ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି

କନ୍ଧମାଳ, ତା, ୨୭/୦୫: (ମନିସ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକର ମୋଟ ୧୭ ଜଣ ଦଳୀୟ କର୍ମୀ ଓ ନେତାଙ୍କୁ କୌଣସି କାରଣରୁ ନିଲମ୍ବିତ କରିଥିଲେ। ତାଙ୍କୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ମଙ୍ଗଳବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହି ନିର୍ଦ୍ଦେଶ ଜିଲା ସଭାପତିଙ୍କୁ ଲେଖିଥିବା ଜଣାପଡିଛି । ଉକ୍ତ ଚିଠିରେ ରାଜ୍ୟ ଉପ ସଭାପତି (ସଂଗଠକ )ସନ୍ତୋଷ ସିଂ ସାଲୁଜା ଙ୍କ ଦସ୍ତଖତ ସମ୍ବଳିତ ଚିଠି ହୋଇଥିବା ଜଣାପଡିଛି । ଦାରିଙ୍ଗବାଡି ବ୍ଲକର ତିଆଡ଼ି ନାୟକଙ୍କ ସମେତ ପ୍ରଭଞ୍ଜନ ନାୟକ, ସନ୍ତୋଷ ପ୍ରଧାନ, ସୁରେନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଦୀପ ମଲିକ, ପିଟର ଦିଗାଲ, ବାପୁଜୀ ଦିଗାଲ, ମନୋଜ ପ୍ରଧାନ, ରଞ୍ଜନ ସିଂ ଏବଂ ନାଗେଶ୍ୱର ପ୍ରଧାନଙ୍କୁ ନିଲମ୍ବନ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ରହିଛି। ସେହିପରି ରାଇକିଆ ବ୍ଲକ ର ମଧ୍ୟ ୬ ଜଣ ଙ୍କୁ ନିଲମ୍ବନ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ରହିଥିବା ଚିଠିରେ ଉଲ୍ହେଖ ରହିଛି ସେମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ବିପିନ ଦଳବେହେରା ଓରଫ ବାବୁଲା, ବିଜୟ ସାହୁ, ଆଲିୟ ଦିଗାଲ ଏବଂ ବୁଦ୍ଧଦେବ ମଲ୍ଲିକ ଙ୍କ ନାମ ରହିଥିବା ଜଣାପଡିଛି। ଏସମ୍ପର୍କରେ ଜିଲାସଭାପତି ଚନ୍ଦ୍ରଶେଖର ପରିଡାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯେ ଦଳର ନୀତି ଆଦର୍ଶ କୁ ମାନି ଚଳିବା ପାଇଁ ରାଜ୍ୟ ସଭାପତିଙ୍କୁ ସେମାନେ ଜଣାଇଥିଲେ। ତେଣୁ ଦଳ ତାଙ୍କୁ ନିଲମ୍ବନ ପ୍ରତ୍ୟାହାର କରିଛି। କାହିଁକି ସେମାନଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ପ୍ରଶ୍ନରେ ଜିଲା ସଭାପତି କହିଥିଲେ ଯେ, କଂଗ୍ରେସର ବିଭିନ୍ନ ସମୟରେ କାର୍ଯ୍ୟକ୍ରମକୁ ଏହିମାନେ ବିରୋଧ କରିଆସୁଥିଲେ। ଏଥିସହ ମହମ୍ମଦ ମୋକିମ ନୂତନ ଦଳ ଗଠନ କରିବା ପାଇଁ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ ସେହିସମୟରେ ଦଳୀୟ ନେତା ଓ କର୍ମୀ ତାଙ୍କ ବୈଠକରେ ଯୋଗଦାନ କରିଥିଲେ, ଯାହାକି ଦଳ ବିରୋଧି କାର୍ଯ୍ୟ ବୋଲି ସେ କହିଛନ୍ତି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ପାଇଁ ମଶାଲ ଶୋଭାଯାତ୍ରା ସହ ପ୍ରତିବାଦ ସଭା

Sunil Chandra Nayak

ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି ମହିଳାଙ୍କୁ ସାମ୍ୱିଧାନିକ ପଦରେ ଅବସ୍ଥାପିତ କରିବା କ୍ଷେତ୍ରରେ, ଦେଶରେ ବିଜେଡି ସର୍ବାଗ୍ରେ 

Sunil Chandra Nayak

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

Leave a Comment

error: Content is protected !!