ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଆଇଆର୍ ଆରମ୍ଭ ; ଉପଖଣ୍ଡ ପ୍ରଶାସନ ପକ୍ଷରୁ ସଚେତନତା

ଏସଆଇଆର୍ ଆରମ୍ଭ ; ଉପଖଣ୍ଡ ପ୍ରଶାସନ ପକ୍ଷରୁ ସଚେତନତା

ଭଞ୍ଜନଗର,୩୦/୫ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର୍ ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ ସଚେତନତା ରାଲି ବାହାରିଥିଲା। ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ସେଠାରେ ଏକ ସଭା ହୋଇଥିଲା। ଅବାଧ ମୁକ୍ତ ନିର୍ବାଚନ ପାଇଁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିହାତି ଆବଶ୍ୟକ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ। ତେଣୁ ଏସଆଇଆର୍ ପ୍ରକ୍ରିୟା ୨୪ ବର୍ଷ ପରେ ପୁଣି ଆଜିଠୁ ଆରମ୍ଭ ହୋଇଛି । ଏସଆଇଆର ପ୍ରକ୍ରିୟାକୁ ସଫଳ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା,ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୁଶାନ୍ତ ବେହେରା ସଭାକୁ ସଂଯୋଜନା କରିଥିଲେ। ଡେପୁଟୀ କଲେକ୍ଟର ରଚିତା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ନିର୍ବାଚନ ସେକ୍‌ନ କର୍ମଚାରୀ ମୁକ୍ତିକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଓଡ଼ିଶା ୨୦୨୬ ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହୋଇଛି। ଆଜିଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓ ମାନେ ପ୍ରତି ଘରକୁ ୩ ଥର ଯିବେ । ଏହି ସମୟରେ ସେମାନେ ପରିଗଣନା ଫର୍ମରେ ତଥ୍ୟ ଆଣିବେ। ଏହି ସମୟରେ ବିଏଲଓ ମାନେ ୧୨ଟି ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ତଥ୍ୟ ଆଣିବେ। ସେଗୁଡିକ ହେଲା ପେନସନ ପେପର, ବ୍ୟାଙ୍କ ଡିପୋଜିଟ, ଜନ୍ମପ୍ରମାଣ ପତ୍ର, ପାସ ପୋର୍ଟ, ବିଦ୍ୟାଳୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଜଙ୍ଗଲ ଭିତରେ ରହୁଥିଲେ ତାର ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଭୋଟର ତାଲିକା ନାମ, ଜମି ପଟ୍ଟା ଅଛି, ଆଧାର କାର୍ଡ । କିନ୍ତୁ ଆଧାର କାର୍ଡ ଯେଉଁମାନେ ଦେଖାଇବେ ସେମାନେ ଆଉ ଗୋଟିଏ ଅତିରିକ୍ତ ପ୍ରମାଣପତ୍ର ଦେବେ। ବିଏଲଓ ମାନେ ଡକ୍ୟୁମେଣ୍ଟ ଦେଖିବେ, ନକଲ ମାଗିବେ ନାହିଁ। ଏହି ପ୍ରକ୍ରିୟା ସରିବା ପରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ। ଏହାପରେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଲୋକେ ଦାବି ଓ ଆପତ୍ତି ଦାଖଲ କରିବେ। ଏହାପରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଉପରେ ନିଷ୍ପତ୍ତି ନିଆଯିବ। ଏହାପରେ ଚୂଡ଼ାନ୍ତ ଯୋଗ୍ୟ ଭୋଟର ତାଲିକା ସେପ୍ଟେମ୍ବର ୬ ତାରିଖର ପ୍ରକାଶିତ ହେବ। ଜନସଂଖ୍ୟା ବୃଦ୍ଧି ସହ ଲୋକେ ସହର ଅଭିମୁଖେ ଚାଲି ଆସିବା, ମୃତ, ନକଲି ଭୋଟର ଯୋଗୁ ଭୋଟର ତାଲିକା ସଂଶୋଧନ ଆବଶ୍ୟକ ପଡୁଛି। ୨୦୦୨ ମସିହାରେ ସ୍ବତନ୍ତ୍ର ସଘନ ସଂଶୋଧନ ହୋଇଥିଲା। ଦୀର୍ଘ ୨୪ ବର୍ଷ ପରେ ପୁଣି ଏସଆଇଆର ହେଉଛି। ଏସଆଇଆରରେ ସ୍ବଚ୍ଛତା ପାଇଁ ରାଜନୈତିକ ଦଳର ଏଜେଣ୍ଟ, ସ୍ବେଚ୍ଛାସେବୀମାନେ ସାମିଲ ହେବେ, ୫ ଜଣ ସ୍ବେଚ୍ଛାସେବୀ ପ୍ରତି ବୁଥରେ ନିୟୋଜିତ ହେବେ ।

Related posts

ରାଇରଙ୍ଗପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୁଣ୍ଡ ଗଡିଲା

masiha

ସ୍ବାମୀ କ୍ରିଷ୍ଣାନନ୍ଦ ସରସ୍ବତୀଙ୍କ ୧୦୪ ତମ ଜୟନ୍ତୀ ପାଳନ

Sunil Chandra Nayak

ଜିଲ୍ଲାପାଳ ପାରୁଲ ପଟୱାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଞ୍ଚ କଲେ

Sunil Chandra Nayak

Leave a Comment

error: Content is protected !!