ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା  

ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା  

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଳିବେରଣା ଗ୍ରାମରେ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଆମ ପ୍ରିୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କବିରାଜ ନାଏକ ଜଣେ ଅସାଧାରଣ ବ୍ୟକ୍ତିତ୍ୱ l ଜଣେ ବହୁ ପ୍ରତିଭା ଧାରୀ ଚରିତ୍ର । ଏକା ଧାରାରେ ସେ ଜଣେ ଶିକ୍ଷକ, ଉଦବୋଧକ, ସଂଗଠକ, ଓ ସମାଜ ସେବକ । ଖୁବ ସୁଦୀର୍ଘ ତାଙ୍କ ଶିକ୍ଷକ ଜୀବନ କାଳ ଭିତରେ ସେ ଗଢ଼ିଦେଇଛନ୍ତି ଅଗଣିତ ଶିଶୁ ମାନଙ୍କ ର ସୁନ୍ଦର ଭବିଷ୍ୟତ l ଛୋଟବେଳୁ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଜଣାପଡୁଥିଲା ମହାଶୟଙ୍କ ର ଜୀଵନାଦର୍ଶ। ଭବିଷ୍ୟତରେ ଜଣେ ଆଦର୍ଶ ଓ ଚରିତ୍ରବାନ ଶିକ୍ଷାର୍ଥୀ ହୋଇ ଦେଶର ସୁନାଗରିକ ହେବା ମହାଶୟ ଙ୍କ ର ପିତା ମାତା ସ୍ବପ୍ନ ଦେଖିଥିଲେ l ଶେଷରେ ଟେକ୍ନିକାଲ ଓ ପୋଲିସ ବିଭାଗ ର ଚାକିରି ଛାଡ଼ି ସେ ବର୍ତମାନ ହିନ୍ଦୋଳ ଶିକ୍ଷା ଜଗତରେ ଅଗଣିତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କର ଅତି ପ୍ରିୟପାତ୍ର ହୋଇପାରିଛନ୍ତି l ସେ ଯେଉଁ ଯେଉଁ ସ୍କୁଲରେ ଶିକ୍ଷକତା କରିଛନ୍ତି ସେଠି ସ୍ନେହ, ଶୃଙ୍ଖଳା ଆଉ ସୁଜନଶୀଳତାର ସୁଖଦ ବାତାବରଣ ଖେଳେଇ ଦେଇଛନ୍ତି l ସେହି ସ୍ନେହ ଶିକ୍ତ ମଣିଷ ଜଣଙ୍କୁ ପ୍ରତ୍ୟେକ ସ୍କୁଲର ପିଲାମାନେ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ, ସର୍ବୋପରି ଦୁଦୁରୁକୋଟ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏପରିକି ସ୍କୁଲ ର ପାଣି ପବନ ମଧ୍ୟ ନିଦହଜା ଆଖିରେ ଝୁରୁଛନ୍ତି l ସ୍କୁଲର ପିଲାମାନଙ୍କୁ ସେ ଏମିନ୍ତି ଆପଣାଇ ନିଅନ୍ତି, ସତେ ଯେମିନ୍ତି ସେ ଜଣେ ଦେବଦୁତ ସାଜି ସେବକ ହିସାବରେ ପିଲା ମାନଙ୍କ ପାଇଁ ହିଁ ଜନ୍ମ ନେଇଛନ୍ତି l ତାଙ୍କର ଉର୍ନ୍ନତ୍ତ ଶିକ୍ଷା ଦାନ ର କୋମଳ ସ୍ପର୍ଶ ପାଇ କେତେ ଯେ ଡାକ୍ତର, ଇଞ୍ଜିନିୟର,ଚିକିତ୍ସା ବିଭାଗୀୟ କର୍ମଚାରୀ,ନ୍ୟାୟିକ ସଂସ୍ଥା ରେ ଓକିଲାତି, ଆଇଟି କମ୍ପାନୀ ସେକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ କାର୍ଯ୍ୟରତ l ଶିକ୍ଷକତା ସହିତ ନିଜ ଗ୍ରାମବାସୀ ମାନଙ୍କପାଇଁ ଶନି ମନ୍ଦିର, ବ୍ରାହ୍ମଣୀଦେବି ମନ୍ଦିର, ବିଭିନ୍ନ କ୍ଲବ, ସାମାଜିକ ସଂଗଠନ, ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟର ବିକାଶପାଇଁ ନୂଆ ରୂପରେ ସଜେଇ ଦେବାପାଇଁ ସ୍ୱପ୍ନ ଦେଖନ୍ତି l ଏମିତି ଏକ ମହାନ ବ୍ୟକ୍ତିତ୍ୱ ଙ୍କ ବିଷୟରେ ବର୍ଣ୍ଣନା କରିବା ଆମ ପାଖରେ ବାହୁଲ୍ୟ ମାତ୍ର l ନିଜର ସାରା ଜୀବନକୁ ଜଣେ ଶିକ୍ଷକ ଭାବରେ ବିତେଇ ଦେଇଥିବା ଆମ ପ୍ରିୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ର ଶିକ୍ଷକତା କାର୍ଯ୍ୟ କାଳ ର ଆଜି ଅନ୍ତିମ ଦିନ, ତା 31/05/2026 ରିଖ ରେ ସେ ଆଜି ନିଜ ଶିକ୍ଷକ ଜୀବନରୁ ଅବସର ନେଉଛନ୍ତି ସତ, ହେଲେ ସମସ୍ତଙ୍କ ହୃଦୟରୁ ଭଲ ପାଇଥିବା ମୂର୍ତ୍ତିମନ୍ତ ମଣିଷ ଜଣଙ୍କୁ କିଏ କେବେ କଣ ଭୁଲି ପାରିବ । ସମ୍ବର୍ଦ୍ଧନା ଉତ୍ସବ ରେ ହିନ୍ଦୋଳ ର ପ୍ରିୟ ବିଧାୟିକା ଶ୍ରୀମତୀ ସୀମା ରାଣୀ ନାୟକ ଉପସ୍ଥିତ ରହି କବି ଭାଇ ସମ୍ଵୋଧନ କରି କହିଥିଲେ ଯେ ସେ ହେଉଛନ୍ତି ଶିକ୍ଷକ ସମାଜର ତଥା ମଣିଷ ଗଢ଼ା କାରଖାନା ର ଏକ ନିଆରା ମଣିଷ। ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜିତ ସଭାରେ ବସିଥିବା ସମସ୍ତ ମଞ୍ଚାସୀନ ଅତିଥି ମାନେ ମହାଶୟଙ୍କ ସେବା ମନୋବୃତ୍ତିର ଆଗ୍ରହ କୁ ଦେଖି ଏହା ଆଗକୁ ଜାରି ରହୁ ବୋଲି ମତବ୍ୟକ୍ତ କରିଥିଲେ l

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଦୀର୍ଘ ମାସ ପରେ ମୈତ୍ରୀ କମ୍ପାନୀ ସହଯୋଗ ରେ ବିରଵାଫୁଲ ଗାଁ ଲୋକେ ଆଲୁଅ ଦେଖିଲେ

masiha

ଏକ ମାସ ଧରି ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!