ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଣ୍ଟାବାଞ୍ଜି ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ       ଶୋଭାଯାତ୍ରା ସାମିଲ ହେଳେ ଶହ ଶହ ମହିଳା ,ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ 

କଣ୍ଟାବାଞ୍ଜି ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ

      ଶୋଭାଯାତ୍ରା ସାମିଲ ହେଳେ ଶହ ଶହ ମହିଳା ,ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ 

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କୁ ୩୩%ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ, ନାରୀ ନିର୍ଯାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ଓ ବିଜେପି ସରକାର ବିରୋଧରେ କଣ୍ଟାବାଞ୍ଜି ଜିଆର ପେଲେସ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ତଥା ବିଜେଡି ନେତ୍ରୀ ନିରୁପମା ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ନାରୀ ଅଧିକାର ଅଭିଯାନ ସଭାରେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ ମେହେର, ପୂର୍ବତନ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଅଜିତ ଯୋଶୀ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଯୁବ ନେତା ଗିରିରାଜ ସିଂ ମାଝୀ,ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାର ବାରିକ,ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ ଗୋପା ମାହାନନ୍ଦ,ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି,ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲ ସହ ବିଜେଡି ର ବରିଷ୍ଠ ମହିଳା ନାରୀ ନେତ୍ରୀ ମାନେ ଉପସ୍ଥିତ ଥିଲେ। ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନା, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏହାକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି ବିଜେଡି କର୍ମୀ ଓ ମହିଳା ନେତ୍ରୀମାନେ ପ୍ରତିବାଦ ସଭା କରିଥିଲେ। କଣ୍ଟାବାଞ୍ଜି ସହରରେ ବିଜେଡିର ଶତାଧିକ କର୍ମୀ ଓ ମହିଳା ସମର୍ଥକମାନେ ଏକତ୍ରିତ ହୋଇ ସ୍ଥାନୀୟ ଜିଆର ପେଲେସ ଠାରୁ ରାଲି କରିଥିଲେ। ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ନାରୀଙ୍କ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ।ଆଗାମୀ ଦିନରେ ନାରୀ ସୁରକ୍ଷା ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ ସଚେତନ କରାଯାଇଛି। ପରେ ଶୋଭାଯାତ୍ରା କଣ୍ଟାବାଞ୍ଜି ଏନଏସି ଅଫିସ ପହଞ୍ଚିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଡ଼ ଙ୍କ ଜରିଆରେ ଏକ ଦାଵିପତ୍ର ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ରେ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଆଶାଦୁଲା ଖାଁ, ଉଦ୍ଧବ ବେହେରା,ଦୈତାରୀ ଭୋଇ,ଦେବରାଜ ଯାଦବ, ଆଶିଷ ବେହେରା, ରାଜେନ୍ଦ୍ର ଦୀପ,ଲିଙ୍ଗରାଜ ସୁନା, ବିଷ୍ଣୁ ଜୁଏଡ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

୫ ଟି ସଚିବ ଙ୍କ ନବରଙ୍ଗପୁର ଗସ୍ତକୁ ନେଇ ଡାବୁଗାଁ ବ୍ଲକ କଂଗ୍ରେସ ର ଖବରଦାତା ସମ୍ମିଳନୀ

Sunil Chandra Nayak

“ସରକାରୀ ଯୋଜନା ର ଲାଭ ସଧାରଣ ଲୋକଙ୍କ ପାଖ ରେ ପହଞ୍ଚାଅ” ଦର୍ଜିଂ ରେ ରାଉରକେଲା ବିଜେପି ର ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

ଏବିଭିପି ର ଚାରିଦିନିଆ ଅଭ୍ୟାସ ବର୍ଗ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!