ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗଷ୍ଟ କ୍ରାନ୍ତି ଦିବସ ଅଵସରରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ

ବୌଦ୍ଧ -09/08- ଆଜି ଅଗଷ୍ଟ 09 କ୍ରାନ୍ତି ଦିବସ ଉପଲକ୍ଷେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ଆହୁତ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ ଅଵସରରେ ବୌଦ୍ଧ ଠାରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସମ୍ପାଦକ ଅବକାଶ ସାହୁଙ୍କ ନେତୃତ୍ବରେ 10ଦଫା ଦାବିନେଇ ଏକ ବିକ୍ଷୋଭ ପ୍ରଦର୍ଷିତ ହୋଇଯାଇଛି l ଏହି ଅଵସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ଭାବେ ଅବକାଶ ସାହୁ, ଗୁପ୍ତେଶ୍ୱର ପ୍ରଧାନ, ସୁଧାଂଶୁ ପ୍ରଧାନ , ବାସନ୍ତୀ ପ୍ରଧାନ, ପଞ୍ଚାନନ ମହାକୁଳ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଉଦବୋଧନ ଦେଈ ସାରା ଦେଶର ହୁହୁ ହୋଇ ବଢ଼ିଚାଲିଥିବା ଦରଦାମ ଓ ଏଥିରୁ ଏଥିରୁ ତ୍ରାହି ମିଳୁନ ଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଠାରୁ ଆରମ୍ଭ କରି ଗ୍ୟାସ ଦୁଗ୍ଧ ଯାତ ଦ୍ରବ୍ୟ ଚୁଡାମୁଢି ଉପରେ ଏପରିକି ପିଲାଏ ପାଠ ପଢୁଥିବା ହଷ୍ଟେଲ ଉପରେ ମଧ୍ୟ ଜି.ଏସ.ଟି. ଲାଗୁହୋଇଛି ପେଟ୍ରୋଲ ଡିଜେଲ କଥା ନ‌ କହିଲେ ଭଲ । କୃଷି କ୍ଷେତ୍ର ଓ ସର୍ବାଧିକ ଅବହେଳିତ ହୋଇପଡିଛି । ଏଯାବତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୪,୦୦୦ଟଙ୍କା ଧୁଆଁବାଣରେ । ପଡୋଶୀ ରାଜ୍ୟ ଧlନ କୁଇଣ୍ଟାଲ 2500/3000ଟଙ୍କା ଦେଉଥିବାବେଳେ ଓଡିଶା ସେଥିରୁ ବ୍ୟତିକ୍ରମ l ଅପରପକ୍ଷେ ଚାଷୀ ଆୟ ୨ ଗୁଣା ଦେବାକୁ କହି କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦୀ ସରକାର ସମୟର ଡିଜେଲ ଦର,ବିଜୁଳି ଦର,ସାରା, ଔଷଧ ବିହନ ପ୍ରଭୃତି ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି ।ଠିକ ସେହିଭଳି 2019ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭଦେଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ 04ଗୋଟି ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ 03ଗୋଟି ଜନ୍ମପୂର୍ବରୁ ଅକାଳରେ ଗର୍ଭପାତ ହୋଇସାରିଛି l ଏକମାତ୍ର କାର୍ଯକାରୀ ତିରଡ଼ ପ୍ରକଳ୍ପରୁ ଏ ଯାବତ ବୁନ୍ଦାଏବି ଜଳ ଚାଷୀ ପାଇଲେନାହିଁ l ଏହି ପ୍ରରିପ୍ରେକ୍ଷୀ ରେ ରାଜ୍ୟ ଓ ଦେଶର ଶ୍ରମିକ କୃଷକ କୁଳ ଅତ୍ୟନ୍ତ ଦୁଃଖ ଦୈନରେ କାଳତିପାତ କରିବା ସହ ଭୋକ ଉପାସରେ ଛଟପଟ ହେଉଛନ୍ତି। ଶ୍ରମ ଆଇନକୁ ସଂଶୋଧନ କରି ମାଲିକ କମ୍ପାନୀ ସପକ୍ଷରେ ଚାରିଟି ଶ୍ରମ କୋର୍ଡ ରେ ପରିଣତ କରାଯାଉଛି ବହୁ କଳଙ୍କିତ ଆଉଟ ଶୋର୍ସିଙ୍ଗ ନାମରେ ଶ୍ରମଶକ୍ତିକୁ ଲୁଣ୍ଠନ କରୁଛନ୍ତି l ଆଇଏଲସି ର ନିଷ୍ପତ୍ତି ସତ୍ୱେ ଆଶା ଅଙ୍ଗନବାଡି ପାଚିକା ପ୍ରଭୃତି ସ୍କିଲ କର୍ମଚାରୀଙ୍କୁ ଏ ଯାବତ ସରକାରୀ କର୍ମଚାରୀର ମାନ୍ୟତା ମିଳିଲା ନାହିଁ l ଆଜିର ମହଙ୍ଗା ଯୁଗରେ ସର୍ବନିମ୍ନ ମଜୁରୀ ମାସିକ 26 ହଜାର ଟଙ୍କା ପ୍ରଦାନ l ପ୍ରସ୍ତାବିତ ମୋଟର କର୍ମଚାରୀ ସୁରକ୍ଷା ଆଇନରେ ସମସ୍ତ ବସ ଓ ମୋଟର କର୍ମଚାରୀଙ୍କୁ ସାମିଲ ସମସ୍ତ ଶ୍ରମିକ କୃଷକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ନୂତନ ପେନସନ ନୀତି ପ୍ରତ୍ୟାହାର କରି ପୁରୁଣା ପେନସନ ଆଇନ ଲାଗୁ ପ୍ରଭୃତି ଦାବୀ ନେଇ ଆଲୋଚନା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ଭଞ୍ଜନ ମହାପାତ୍ର ଆସି ଦାବୀ ପତ୍ର ଗ୍ରହଣ କରିଥିଲେ l 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

Sunil Chandra Nayak

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

masiha

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

Leave a Comment

error: Content is protected !!