ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଷାନାଳଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ସମାରୋହ , ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀଙ୍କୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୦୯/୦୮(ମନିସ)-ଏ ମାଟିର ଆଦିମ ଅଧିବାସୀ ହେଉଛନ୍ତି ଆଦିବାସୀ ! ଯାହାଙ୍କର ଭିନ୍ନ ସଂସ୍କ୍ରୁତି, ଭିନ୍ନ ପରିଚୟ, ଭିନ୍ନ ଚାଲିଚଳଣୀ ରହିଛି ! ସାରା ବିଶ୍ବରେ ମୂଳନିବାସୀ ଭାବେ ନିଜର ଗୌରବଶାଳୀ ଐତିହ୍ୟ ଓ ପରମ୍ପରା ବଞ୍ଚାଇ ରଖି ଆସିଥିବା, ସଂଘର୍ଷ ଜାରି ରଖିଥିବା ଏ ବିଶାଳ ସଂପ୍ରଦାୟ ସମସ୍ତେ ଏକତ୍ରିତ ହେବାର ଆବଶ୍ୟକତା ରହିଛି ! ପ୍ରକ୍ରୁତିର ନୈସର୍ଗିକ ଧରୋହରକୁ ବଞ୍ଚାଇ ରଖିବାର ଅସୀମ ଧୈର୍ଯ୍ୟ ଓ ସାହସ ସହିତ ନିରନ୍ତର ପ୍ରୟାସ ଆଦିବାସୀ ହିଁ କରିପାରିବ ବୋଲି ଆଜି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତ ମୁଷାନାଳଠାରେ ଆୟୋଜିତ ବିଶ୍ବ ଆଦିବାସୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଡମ୍ବରୁ ମାଝୀ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଫୁଲମେ ମାଝୀ, ପ୍ରଦୀପ ମାଝୀ, ପୁରାଣା ମାଝୀ, ଯମୁନା ମାଝୀ, ବନମାଳୀ ମାଝୀ, ସନ୍ତୋଷ ମାଝୀ, ମମତା ଶବର, ହରିଶଙ୍କର ପାତ୍ର, ସୁଷମା ମାଝୀ, ସନ୍ୟାସୀ ମାଝୀ, ଲକ୍ଷ୍ମଣ ମାଝୀ, ପ୍ରମୁଖ ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘର ସଭାପତି ଶୁକ୍ରୁ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ ଓ ଲଳିତ ଭୋଇ ସଭା ପରିଚାଳନା କରିଥିଲେ ! ଆୟୋଜନ କମିଟିର ସଂଯୋଜକ ଇଂ ଫକୀରମୋହନ ମାଝୀ, ଜଳନ୍ଧର ମାଝୀ, ସନମ ମାଝୀ, ପାତ୍ର ମାଝୀ, ସୁଦାମ ମାଝୀ, ରାଜେନ୍ଦ୍ର ମାଝୀ, ମନୋଜ କୁମାର ମାଝୀ, ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାବ୍ୟାପି ଆଦିବାସୀ ଜନଜାତି ସଂପ୍ରଦାୟର ସାତଶହରୁ ଉର୍ଦ୍ଧ୍ବ ପୁରୁଷ, ମହିଳା, ଛାତ୍ରଛାତ୍ରୀ, ବହୁ ସଂଖ୍ୟାରେ ଯୁବକଯୁବତୀ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀଙ୍କ ଗାଁ ତେନ୍ତୁଳିପୁଙ୍ଗାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସଭାସ୍ଥଳ ଯାଏଁ ଯାଇଥିଲା ! ସେଠାରେ ଧରଣୀ ଦେବୀ, ଜାଡ଼େନଙ୍କ ପୂଜାପାଠ ସହିତ ସହିଦ ରେଣ୍ଡୋ ମାଝୀ, ବିସ୍ମୟ ଯନ୍ତ୍ରୀ କାର୍ଜୀ ମାଝୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ! ଏଇ ଅବସରରେ ଓଏଏସ୍ ସନାତନ ମାଝୀଙ୍କ ସମେତ ମିଥିଳା ମାଝୀ, ଉପେନ୍ଦ୍ର ମାଝୀ, ଦେବେନ୍ଦ୍ର ମାଝୀ, ରଞ୍ଜିତା ମାଝୀ, ସୁନୀତା ମାଝୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଶେଷରେ ଲୋକ କଳାକାର ଲୋଚନ ମାଝୀ ନିଜର ନିଆରା କଳା ପରିବେଷଣ କରି ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲେ !

ଲାଞ୍ଜିଗଡ଼ ବ୍ଲକ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଶୋଇ!- ମୃତ ଡ୍ରାଇଭର ପରିବାରକୁ ସୁହାନୁଭୁତିର ହାତ ବଢାଇଲେ ଡ୍ରାଇଭର ମହାସଂଘ

ଅନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ପାଳିତ

Sunil Chandra Nayak

ଇନ୍ଦିପୁର ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ 

masiha

Leave a Comment

error: Content is protected !!