ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ 

 ବନ୍ଧୁଗାଁ ତା-୨୦/୫/୨୦୨୬ ଆଜି ରାୟଗଡ଼ା ଜିଲ୍ଲାରେ ଏନଏସଏଫ ଭାରଉତ୍ତୋଳନ କମିଟି ଦ୍ୱାରା ଓଡିଶା ରାଜ୍ୟ ପାଇଁ ନୂତନ କମିଟି ଚୟନ ପାଇଁ ଆୟୋଜିତ ହୋଇଥିଲା I ଏଥିରେ ବିଭିନ୍ନ ୧୨ ଜିଲ୍ଲାର ଲୋକେ ଉପସ୍ଥିତ ଥିଲେ ରାଜ୍ୟ କମିଟି ରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । (୧)ଓଡିଶା ରାଜ୍ୟ ଏନଏସଏଫ ଭାରଉତୋଳନ ର ଚିଫ ଉପଦେଶକ ଭାବରେ ରମେଶ ଚନ୍ଦ୍ର ବିଡ଼ିକା ,(୨) ଗଣ ମାଧ୍ୟମ ଉପଦେଶକ ଭାବରେ – ମୋନୋ ରଞ୍ଜନ ସତପତି (୩)ସଭାପତି – ସୁଦାମ ସାହୁ (୪) ସଂପାଦକ-ଦୋରା କଣ୍ଡାଗରୀ (୫) ଉପସଭାପତି – ପ୍ରଭାକୋର୍ ସେଠି (୬) ଅତ୍ୟତରାଣା ପ୍ରଧାନ (୭) ଟେକ୍ନିକାଲ ନିର୍ଦ୍ଧେଶକ ଭାବରେ କାର୍ତ୍ତିକେଶ୍ୱର ଜେନା ଓ (୮) ଟେକ୍ନିକାଲ ନିର୍ଦ୍ଧେଶକ – କାଡଗାଲା ଶ୍ରୀନୁ (୯) କାର୍ଯ୍ୟକାରୀ ସମ୍ଫାଦକ ଡାକ୍ତର ରବୀନ୍ଦ୍ର ମହାର ,(୧୦) ଏକ୍ସକୁଟିଭ ବଡି ମେମ୍ବର ସତୀଶ ଇନୁମୂଲା, ଏହିପରି ଆଜି ୧୨ ଜିଲ୍ଲାର କର୍ମକର୍ତାଙ୍କ ଉପସ୍ଥିତରେ ନୂତନ ଭାବରେ ୧୦ ଜଣଙ୍କୁ ଚୟନ କୋରାଯାଇଥିଲା I 

କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

ବନ୍ଧୁଗାଁ ତା ୨୨/୫ ବନ୍ଧୁଗାଁ ବ୍ଲକରେ ଆଜି କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହୋଇ ଅନେକ ସ୍ଥାନରେ ଘରଦ୍ୱାର ଉଡାଇ ଦେଇଛି। ମଧ୍ୟାହ୍ନ ରେ ହଠାତ ଆକାଶ ମେଘାଚ୍ଛନ୍ନ ହୋଇ କାଳବୈଶାଖୀ ପବନ ବହି ଥିଲା। ପୁଣି ଘଡ଼ଘଡ଼ି ବିଜୁଳି ସହ କାଳବୈଶାଖୀ ଜନିତ ବର୍ଷା ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ସୁଚନା ଅନୁଯାୟୀ କାଳବୈଶାଖୀ ବର୍ଷା ହେବାରୁ ବନ୍ଧୁଗାଁ ରୁ ପାର୍ବତୀପୁରମ ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଛି। ପୁଣି ଏଲଗାବାଲସା ଗ୍ରାମର ତିନୋଟି ଟାଇଲ ଛପର ଘର ଉଡ଼ାଇ ଦେବାରୁ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଛି ଏବଂ ଅଳ୍ପକେ ଛୋଟ ଛୋଟ ପିଲାଙ୍କ ଜୀବନ ବଞ୍ଚି ଯାଇଛନ୍ତି। ସାନମାଥୁର କଲୋନିର ନରେନ୍ଦ୍ର କନ୍ଦପାନ ଓ ରାଜେନ୍ଦ୍ର କନ୍ଦପାନ କିଛି ଆଜବେଷ୍ଟ ଓ ଟିଣ ଛପର ଘର ଉଡ଼ାଇ ଦେଇଛି ଓ ବନ୍ଧୁଗାଁ ଗ୍ରାମର ପିନିଣ୍ଟି ଡାଲି ଙ୍କ ଘର ଉପରେ ତେନ୍ତୁଳି ଗଛ ଭାଙ୍ଗି ପଡି ଆଜବେଷ୍ଟ ସିଟ ଭାଙ୍ଗି ଚୁର ମାର ହୋଇଛି ଅଳ୍ପକେ ବର୍ତ୍ତୀ ଯାଇଚନ୍ତି ଘରେ ରହିଥିବା ୫ ଜଣ ଲୋକ ଏହି ସହିତ ଅନେକ ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ଛିନ ଚତର ହୋଇ ଡ଼ାଳ ଗୁଡିକ ପଡି ରହିଅଛି । ବନ୍ଧୁଗାଁ ପଞ୍ଚାୟତ ର କିଛି ଗାଁ ରୁ ମଧ୍ୟ ଚାଳଛପର ଘର ଗୁଡିକ ଉଡ଼ାଇ ଦେଇଛି। ପ୍ରବଳ ଗରମ ହେଉଥିବା ବେଳେ ଲୋକେ ଗରମରୁ ଆଶ୍ୱସ୍ତି ପାଇବା ପାଇଁ ଘର ବାହାରି ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ରାତ୍ର ହୋଇ ଥିବାରୁ କେଉଁ କେଉଁ ଗ୍ରାମରେ କଣ ସବୁ କ୍ଷୟକ୍ଷତି ହୋଇଛି ଆସନ୍ତା କାଲି ଜାଣିବାକୁ ମିଳିବ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Leave a Comment

error: Content is protected !!