ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭଙ୍ଗାଗଲା ଅଫିସର ଗେଟ ; ଲୋକେ ହେଲେ ଆଶ୍ୱସ୍ତ ; ଖୁସି ମନାଇଲା ନାଗରିକ ମଂଚ , ୨- ନଡ଼ାଛପର ସାଙ୍ଗକୁ ମୁକୁଳା ଘର, ପାଲଟିଛି ଆଶ୍ରୟସ୍ଥଳ

ଭଙ୍ଗାଗଲା ଅଫିସର ଗେଟ ; ଲୋକେ ହେଲେ ଆଶ୍ୱସ୍ତ ; ଖୁସି ମନାଇଲା ନାଗରିକ ମଂଚ 

 ରାଇରଙ୍ଗପୁରତା ୧୩/୦୯ ; ଉଦଳା ସହର ମଧ୍ୟରେ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲାଗିକରିଥିବା ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଏକ ଗେଟ ବସାଯାଇଥିଲା । ଯାହାକି ଅଫିସର ଗେଟ ନାମରେ ପରିଚିତ ଥିଲା । ଏଠାରେ ସେ ସମୟରେ କାର୍ଯ୍ୟରତ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଗେଟ ବସାଯାଇଥିବାରୁ ଲୋକେ ଏହାକୁ ଅଫିସର ଗେଟ ବୋଲି କହୁଥିଲେ । କେବଳ ପାଦରେ ଚାଲି ଚାଲି ଯାଉଥିବା ଲୋକେ ଏହି ରାସ୍ତା ଦେଇ ଯାତାୟତ କରି ପାରୁ ଥିବା ବେଳେ, ସାଇକ. ମଟରସାଇକଲ ଠାରୁ ଆରମ୍ଭ କରି କୌଣସି ଯାନବାହାନ ଚଳପ୍ରଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ଉକ୍ତ ରାସ୍ତା ଦେଇ ନିୟମିତ ଲୋକେ ଷ୍ଟେଟ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଆର.ଆଇ. ଅଫିସ, ଆହର କେନ୍ଦ୍ର, ପାଠାଗାର ଇତ୍ୟାଦିକୁ ଯାତାୟତ କରୁଥିଲେ । ହଠାତ ରାସ୍ତାର ଏପରି ଅବରୋଧକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଖେଳି ଯାଇଥିଲା । କିନ୍ତୁ ସେ ସମୟରେ ସମଗ୍ର ଓଡ଼ିଶାରେ ଅଫିସର ରାଜର ଉତ୍କଟ ରୂପ ବେଶ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ସେଥିମଧ୍ୟରୁ ଏହି ଘଟଣାଟି ମଧ୍ୟ ଏକ ଦୃଶ୍ୟ ବୁଝିବାରେ କିଛି ଅସୁବିଧା ନଥିଲା । ଅଫିସର ରାଜ ବିରୁଦ୍ଧରେ ସେ ସମୟରେ ସ୍ୱରଉତୋଳନ କରିବା ପାଇଁ ସାଧାରଣ ଲୋକେ ଭୟ କରୁଥିଲେ । ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ଆସିଲା । ଦିର୍ଘ ୨୪ବର୍ଷ ଓଡ଼ିଶାରେ ଶାସନ ଚଳାଇଥିବା ଏକ ରାଜନୈତିକ ଦଳର ପତନ ଘଟିଲା । ଏହା ସହିତ ଚାଲିଆସୁଥିବା ଅଫିସର ରାଜର କଳାବାଦଲ ସମଗ୍ର ଓଡ଼ିଶାର ଆକାଶରୁ ଆପଣାଛାଏଁ ଉଭେଇଗଲା । ଏତିକିବେଳେ ଅଫିସର ଗେଟକୁ କେନ୍ଦ୍ର କରି ଥିବା ଅସନ୍ତୋଷ ଉଗ୍ରରୁପ ନେବାକୁ ଯାଉଛି ଜାଣିପାରି ଉପଜିଲ୍ଲାପାଳ ଗେଟଟିକୁ ଉଠାଇଦେଲେ । କିନ୍ତୁ ଅଣଓସାରିଆ ରାସ୍ତା ସାଙ୍ଗକୁ ଉଭୟ ପାଶ୍ୱର୍ରେ ହମ୍ପସ୍ ବସାଇଥିଲେ । ଉଦଳାରେ ଗଢ଼ି ଉଠିଥିବା ସଚେତନ ନାଗରିକ ମହାମଂଚ ଏହାକୁ ବିରୋଧ କରି ରାସ୍ତାଟିକୁ ସମ୍ପୁର୍ଣ୍ଣ ଖୋଲା ରଖିବା ସହ ହମ୍ପସ୍ ଉଠାଇଦେବାକୁ ଦାବି ଜଣାଇଥିଲା । ପରେ ଚଳିତ ସେପ୍ଟେମ୍ବର ୧୨ତାରିଖ ଶନିବାର ଦିନ ପାଚେରି ଭଙ୍ଗା ଯାଇ ରାସ୍ତା ଓସାରିଆ କରାଯିବା ସାଙ୍ଗକୁ ହମ୍ପସ୍ ସମ୍ପୁର୍ଣ୍ଣ ଉଠାଇଦିଆ ଯାଇଛି । ଏଥିରେ ସାଧାରଣ ଲୋକେ ଆଶ୍ୱସ୍ଥ ହେବା ସାଙ୍ଗକୁ ନାଗରିକ ମଂଚ ଖୁସି ମନାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ଦ୍ୱାରା ଅଫିସର ରାଜକୁ ଶକ୍ତ ଚାପୁଡ଼ା ମାଡ଼ ବସିଛି ବୋଲି ବହୁ ଲୋକ ମତ ଦେଉଥିବାର ଶୁଣିବାକୁ ମିଳୁଛି ।

  ନଡ଼ାଛପର ସାଙ୍ଗକୁ ମୁକୁଳା ଘର, ପାଲଟିଛି ଆଶ୍ରୟସ୍ଥଳ 

ବାରିପଦା – ତା ୧୩/୦୯ ; କପ୍ତିପଦା ବ୍ଲକର ମଝିଗଡ଼ିଆ ପଂଚାୟତ ଅନ୍ତର୍ଗତ ଛତ୍ରାମ୍ବ ଗ୍ରାମର ବାସିନ୍ଦା ମୋତି ସିଂଙ୍କ ପରିବାର ନଡ଼ାଛପର ସାଙ୍ଗକୁ ମୁକୁଳା ଘରେ ଆଶ୍ରୟ ନେଇଛନ୍ତି । ଦିନମଜୁରିଆ ଭାବରେ କାମ କରି ଦୈନନ୍ଦିନର ଗୁଜୁରାଣ ମେଂଟାଉଥିବା ଏହି ପରିବାରକୁ ଆବାସ ଯୋଜନାରେ ଘର ମିଳିନଥିବାରୁ ଏପରି ଅବସ୍ଥାରେ ରାତି ବିତାଇବାକୁ ବାଧ୍ୟ ହୋଇଥିବାର ଜଣାଇଛନ୍ତି । ପରିବାରର ମୋଟ ସଦସ୍ୟ ୪ଜଣ ହୋଇଥିବା ବେଳେ ପାଇଖାନା ଓ ପାଣିପାଇଁ ତାଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ଆର୍ଥିକ ଅବସ୍ଥା ଆଦୌ ଭଲ ନଥିବା ଯୋଗୁଁ ମୋତି ସିଂଙ୍କର ୨ପୁତ୍ର ମାଟ୍ରିକ ପାସ କରିବା ପରେ କଲେଜରେ ପାଠ ପଢ଼ିପାରିଲେ ନାହିଁ । ମାଟ୍ରିକ ପାସ ପରେ ପାଠପଢ଼ାରେ ବାଧ୍ୟ ହୋଇ ଡ଼ୋରି ବାନ୍ଧିଥିବା ଏହି ୨ ପୁତ୍ର ସନ୍ତାନ ଦିନମଜୁରିଆ ଭାବରେ କାମ କରି ଏବେ ପରିବାର ଚଳାଉଛନ୍ତି । ଉକ୍ତ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ଜନଜାଗୃତି ମଂଚର ସଦସ୍ୟ ମାନେ ଅନୁରୋଧ ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ମକର ସଂକ୍ରାନ୍ତି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

Sunil Chandra Nayak

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

ନୂଆପଡ଼ାରେ ଡିଏମ୍‌ଡି ପୀଡ଼ିତ ୧୪ ବର୍ଷୀୟ ବାଳକଙ୍କ ଚିକିତ୍ସା ପାଇଁ ସିଏମ୍‌ଆର୍‌ଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ପରିବାରକୁ ଚେକ୍ ହସ୍ତାନ୍ତର କଲେ ଜିଲ୍ଲାପାଳ

Leave a Comment

error: Content is protected !!