ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଙ୍ଗାଲୀ ଦକ୍ଷିଣ କେନାଲ ଜଳ ସେଚନ ଲ୍ଯାନଡିଟ୍ ସଠିକ ଭାବେ କରି ନଥିବାରୁ ଚାଷୀମାନେ ଅସନ୍ତୋଷ

ରେଙ୍ଗାଲୀ ଦକ୍ଷିଣ କେନାଲ ଜଳ ସେଚନ ଲ୍ଯାନଡିଟ୍ ସଠିକ ଭାବେ କରି ନଥିବାରୁ ଚାଷୀମାନେ ଅସନ୍ତୋଷ

ଢେଙ୍କାନାଳ:୦୨/୦୬ – (ମନିସ) :- ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ଶଙ୍କରପୁର ମୌଜାର ଚାଷୀମାନେ ରେଙ୍ଗାଲୀ ଦକ୍ଷିଣ କେନାଲ ଜଳ ସେଚନ କାର୍ଯ୍ୟ ଲ୍ଯାନଡିଟ ସଠିକ ଭାବରେ କରିନଥିବାରୁ ଅହେତୁକ ଅସନ୍ତୋଷ ପ୍ରକାଶ କରି ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି। ଗ୍ରାମବାସୀ ଏଥିରେ ପ୍ରକାଶ କରିଛନ୍ତି ଯେ, ରେଙ୍ଗାଲୀ କେନାଲର କାର୍ଯ୍ୟ ସଠିକ ଭାବେ ହୋଇନାହିଁ। ବଡ ବଡ ହୁଡା ପ୍ରାୟ ୨୦ ରୁ ୨୫ ଫୁଟ ଉପରେ ପାଇପ ସଂଯୋଗ କରି କୁଣ୍ଡ ବସାଇ ଥିବାରୁ ପାଣି ଦ୍ବାରା ହୁଡା ଗୁଡିକ ଭୁଷୁଡି ଯାଉଛି। ବିଗତ ୩ ବର୍ଷ ହେବ ମରୁଡି ସମୟରେ ରେଙ୍ଗାଲୀର ଜଳ ଉପଲବ୍ଧ ହେଉନାହିଁ। ଯାହାଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହେଉଅଛି। ଯେଉଁ ଜାଗାରେ କୁଣ୍ଡ ବସିବା ଦରକାର ସେଠାରେ ନ ବସି ଅନ୍ଯତ୍ର ବସିଥିବାରୁ ଏପରି ଅଘଟଣ ଘଟୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଚଷ ଜମିରେ କିପରି ସଠିକ ଭାବେ ଜଳ ସେଚନ ହେବ ସେଥିପ୍ରତି ଧ୍ଯାନ ଦେବାକୁ ଶଙ୍କରପୁର ମୌଜାର ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

masiha

ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

Sunil Chandra Nayak

ଦାସିଗାଁ ପେଏକ୍ସ ଅଧିନସ୍ଥ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!