ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୯/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କୁ ବୁଧବାର ଅପରାହ୍ନରେ ପ୍ରଦାନ କରିଛନ୍ତି | ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ୨୭.୧୧.୨୦୨୨ ତାରିଖ ରେ ବିଭିନ୍ନ ଦାବିନେଇ ଆନ୍ଦୋଳନ କରଯାଇଥିଲା | ତତ୍କାଳୀନ ମୁଖ୍ୟ ଶାସନ ସଚିବ ଙ୍କ ପତ୍ର ସଂଖ୍ୟା ୧୦୯ ସି.ଏସ ତା ୩୦.୧୧.୨୦୨୨ ତାରିଖ ଅନୁଯାଇ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବୀଗୁଡିକ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଆଜକୁ ପ୍ରାୟ ୮ ମାସ ରୁ ଊର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ସରକାର ଶିକ୍ଷକ ମାନଙ୍କ ଦାବୀ ପୂରଣ କରାଯାଇ ନାହିଁ | ଦାବିଗୁଡିକ ହେଲା :- ୧. ରାଜ୍ୟରୁ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷକର୍ମୀ ଓ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରାଯାଉ, ୨. କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଏକ୍ସକ୍ୟାଡର ଉଚ୍ଛେଦ କରାଯାଉ, ୩. କଳା ଓ କ୍ରିଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ, ୪. ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ-୯ ଗ୍ରେଡ ପେ ୪୨୦୦ ) ଅନୁଯାଇ ପ୍ରଦାନ କରାଯାଉ, ୫. ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ଆଦି ଦାବୀ ରହିଛି | ଯଦି ସରକାର ଦାବୀ ପୂରଣ ନକରନ୍ତି ଅଗଷ୍ଟ ୧୬ ତାରିଖ ଠାରୁ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିକାଶ ରଞ୍ଜନ ନିଶଙ୍କ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ଦୟାନିଧି ବଞ୍ଜରା, ଓଡିଶା କନିଷ୍ଠ ଶିକ୍ଷକ ସଂଘ ବ୍ଲକ ସଭାପତି ଦୀପକ କୁମାର ପାତ୍ର, ଏକ୍ସ କ୍ୟାଡର ଶିକ୍ଷକ ସଂଘ ବ୍ଲକ ସଭାପତି ବଲ୍ଲଭ ନାରାୟଣ ପଣ୍ଡା, ଲେପ୍ଟଆଉଟ ଗଣଶିକ୍ଷକ ସଂଘ ବ୍ଲକ ସଭାପତି ବିଶ୍ଵେଷ କୁମାର ତ୍ରିପାଠୀ, ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ଧନସିଂ ତନ୍ତୀ, ସୁରେଶ ଚନ୍ଦ୍ର ବେହେରା, ରାଇସିଂ ପୂଜାରୀ, କମଳାକାନ୍ତ ସାହୁ, ସୌଭାଗ୍ୟ ବିଶ୍ଵାଳ, ଅନିତା ବେହେରା, ଗାଗାରିନ ହରିଜନ, ପଙ୍କଜ ମହାନ୍ତି, କୃଷ୍ଣ ଚନ୍ଦ୍ର ପଣ୍ଡା, କର୍ଣ୍ଣ ମାଝି, ହରେକୃଷ୍ଣ ବାଡତ୍ୟା ଙ୍କ ସହ ୧୦୦ ରୁ ଊର୍ଦ୍ଧ୍ଵ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାମ୍ବାଦିକଙ୍କ ପିତୃ ବିୟୋଗ

Sunil Chandra Nayak

ବବି-ସଂଗ୍ରାମ ମୁକାବିଲା — ଯାଜପୁରରେ ରାଜନୀତି ରୋମାଞ୍ଚ !

Sunil Chandra Nayak

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

Sunil Chandra Nayak

Leave a Comment

error: Content is protected !!