ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସିଗାଁରେ ନୂତନ ମଣ୍ଡି ଉଦ୍ଘାଟନ ସୁବିଧା ପାଇବେ ଅଞ୍ଚଳର ବହୁ ଚାଷୀ

ଦାସିଗାଁରେ ନୂତନ ମଣ୍ଡି ଉଦ୍ଘାଟନ ସୁବିଧା ପାଇବେ ଅଞ୍ଚଳର ବହୁ ଚାଷୀ

ଜୁନାଗଡ଼ ୨୦/୫ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଠାରେ ଆଜି ଚାଷୀ ମାନଙ୍କ ଦୀର୍ଘ ବର୍ଷର ସମସ୍ୟା ଦୂର ହେଇଛି ।ଆଗେ ଚାଷୀମାନେ ଖୋଲା ଆକାଶ ତଳେ ଖରା ବର୍ଷା ଏବଂ ଶୀତକୁ ଖାତିର ନ କରି ବହୁ କଷ୍ଟରେ ମଣ୍ଡିରେ ଧାନ ବିକ୍ରି କରୁଥିଲେ ।କିନ୍ତୁ ଆଜି ବହୁତ ଦିନର ଅପେକ୍ଷାର ଅନ୍ତ ହୋଇଛି ।ଚାଷୀ ମାନଙ୍କ ସୁବିଧା ପାଇଁ ଦାସିଗାଁ ଠାରେ ୧କୋଟି ୫୨ ଲକ୍ଷର ଏକ ନୂତନ ମଣ୍ଡି ନିର୍ମାଣ ହୋଇଛି । ଚଳିତ ରବି ଚାଷ ର ଧାନ ଏହି ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରିବେ ।ଆଜି ଏହି ନୂତନ ମଣ୍ଡିର ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ ଅବସରରେ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦଘାଟନ ଉତ୍ସବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ମଣ୍ଡିର ଶୁଭ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଡିଆରସିଏସ ସ୍ୱରୂପ କୁମାର କର ,ପେକ୍ସ ସଭାପତି ବିଶ୍ୱନାଥ କର ,ତହସିଲଦାର ରଘୁନାଥ ମୁଣ୍ଡାରୀ ,ଏଆରସିଏସ ସରୋଜ ପ୍ରଧାନ ,ସମାଜସେବୀ ଦୀପ୍ତି ପ୍ରହରାଜ , ଆର ଏମ ସି ସଭ୍ୟ ପ୍ରସନ୍ନ ରାଉତ , ସ୍ଥାନୀୟ ସରପଞ୍ଚ ପ୍ରମୋଦିନି ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଜୁନାଗଡ଼ ଆର ଏମସି ସମ୍ପାଦକ ଉଦିତ କୁମାର ବାବୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ଆର ଏମସି କର୍ମଚାରୀ ବସନ୍ତ କୁମାର ସେଠି ପରିଚାଳନା କରିଥିବାବେଳେ ଦାସିଗାଁ ପେକ୍ସର ସମସ୍ତ ଡ଼ାଇରେକ୍ଟର ,ଅଞ୍ଚଳର ଚାଷୀ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଆଜି ଚଳିତ ରବି ଚାଷ ର ଧାନ ମଧ୍ୟ ଜଣେ ଚାଷୀଙ୍କର ଓଜନ କରାଯାଇ ଥିଲା ।ଏହି ନୂତନ ମଣ୍ଡି ହେବା ଫଳରେ ଅନେକ ଚାଷୀ ମାନଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

masiha

ଯାମଦା ବ୍ଳକ ଆଇସିଡିଏସ ଆନୁକୁଲ୍ଯରେ ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ ପାଳନ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!