଧ୍ୟ ତାଙ୍କର ଆଜି ପର୍ଯ୍ୟନ୍ତ ଧାନ ର ମୂଲ୍ୟ ପାଇନାହାଁନ୍ତି | ତେଣୁ ଧାନର ମୂଲ୍ୟ ଦିଆଯାଉ ନହେଲେ ଧାନ ଫେରସ୍ତ କରାଯାଉ ବୋଲି କହିଥିଲେ | ଏନେଇ ଯୋଗାଣ ନିରିକ୍ଷକ ଏହାର ଦଦନ୍ତ କରି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ଏହାପରେ ସମସ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟଜଳ ର ସମସ୍ୟା ଥିବାନେଇ ସରପଞ୍ଚ ଓ ସମିତିସଭ୍ୟ ମାନେ ଅଭିଯୋଗ କରିଥିଲେ | ଏଥିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହିଥିଲେ ଯେଉଁ ଗ୍ରାମରେ ନଳକୂପ ଖରାପ ରହିଛି ସେଗୁଡିକୁ ମରାମତି କରି ପାନୀୟଜଳ ଯୋଗାଇ ଦିଆଯାଉଛି | ଚଳିତ ବର୍ଷ ବିଭିନ୍ନ ଗ୍ରାମରେ ନୂତନ ୧୪ ଟି ନଳକୂପ ଖନନ କରାଯାଇଛି ଓ ଆହୁରି ୪୩ ଟି ନୂତନ ନଳକୂପ ଖନନ କରାଯିବ ବୋଲି କହିଥିଲେ | ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଉପସ୍ଥିତ ନଥିବାରୁ ନିର୍ବାଚିତ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ | ଏନେଇ ଜିଲାପାଳ ଙ୍କୁ ଜଣାଇବା ପାଇଁ ବ୍ଲକ ଅଧ୍ୟକ୍ଷା ବିଡିଓ ଙ୍କୁ ପରାମର୍ଶ ଦେଇଥିଲେ | ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ଙ୍କ ପ୍ରତିନିଧି ଜେ. ରାଜଶେଖର ରାଓ, ବିଡିଓ ସମୀର ପାତ୍ର, ସିଡିପିଓ ମିନତୀ ଦାଶ, ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଜାରୀ, ଗ୍ରାମପଞ୍ଚାୟତ ଉନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସୁଭାଶିଷ ସାହୁ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବ୍ଲକ କୃଷି ଅଧିକାରୀ ସୁଦେଷ୍ନା ଧଳ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ରାଜେଶ କୁମାର ଦାଶ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ, ଜଟାବାଲ ବନପାଳ ଅନିତ କୁମାର ଦାଶ, ବନାଞ୍ଚଳ ଅଧିକାରୀ (କେନ୍ଦୁପତ୍ର)ସନ୍ତୋଷ କୁମାର ସୁନାନୀ, ଟିପିଏସଓଡିଏଲ ଆରପିଓ ସୂର୍ଯ୍ୟକାନ୍ତ ପାଢୀ, ଜଳ ଓ ପରିମଳ କନିଷ୍ଠଯନ୍ତ୍ରୀ ରୋହିତ କିଶାନ, ଅଗ୍ନିସମ ମୁଖ୍ୟ ଅଗ୍ନିଯୋଧ୍ୟା ଲକ୍ଷ୍ମୀଧର ଜାନୀ ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ,ନଗରପାଳ

Sunil Chandra Nayak

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

Sunil Chandra Nayak

ନନ୍ଦାହାଣ୍ଡି ବିଡ଼ିଓ ଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦ୍ୱାରା ଥଇଥାନ ହେଲେ ୨ ଅଵହେଳିତ ଶିଶୁ

Leave a Comment

error: Content is protected !!