ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଜୟନ୍ତୀନଗର ସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରୀ ହନୁମାନ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି | ଏଥିରେ ସକାଳୁ ଭକ୍ତ ମାନଙ୍କ ଦ୍ଵାରା ଏକ କଳସୀ ଶୋଭାଯାତ୍ରାରେ ମା ଠାକୁରାଣୀ ମନ୍ଦିରରୁ ପାଣି ଅଣାଯାଇଥିଲା | ଏହା ପରେ ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ କର୍ତ୍ତା ଭାବେ ହରେକୃଷ୍ଣ ନାୟକ ଦାୟିତ୍ଵ ତୁଲାଇଥିଲେ | ମୁଖ୍ୟ ପୂଜକ ଭାବେ ମହେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ସହଯୋଗୀ ପୂଜକ ଓ ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ | ମନ୍ଦିର କମିଟି ତରଫରୁ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରଯାଇଥିଲା | ଏଥିରେ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ଅନିଲ ବେହେରା, ଶ୍ରୀନିବାସ ପଟ୍ଟନାୟକ, ଦେବରାଜ ପାତ୍ର, ପ୍ଲାବନ କୁମାର ଜେନା, ପୂପୂନ ପଣ୍ଡା, ସୁଶାନ୍ତ କୁମାର ପଣ୍ଡା ଓ ସାହିର ଯୁବକ ମାନେ ମିଳିତ ଭାବେ ପରିଚାଳନା କରିଥିଲେ | ଏଥିରେ ଗ୍ରାମ ଓ ବିଭିନ୍ନ ଗ୍ରାମରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବସ୍ତା ଅଞ୍ଚଳ ସମାଚାର

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

masiha

Leave a Comment

error: Content is protected !!