ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀ ଗ୍ରାମରେ ସାପ କାମୁଡାରେ ଜଣେ ମୃତ୍ୟୁ 

କୁମ୍ଭାରୀ ଗ୍ରାମରେ ସାପ କାମୁଡାରେ ଜଣେ ମୃତ୍ୟୁ 

ଜୁନାଗଡ଼ (ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଠାରେ ଗତକାଲି ପ୍ରତାପ ପଟେଲ ବୟସ ୩୮ବର୍ଷ ହୋଇ ଥିବା ବେଳେ ସାପ କାମୁଡାରେ ମୃତ୍ୟୁ ହୋଇଛି। ଗତ ରାତିରେ ଶୋଇ ଥିବା ବେଳେ ଏକ ଅଜ୍ଞାତ ସାପ ଆସି ହାତ ଖାକରେ କାମୁଡି ଦେଇଛି ଯାହା ଫଳରେ ସକାଳ ସମୟରେ ୬ଟାରେ ଛାତି ଚିପୁ ଥିବା ପ୍ରତାପ ପଟେଲ କହି ଥିବା ତାଙ୍କ ସ୍ତ୍ରୀ ସୁଫଳ ପଟେଲଙ୍କୁ ପ୍ରକାଶ କରି ଥିଲେ। ଏହା ଶୁଣି ସ୍ତ୍ରୀ ଗାଁ ର ବୋଲେରୋ ସାହାଯ୍ୟରେ ଭବାନିପାଟଣା ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇ ଥିଲେ। କିନ୍ତୁ ବିଳମ୍ବ ହେତୁ ପ୍ରତାପ ପଟେଲ ଙ୍କ ମୃତ୍ୟୁ ହୋଇଛି।ଏହି ବିଷୟକୁ ନେଇ ବିନ୍ଦୁ ମହାନନ୍ଦଙ୍କୁ ଫୋନ କରା ଯାଇ ଥିଲା ସେ ଫୋନ ନ ଉଠାଇବାରୁ ବିଡ଼ିଓ ତ୍ରିପୁରା ମହାନନ୍ଦ ଙ୍କୁ ଫୋନ କରା ଯାଇ ଥିଲା ବିଡିଓ ମହାଶୟ ତହସିଲ ଦାରଙ୍କ ଫୋନ ନମ୍ବର ଦେଇ ଥିବା ହେତୁ ସାମ୍ୱାଦିକ ଜଗଜ୍ଜିବନ ସା ଫୋନ କରି ଥିଲେ ଫୋନ ନମ୍ୱର କୌଣସି କାର୍ଯ୍ୟ ବ୍ୟସ୍ତତାରେ ଉଠାଇ ନ ଥିଲେ ପରେ କଲ ବ୍ୟକ କରି ମୃତ୍ୟୁ ପରିବାରଙ୍କୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଫୋନ ଯୁଗେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିବାରରେ ଝିଅ ଚାରିଟି ହୋଇ ଥିବା ହେତୁ ସୁଫଳ ପଟେଲ ଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବଡ଼ ଝିଅ ଯୁଗଲି ପଟେଲ, ତାପରେ ଲଭଳୀ ପଟେଲ, ଶ୍ରେଷ୍ଟା ପଟେଲ ଛୋଟ ଝିଅ ଶ୍ରମିଷ୍ଠା ପଟେଲ ଆଦି ତାଙ୍କ ପରିବାର ସଦସ୍ୟ। ତାଙ୍କୁ ଅଳ୍ପ ଦିନ ମଧ୍ୟରେ ବିଧବା ଭତ୍ତା ପ୍ରଦାନ କରାଯାଉ ବୋଲି ତ ଟେମରି ମିଶନ ଶକ୍ତି ପକ୍ଷରୁ ବିଡ଼ିଓ ତ୍ରିପୁରା ମହାନନ୍ଦ ମହାଶୟ ଙ୍କୁ ଅନୁରୋଧ କରାଯାଇଅଛି। ସେ ଭତ୍ତା ସହ ଅନ୍ୟାନ୍ୟ ସୁବିଧା ଦିଆ ଯିବ ବୋଲି କହିଛନ୍ତି। ସେ ମିଶନ ଶକ୍ତିର ଜିପିଏଲଫର ଟେମରି ଗ୍ରାମ ପଞ୍ଚାୟତର ସଭାନେତ୍ରୀ ଭାବେ କାର୍ଯ୍ଯ ତୁଲାଉଛନ୍ତି। ସେଥି ପାଇଁ ତୁରନ୍ତ ଏହି ପଦକ୍ଷେପ ନେଲେ ସେ ତାଙ୍କ ସ୍ଵାମୀ ଙ୍କ ଦଶାହ କାର୍ଯ୍ୟ ତୁଲାଇ ପାରନ୍ତି ବୋଲି ବୁଦ୍ଧି ଜିବୀ ମହଲରେ ପ୍ରକାଶ ପାଇଛି।

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ଡିଜିଟାଲ କ୍ରପ ସର୍ଭେ ଉପରେ ବୈଠକ 

masiha

ଠିକାଦାର ଙ୍କ ମନମୁଖିରେ ଚାଲିଛି ନିମ୍ନ ମାନର କାଟିକୁଟା କେନାଲ କାମ

Sunil Chandra Nayak

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!