ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧୀନ ମେଦନା ପଞ୍ଚାୟତ ସଦରମହକୁମାଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ମେଦନା ସରପଞ୍ଚ ଓ ବନପାଳ ଙ୍କ ମିଳିତ ଉଦ୍ୟମ ରେ ମେଦନା ପଞ୍ଚାୟତ କାର୍ଯ୍ୟ|ଳୟ, ଲାଞ୍ଜିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ବନପାଳ ଙ୍କ କାର୍ଯ୍ୟ|ଳୟ ଠାରେ ବୃକ୍ଷ ରୋପଣ କରଯାଇଥିଲା | ଏଥିରେ ଅଁଳା, ଅମୃତଭଣ୍ଡା, ସୀତାଫଳ, ପିଜୁଳି, ଆମ୍ବ, ପଣସ ଚାରା ରୋପଣ କରାଯାଇଛି । ଉକ୍ତ ଦିବସ ରେ ମେଦନା ସରପଞ୍ଚ ସୁମିତ୍ରା ମାଝୀ, ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ୱାର୍ଡ଼ ସଭ୍ୟ ମଧୁ କଲାର, ମେଦନା ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଗ୍ରାମ ରୋଜଗାର ସେବିକା ସ୍ଵପ୍ନା ସଗରିଆ, ଯୋଗାଣ ସହାୟକ ଖଗପତି ମେହେର, ବନପାଳ ତନୁଜ କୁମାର ପରିଚ୍ଛା, ବନରକ୍ଷୀ ଭାଗ୍ୟଶ୍ରୀ ମଲ୍ଲିକ, ଅନନ୍ତ କୁମାର ଝାଙ୍କର, ରାଜୁ ମଣ୍ଡଳ ଓ ପାର ଫରେଷ୍ଟ୍ରୀ ଷ୍ଟାଫ ଉପସ୍ଥିତ ଥିଲେ | ଏଥିରେ ମୋଟ ୧୦୦ ଟି ଚାରା ରୋପଣ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୋ ମାଟି ମୋ ଦେଶ,”,କାର୍ଯ୍ୟକ୍ରମ 

masiha

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

Sunil Chandra Nayak

ବିପଦରେ ବିସ୍ଥାପିତ ଗୋ’ ସମ୍ପଦା, ଗାଡିରେ ଚପି ସାତ ଗାଇ ମୃତ

Sunil Chandra Nayak

Leave a Comment

error: Content is protected !!