ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ଅଧିକାର ମାମଲା, ଡ଼ିଏଫ ଓ ଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ଏନ ଜି ଟି କମ୍ପାନୀ ପରିସରରେ ଥିବା ୧୩ ଟି ବେଆଇନ ଗଭୀର ନଳକୂପ କୁ ସିଲ ପାଇଁ ହୀରାକୁଦ ଡ୍ୟାମ ବିଭାଗ ର ନିର୍ଦ୍ଦେଶ

ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ଅଧିକାର ମାମଲା, ଡ଼ିଏଫ ଓ ଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ଏନ ଜି ଟି

କମ୍ପାନୀ ପରିସରରେ ଥିବା ୧୩ ଟି ବେଆଇନ ଗଭୀର ନଳକୂପ କୁ ସିଲ ପାଇଁ ହୀରାକୁଦ ଡ୍ୟାମ ବିଭାଗ ର ନିର୍ଦ୍ଦେଶ

ରାଉରକେଲା/ଝାରସୁଗୁଡ଼ା : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଙ୍କ ପୂର୍ବ ଜୋନ ବେଞ୍ଚ ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ମାମଲାର ଶୁଣାଣି ସମୟରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ଜବାବ ଦାଖଲ ନକରିବା ସହିତ ବାରମ୍ବାର ସୁଯୋଗ ପାଇବା ସତ୍ତ୍ୱେ କୋର୍ଟରେ ପକ୍ଷ ରଖିନଥିବା ୬ ନମ୍ବର ପ୍ରତିପକ୍ଷ ଝାରସୁଗୁଡା ଡ଼ି ଏଫ ଓ ଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମାନ୍ୟବର ଏନଜିଟି ୨୫,୦୦୦ ଟଙ୍କାର ଆର୍ଥିକ ଜରିମାନା ଲଗାଇଛନ୍ତି। ସୂଚନା ଅନୁସାରେ ଝାରସୁଗୁଡ଼ା ସଦର ବ୍ଲକ ମରାକୁଟା ଠାରେ ଥିବା ଓଡିଶା ମେଟାଲିକ କମ୍ପାନୀ ବେଆଇନ ଜଙ୍ଗଲ ଜମି ଜବରଦଖଲ ସମ୍ପର୍କିତ ଆବେଦନକାରୀ ଶତ୍ରୁଘ୍ନ ମେହେରଙ୍କ ମୂଳ ଆବେଦନ ଉପରେ ଗତ ମେ ୨୫, ୨୦୨୬ରେ ଭର୍ଚୁଆଲ ମାଧ୍ୟମରେ ଏହି ଶୁଣାଣି ଅନୁଷ୍ଠିତ ହୋଇଥିଲା। ବିଚାରପତି ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଈଶ୍ୱର ସିଂହ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି | ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ପୂର୍ବରୁ ତିନି ତିନି ଥର ସୁଯୋଗ ଦିଆଯାଇଥିଲେ ମଧ୍ୟ ୬ ନମ୍ବର ପ୍ରତିପକ୍ଷ ତଥା ଝାରସୁଗୁଡା ଡ଼ି ଏଫ ଓ ଅଶୋକ ମନୁ ଭଟ୍ଟ ନିଜର ଜବାବ ଦାଖଲ କରିନଥିଲେ। ଏଭଳି ଅନୁପାଳନ ନକରିବା ଯୋଗୁଁ ମାମଲାରେ ଅଯଥା ବିଳମ୍ବ ଏବଂ ଖର୍ଚ୍ଚ ବଢୁଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିପକ୍ଷ ଝାରସୁଗୁଡା ଡ଼ିଏଫଓ ଙ୍କୁ ଏହି ଜରିମାନା ରାଶି ୨୫ ହଜାର ଟଙ୍କା ଆସନ୍ତା ଏକ ମାସ ମଧ୍ୟରେ ଆବେଦନକାରୀଙ୍କ ଓକିଲଙ୍କ ପାଖରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସେମାନଙ୍କୁ ଜବାବ ରଖିବା ପାଇଁ ଶେଷ ସୁଯୋଗ ମିଳିଛି। ଏହି ଜଙ୍ଗଲ ଜମି ଓ ପରିବେଶ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୮, ୨୦୨୬ ରେ ଅନୁଷ୍ଠିତ ହେବ। ଅନ୍ୟ ପଟେ ଜଳ ସେଚନ ବିଭାଗ ଅନ୍ତର୍ଗତ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ର ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ଏବଂ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ମିଳିତ ସହଯୋଗ ରେ ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଓଡିଶା ମେଟାଲିକ କମ୍ପାନୀ ପରିସରରେ ଥିବା ଭୁତଳ ଗଭୀର ନଳକୂପ ର ସଂଖ୍ୟା ଗଣନା ସମୟ ରେ ୨୦ ଟି ରୁ ୧୩ ଟି ବେଆଇନ ଗଭୀର ନଳକୂପ ରହିଥିବା ବେଳେ କେଵଳ ୭ ଟି ର ଅନୁମତି ରହିଥିବା ବିଷୟରେ ହୀରାକୁଦ ଡ୍ୟାମ ବିଭାଗ ଅଧିକାରୀ ସୂଚନା ଦେଇଥିଲେ | ଏ ନେଇ ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ ଆମକୁ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ର ଅଧିକ୍ଷଣ ଯନ୍ତ୍ରୀ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ ଓଡିଶା ମେଟାଲିକ କମ୍ପାନୀ ପରିସରରେ ବେଆଇନ ୧୩ ଟି ଗଭୀର ନଳକୂପ କୁ ସିଲ କରାଯିବ ଏବଂ ଏହା ବିରୋଧ ରେ କମ୍ପାନୀ ଙ୍କୁ ଫାଇନ କରାଯିବ |ଉପଜିଲ୍ଲାପାଳ ପଣ୍ଡା ଆହୁରି କହିଛନ୍ତି ଯେ ଏହି ୧୩ ଟି ବେଆଇନ ଗଭୀର ନଳକୂପ ବାହାରେ ଆହୁରି ବେଆଇନ ଗଭୀର ନଳକୂପ ରହିଥିବା ଅଭିଯୋଗ ଆମ ପାଖ କୁ ଆସିଛି, ଏ ନେଇ ପୁଣି ତଦନ୍ତ କରାଯିବା ପାଇଁ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ଅଧିକାରୀ ଙ୍କୁ ଚିଠି ଲେଖାଯାଇଛି | ଏ ନେଇ ଓଡିଶା ମେଟାଲିକ କମ୍ପାନୀ ର ଉପସଭାପତି ଅଜିତ ସିଂ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇ ପାରି ନ ଥିଲା |

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ଜାଗା ଜବରଦଖଲ କୁ ପ୍ରତିବାଦ କରିବାରୁ କଳାହାଣ୍ଡି ଆଟିଗାଁ ଆର ଆଇ ଅଫିସର ପିଅନ କୁ ହତ୍ଯା ମାମଲା

Sunil Chandra Nayak

ଟ୍ରାକ୍ଟର ରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

masiha

ବେକରେ ଓଢଣୀ ବାନ୍ଧି ନାବାଳିକାର ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!