ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌର ହରି ନାଏକଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଶୋକର ଛାୟା

ସିନାପାଲି ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌର ହରି ନାଏକଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଶୋକର ଛାୟା

ଗୋଲାମୁଣ୍ଡା,୩୦।୫: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସିନାପାଲି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌର ହରି ନାଏକଙ୍କର ଅକାଳ ବିୟୋଗ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ତାଙ୍କର ଏହି ଆକସ୍ମିକ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ସହ ସିନାପାଲି ଗ୍ରାମ ପଞ୍ଚାୟତରେ ଗଭୀର ଶୋକର ଛାୟା ଖେଳିଯାଇଛି।ଜଣେ ଦକ୍ଷ ଓ ଜନପ୍ରିୟ ଅଧିକାରୀ ଶ୍ରୀ ଗୌର ହରି ନାଏକ ସିନାପାଲି ଗ୍ରାମ ପଞ୍ଚାୟତରେ ନିଜର ଦାୟିତ୍ୱ ଅତ୍ୟନ୍ତ ସୁଚାରୁ ରୂପେ ସମ୍ପାଦନ କରୁଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ପଞ୍ଚାୟତର ବିକାଶ ପାଇଁ ଅନେକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟ କରି ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କର ସରଳ ବ୍ୟବହାର ଓ କର୍ତ୍ତବ୍ୟନିଷ୍ଠା ପାଇଁ ସେ ସମସ୍ତଙ୍କ ପାଖରେ ସ୍ମରଣୀୟ ହୋଇ ରହିବେ।ଅପୂରଣୀୟ କ୍ଷତିତାଙ୍କର ଅକାଳ ବିୟୋଗ ସିନାପାଲି ଗ୍ରାମ ପଞ୍ଚାୟତ ପାଇଁ ଏକ ଅପୂରଣୀୟ କ୍ଷତି ସଦୃଶ। ଜଣେ ଦକ୍ଷ, କର୍ମଠ ଏବଂ ପରୋପକାରୀ ଅଧିକାରୀଙ୍କୁ ହରାଇ ସ୍ଥାନୀୟ ଜନସାଧାରଣ, ସହକର୍ମୀ ସମେତ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ବିଡ଼ିଓ ତ୍ରିପୁର ମହାନନ୍ଦ,ଏବିଡ଼ିଓ ବିଜୟ କୁମାର ନାୟକ,ସିନାପାଲି ସରପଞ୍ଚ ନଉକେଶ୍ଵର ପୁଟେଲ ପ୍ରମୁଖ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ବିଭିନ୍ନ ମହଲରୁ ସମବେଦନା ଜ୍ଞାପନ କରାଯାଇଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ

Sunil Chandra Nayak

Grand Festivities Set to Begin at JK Pur Dussehra 2025

Sunil Chandra Nayak

ପୁରୁଷୋତ୍ତମପୁର ତହସିଲରେ ଜମି ପଟା ଦୁର୍ନୀତି,ମହା ଘୋଟାଲା 

Sunil Chandra Nayak

Leave a Comment

error: Content is protected !!