ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

କର୍ଲାମୁଣ୍ଡା, ୦୫/୬ (ସୁଶାନ୍ତ ରଣା): ମୋ ଭାରତ କଳାହାଣ୍ଡି, ସେବା ଜଗତ ମ. ରାମପୁର, କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁଶୁର୍ଲା, ଗୋଷ୍ଠି ଜଙ୍ଗଲ ପରିଚାଳନା କମିଟି ମସ୍କାଦାଣ୍ଡି, ଜଙ୍ଗଲ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ କେସିଙ୍ଗା ଙ୍କ ସହଯୋଗରେ ଆଜି ଶାନ୍ତିବନ ଗୋଷ୍ଠି ଜଙ୍ଗଲ ଠାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିରେ ପରିବେଶ ଉପରେ ପର୍ଯ୍ୟବେଷିତ ଚିତ୍ରାଙ୍କନ ଓ କବି ସମିଳନୀ କରି କୃତ୍ୟକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଆମ ପରିବେଶ ଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ ବୃକ୍ଷ ହିଁ ଜୀବନ ବୃକ୍ଷ ଅଛିତ ଜୀବନ ଅଛି। ତାହା କହି ଲୋକମାନଙ୍କୁ ସଚେତନ କରିବାସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପତ ପାଠ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋ ଭାରତ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବଂଶ ଶର୍ମା, କେସିଙ୍ଗା ବନାଞ୍ଚଳ ଅଧିକାରୀ ଶ୍ରୀ ଅସିତ କୁମାର ଦାସ, ଲେଖା ଏବଂ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଶ୍ରୀ ଦ୍ବିତୀୟ ବନଛୋର, ସେବା ଜଗତ ମୁଖ୍ୟ ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକ, ସେବା ଜଗତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରଦୀପ ସାହୁ, ଶାନ୍ତିବନ ଜଙ୍ଗଲ ସୁରକ୍ଷା କମିଟି ସଭାପତି ଶ୍ରୀ ସିଙ୍ଗମଲ ଭୋଇ, ସମ୍ପାଦକ ଶ୍ରୀ କନ୍ଦର୍ପ ସାହୁ, କୋଷାଧକ୍ଷ ଶ୍ରୀ ନବୀନ କିଶୋର ସାହୁ, କଳାରୁଦ୍ର ଯୁବକ ସଂଘ ସଭାପତି ହେମନ୍ତ ସାହୁ, ସଭ୍ୟ ନିବେଦିତା ପ୍ରିୟଦର୍ଶିନୀ ସାହୁ, ଉମାକାନ୍ତି ସାହୁ, ଚୁମନେଶ୍ଵର ସାହୁ, ଠାକୁର ସାହୁ, ନୀଳକଣ୍ଠେଶ୍ଵର ସାହୁ, ଗାଁ ଗୌନ୍ତିଆ ଶ୍ରୀ କୈଳାଶ ସାହୁ, ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ, ପ୍ରକୃତି ବନ୍ଧୁ ଶମ୍ଭୁ ବିଶି, ବ୍ଲକ ସଂଯୋଜକ ଶ୍ରୀ ଅମିତ କୁମାର ସାହୁ, ପ୍ରବୀଣ ଦିଗାଲ ଚୁଳମଣୀ ମାଝୀ, ଦୂର କୈବର୍ତ୍ତ ଉପସ୍ଥିତ ରହିଥିଲେ। ପ୍ରକୃତି ବନ୍ଧୁ ଶ୍ରୀ ଲଳିତ ମୋହନ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ସେବାଜଗତ ଜିଲ୍ଲା ସଂଯୋଜକ ଶ୍ରୀ ଟଙ୍କଧର ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବନାଗ୍ନୀ ସଚେତନତା ସଭା

Sunil Chandra Nayak

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Sunil Chandra Nayak

ଟେକ୍ନୋ ୱାର୍ଲ୍ଡ କଲେଜ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!