ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

ରାଇରଙ୍ଗପୁର/ ୨୯/୦୫ — ଗତ ସପ୍ତାହ ମେ ୨୪ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ଜନଜାତି ସାଂସ୍କୃତିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଆଦିବାସୀ ସମାଜକୁ “ବନବାସୀ” ବୋଲି ସମ୍ବୋଧନ କରିଥିବାରୁ ଆମ ସମଗ୍ର ଆଦିବାସୀ ସମାଜକୁ ଅପମାନିତ କରାଯାଇଛି । ଏହାର ପ୍ରତିବାଦରେ ସମଗ୍ର ଭାରତବର୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଙ୍କ ପୁତଳା ଦାହ କରାଯାଇଛି।

ଗୃହମନ୍ତ୍ରୀ ଆଦିବାସୀ ସମାଜର ଲୋକମାନଙ୍କୁ “ବନବାସୀ” ବୋଲି କହିଥିବା ବେଳେ, ଆମେ ଏହି ଦେଶର ମୂଳ ନିବାସୀ ଆଦିବାସୀ। ତେଣୁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଦିବାସୀ ସମାଜକୁ ଅପମାନିତ କରିବା ପାଇଁ ଷଡଯନ୍ତ୍ରମୂଳକ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଜି ସମଗ୍ର ଭାରତବର୍ଷରେ ତାଙ୍କର ପୁତଳା ଦାହ କରାଯାଉଛି।

ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲା ଆଦିବାସୀ କଂଗ୍ରେସ ସେଲପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବେରେଲ ସିର୍କାଙ୍କ ନେତୃତ୍ୱରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁତଳା ଦାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଆଦିବାସୀ କଂଗ୍ରେସର ରାଜ୍ୟ ଉପସଭାପତି ଶ୍ରୀ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଓ ଜାତୀୟ ସଂଯୋଜକ ଆଦିବାସୀ କଂଗ୍ରେସ ଶ୍ରୀ ପ୍ରହ୍ଲାଦ ପୁର୍ତ୍ତି, ଆଦିବାସୀ କୃଷକ କଂଗ୍ରେସ ନେତା କିଶୋର ମହାନ୍ତ, ନଗର ସଭାପତି ଅମରଦେବ ପ୍ରଧାନ ହେମ୍ବ୍ରମ, ରାଇରଙ୍ଗପୁର ବ୍ଲକ ସଭାପତି ଶିମଲ ମାଝୀ, ଭୀମସେନ ଟୁଡୁ, ପରମେଶ୍ୱର କୋଣ୍ଡାଙ୍କେଲ, ବୁଢାନ ମାଝୀ ଓ ଖେଲାରାମ ମୁର୍ମୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

Sunil Chandra Nayak

ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ 

masiha

Leave a Comment

error: Content is protected !!