ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ର ବିପର୍ଯ୍ଯସ୍ତ ଵସଷ୍ଟାଣ୍ଡ ମରାମତି ନେଇ ଅଣ୍ଟା ଭିଡିଲେ ବିଧାୟକ ଜଲେନ ନାଏକ

ରାଇରଙ୍ଗପୁର ର ବିପର୍ଯ୍ଯସ୍ତ ଵସଷ୍ଟାଣ୍ଡ ମରାମତି ନେଇ ଅଣ୍ଟା ଭିଡିଲେ ବିଧାୟକ ଜଲେନ ନାଏକ

ରାଇରଙ୍ଗପୁର – ୬/୦୬ — ରାଇରଙ୍ଗପୁର ଵସଷ୍ଟାଣ୍ଡ ହେଉଛି ଓଡିଶା ସିମାନ୍ତ ବଡ଼ ବସଷ୍ଟାଣ୍ଡ ।ଏହି ବସଷ୍ଟାଣ୍ଡ ରୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଦୈନିକ ୨୦୦ ରୁ ଉର୍ଦ୍ଧ୍ବ ବସ ଚଳାଚଳ କରୁଛି ।ବସଷ୍ଟାଣ୍ଡ ନିର୍ମାଣ ବହୁ ବର୍ଷ ବିତିଗଲାଣି ।ଯାହାଫଳରେ ବସଷ୍ଟାଣ୍ଡ ର ପ୍ଳାଟଫର୍ମ ଫାଟି ଆଁ କରିଛି ।ଖାଲ ଖମାଲ ଭର୍ତି ହୋଇଛି ।ଵର୍ଷାଦିନେ ଆଣ୍ଠୁଏ ଲେଖାଏଁ ପାଣି ।ଖାଲ ଖମାଲ ହେବା ଯୋଗୁଁ ବସ ଚଳାଚଳ ସମୟରେ ବସର ଯନ୍ତ୍ରାଶଂ  ଗୁଡିକ ଭାଙ୍ଗି ଯାଉଛି ।ବସର ଯାତ୍ରୀମାନେ ଯଥା ବୟସ୍କ,ମହିଳା,ଛୁଆପିଲାମାନେ ଓହ୍ଲାଇବା ଏବଂ ଉଠିବା ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି । ଡ଼୍ରାଇଭର ଓ ଖଲାସିମାନେ ମଧ୍ଯ ଦୁର୍ଘଟଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି ।ଏହାକୁ ନେଇ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଏବଂ ସାଂସଦ ପ୍ରତିନିଧି ମନୋଜ ଦାସ ବସଷ୍ଟାଣ୍ଡ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ ‌ଵସ ମାଲିକ ସଂଘର ବରିଷ୍ଠ ସଦସ୍ୟ ଅନୁପ ମହାନ୍ତି, ବସ କର୍ମଚାରୀ, ଡ଼୍ରାଇଭର, ହକର ମାନେ ବିଧାୟକଙ୍କୁ ଭେଟି ସବୁକିଛି ଅବଗତ କରାଇଥିଲେ ।ବିଧାୟକ ପୌରପାଳିକା ମନ୍ତ୍ରୀ ମୃତ୍ୟୁଞ୍ଜୟ ପତିଙ୍କୁ ଡକାଇ ତୁରନ୍ତ ୭ ଦିନ ମଧ୍ୟରେ ମରାମତି କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ବିଧାୟକଙ୍କ ତ୍ୱରିତ ପଦକ୍ଷେପକୁ ସମସ୍ତେ ସ୍ବାଗତ ଓ ପ୍ରଶଂସା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା

Sunil Chandra Nayak

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆସନ୍ତା ୫ରେ…… 

masiha

Leave a Comment

error: Content is protected !!