ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନମଣ୍ଡି ଉଦଘାଟିତ,ସମସ୍ୟାକୁ ନେଇ ବର୍ଷିଲେ ଚାଷୀ

ଧାନମଣ୍ଡି ଉଦଘାଟିତ,ସମସ୍ୟାକୁ ନେଇ ବର୍ଷିଲେ ଚାଷୀ

ଜୁନାଗଡ଼୨୯/୦୫/୨୬(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ନବୋଦୟ ମହିଳା ସମିତି ଦ୍ୱାରା ପରିଚାଳିତ ଏହି ମଣ୍ଡିରେ ୫୧୩ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଥିବା ବେଳେ, ଧାନ ଉଠାଇବା ପାଇଁ ଶ୍ରୀ ଶ୍ୟାମଜି ବ୍ରାହ୍ମଣୀଗୁଡା, ଆର କେ ଏଗ୍ରୋ,ଆର କେ ଉଦ୍ୟୋଗ କେସିଙ୍ଗା, ଏହି ତିନି ରାଇସମିଲ କୁ ଦାୟିତ୍ୱ ଦିଆ ଯାଇଛି।ମଣ୍ଡି ଉଦଘାଟନ ସମୟରେ ବରିଷ୍ଠ ଚାଷୀ ପ୍ରମୋଦ କୁମାର ନାଏକ,ପୂବତନ ଜିଲ୍ଲା ପରିଷଦ ସଭ୍ୟ ତଥା କଲେଇଗାଁ ପେକ୍ସ ଓ ଆରସିଏମଏସ ଜୁନାଗଡର ଡ଼ାଇରେକ୍ଟର ଖଗେଶ୍ୱର ଧ ମାଝୀ, ସୁଧୀର ରଣା, ପୂର୍ବତନ ସମିତି ସଭ୍ୟା ଅହଲ୍ୟା ମଲିକ,ଚୈତନ ହଂସ, ବୁରୁଡ଼ା ମାଝୀ,ରଘୁମଣି ପାତ୍ର, ହରିଶଙ୍କର ନାଏକ,ନବୋଦୟ ମହିଳା ସମିତିର ସଭାନେତ୍ରୀ ମମତା ନାଏକ,ସମ୍ପାଦିକା ସୁଶୀଳା ମାଝୀ, ଆରଏସି କର୍ମଚାରୀ ଦେବେନ୍ଦ୍ର ପ୍ରଧାନୀ, ଡିଇଓ ଋତୁରାଜ ମାଝୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।ବର୍ଷାଋତୁ ଆରମ୍ଭ ହେବାକୁ ଅଳ୍ପଦିନ ଥିବାବେଳେ ,ଯଥାଶୀଘ୍ର ଧାନ ଉଠେଇବା ପାଇଁ ଚାଷୀ ମାନେ ଦାବି କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମାନସିକ ଅନଗ୍ରସର ଓ ମାନସିକ ରୋଗୀଙ୍କ ଅଧିକାର ଉପରେ ସଚେତନତା ସଭା 

Sunil Chandra Nayak

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ମାଲ ପରିବହନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ପ୍ରସଙ୍ଗ ବିଧାୟକ ଶ୍ରୀ ତନ୍ତୀଙ୍କ ଚିଠି ପରେ ଏନ ଏସ ପି ସି ଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ.

Sunil Chandra Nayak

Leave a Comment

error: Content is protected !!