ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯାତ୍ରାରେ ଗଣ୍ଡଗୋଳ ମାମଲା ; ୪ ଗିରଫ 

ଯାତ୍ରାରେ ଗଣ୍ଡଗୋଳ ମାମଲା ; ୪ ଗିରଫ 

ଭଞ୍ଜନଗର,୨୪/୫ ଦୁଇ ଗୋଷ୍ଠି ଗଣ୍ଡଗୋାଳ ମାମଲାରେ ପୁଲିସ ଶନିବାର ସନ୍ଧ୍ୟାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ଠାକୁରାଣୀ ଯାତ୍ରା ସମୟରେ ୧୭ ତାରିଖ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ଗଣ୍ଡଗୋଳ ସୁତ୍ରପାତ ହୋଇଥିଲା‌।ଏନେଇ ପୁଲିସ ୪ ଟି ପୃଥକ ମାମଲା ରୁଜୁ କରି ଉଭୟ ପକ୍ଷର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ଯାତ୍ରା ସମୟରେ ମାରଣାସ୍ତ୍ର ଧରି ଭୟର ବାତାବରଣ ସୃଷ୍ଟି କରିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ ଏଭଳି ଅପରାଧିକ କାର୍ଯ୍ୟକଳାପ ଦମନ ପାଇଁ ଯଥା ଆବଶ୍ୟକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ଡ.ଦିପକ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କେସ ନମ୍ବର ୪୩୫ ଏବଂ ୪୩୬ ମାମଲାର ଅଭିଯୁକ୍ତ ଭଞ୍ଜନଗରର ଏମ୍‌ଡି ଇମରାନ୍‌(୩୨),କେସ ନମ୍ବର ୪୩୯ ମାମଲାରେ ଅଭିଯୁକ୍ତ ଦୀପକ ମହାନ୍ତି(୨୮) ଓ ଅରୁଣ କୁମାର ବେହେରା(୪୦) ଏବଂ କେସ ନମ୍ବର ୪୪୧ ମାମଲାର ଅଭିଯୁକ୍ତ ଯଶବନ୍ତ ସ୍ବାଇଁ(୨୨)। ଅଭିଯୁକ୍ତ ମାନଙ୍କୁ ଶନିବାର ସନ୍ଧ୍ୟାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଦିନ କୌଣସି କାରଣକୁ ନେଇ ଉଭୟ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଏନ୍‌ଏସି ପରିସର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠି ମଧ୍ୟରେ ପରବର୍ତ୍ତି ସମୟରେ ଗଣ୍ଡଗୋଳ ସୁତ୍ରପାତ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠି ପକ୍ଷରୁ ୪ଟି ପୃଥକ ମାମଲା ରୁଜୁ ହୋଇଥିବା ବେଳେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୨୧ ତାରିଖ ଦିନ ବିଳମ୍ବିତ ରାତିରେ ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନକୁ ୨ ଜଣ ଦୁବୃର୍ତ୍ତ ବୋମା ମାଡ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଦୁବୃର୍ତ୍ତଙ୍କ ସଂର୍ପକରେ ପୁଲିସ ‌କୌଣସି ଟେର ପାଇ ପାରିନଥିବା ବେଳେ ଖୁବ ଶୀଘ୍ର ଅପରାଧୀ ମାନଙ୍କୁ କାବୁ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Related posts

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା, ଭୁଟିଭୁଟି ଓ ଆନୁସଙ୍ଗିକ ସାମଗ୍ରୀ ଜବତ ସହ ୫ଜଣଙ୍କୁଗିରଫ କରିଛି ବନ ବିଭାଗ

masiha

ଵହଳଦା ଥାନା !ଅଜଣା ଗାଡ଼ି ଧକ୍କାରେ ପ୍ରାତଃ ଭ୍ରମଣକାରୀଙ୍କ ମୃତ୍ୟୁ 

masiha

ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

masiha

Leave a Comment

error: Content is protected !!