ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

ଜାରି ହେଲା ନୂଆ ନିୟମ

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ । ସରକାର ରାସନ ହିତାଧିକାରୀଙ୍କ ଲାଭକୁ ନଜରରେ ରଖି ଜରୁରୀ ନିୟମ ପ୍ରଣୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାସନ ଡିଲର ମାପରେ ଗଡବଡ଼ କରି ହିତାଧିକାରୀଙ୍କୁ କମ୍ ରାସନ ଦେଉଥିବାର ବହୁବାର ଅଭିଯୋଗ ହୋଇଛି। ଏଣୁ ସରକାର ଦୋକାନରେ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ(ଇପିଓଏସ) ଅନିବାର୍ୟ୍ୟ କରିଛନ୍ତି। ରାସନ କାର୍ଡଧାରୀଙ୍କୁ ଉପଯୁକ୍ତ ଓଜନର ରାସନ ମିଳୁ ତାହା ନ୍ୟାସନାଲ ଫୁଡ ସିକ୍ୟୁରିଟି ଲ (ଏନଏଫଏସଏଲ) ନିଶ୍ଚିତ କରୁଛି। ଏଣୁ ହିତାଧିକାରୀଙ୍କୁ ଉପଯୁକ୍ତ ଓଜନର ରାସନ ଯେପରି ମିଳିପାରିବ ସେଥିଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାସନ ଦୋକାନରେ ଇପିଓଏସ୍ ନିଶ୍ଚିତ କରିବା ପାଇଁ ଏହାକୁ ଇଲେକ୍ଟ୍ରୋନିକ ତରାଜୁ ସହ ସଂୟୁକ୍ତ କରିବା ବାଧ୍ୟତାମୂଳକ କରିଛନ୍ତି।ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟ ଓଜନ କରିବା ବେଳେ ପାରଦର୍ଶିତା ନିଶ୍ଚିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସରକାରଙ୍କ ଅନୁସାରେ ଟାର୍ଗେଟ୍ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ(ଟିପିଡିଏସ୍) ସଞ୍ଚାଳନର ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଅଧିନିୟମ ଧାରା ୧୨ ଅନୁସାରେ ଖାଦ୍ୟାନ୍ନ ଓଜନ ସୁଧାର ପ୍ରକ୍ରିୟାକୁ ଆଗକୁ ବଢାଇବାର ଏହା ଏକ ପ୍ରୟାସ ମାତ୍ର। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ରେ ଦେଶର ୮୦ କୋଟି ଲୋକଙ୍କୁ ପ୍ରତି ବ୍ୟକ୍ତି ୫ କେଜି ଲେଖାଏଁ ଚାଉଳ ଓ ଗହମ ପ୍ରତି କେଜି ୨ରୁ ୩ ଟଙ୍କା ଦରରେ ପ୍ରତିମାସରେ ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଇପିଓଏସ ଡିଭାଇସ କ୍ରୟ କରିବା ଓ ଏହାର ରକ୍ଷଣାବେକ୍ଷଣ ଲାଗି ସରକାର ପୃଥକ ମାର୍ଜିନ ପ୍ରଦାନ କରିବେ ବୋଲି କହିଛନ୍ତି।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ..

Related posts

ଡିକୋଟିଙ୍ଗ ଲିଡରସିପ କାର୍ଯ୍ୟକ୍ରମ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ହେବି ରଜ କୁଇନ୍

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

Leave a Comment

error: Content is protected !!