ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାଳଡଙ୍ଗା ଗ୍ରାମରେ ଗ୍ରହରାଜ ଶ୍ରୀ ଶନିମହାରାଜ ଙ୍କ ଯଜ୍ଞ ଓ ବାର୍ଷିକମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ: ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ଗ୍ରାମ ପଞ୍ଚାୟତ ର ତାଳଡ଼ଙ୍ଗା ଗ୍ରାମ ରେ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ ଗ୍ରହ ରାଜ ଶ୍ରୀଶନିଦେବ ଙ୍କ ପୀଠ ରେ ଯଜ୍ଞ ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ପବିତ୍ର ଦିବସ ରେ ଗ୍ରାମ ର ସଭାପତି ଅରବିନ୍ଦ ବେହେରା ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସମସ୍ତ ପ୍ରକାର ପୂଜା , ହୋମ,ଯଜ୍ଞ ବ୍ୟବସ୍ଥା ଅତି ଆଡମ୍ବର ସହକାରେ ସମାପନ କରାଯାଇ ଅଛି । ଏତବ୍ ବ୍ୟତୀତ ଗ୍ରାମ ର ନିତ୍ୟାନନ୍ଦ ସାହୁ,ଗୌତମ ନାୟକ , ସୁଶାନ୍ତ ସାହୁ,ସମେତ ଉତ୍ସାହୀ ଯୁବ ଗୋଷ୍ଠୀ, ମନ୍ଦିର ପରିଚାଳନା କମିଟି ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ ସହଯୋଗ କ୍ରମେ ଶାନ୍ତି ଶୃଙ୍ଖଳା ସହ ଶନିଦେବଙ୍କ ପ୍ରସାଦ ସେବନ କରାଯାଇଥିଲା। ପଣ୍ଡିତ ବିରଞ୍ଚି ନାରାୟଣ ରଥ ମହୋଦୟ ଙ୍କ ବୈଦିକ ମନ୍ତ୍ର, ଶ୍ଳୋକ, ହରିବୋଲ ହୁଳହୁଳି, ନାମ ସଙ୍କୀର୍ତ୍ତନ ଉକ୍ତ ପବିତ୍ର ପୀଠ ରେ ମୁଖରିତ ହୋଇ ଧର୍ମୀୟ ଭାବନା ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।ଏଠାରେ ଉଲ୍ଲେଖଯୋଗ୍ୟ ଯେ କାହିଁ କେଉଁ ଆବାହାନ କାଳରୁ ଉକ୍ତ ପବିତ୍ର ପୀଠ ରେ ଆଖ ପାଖ ତଥା ଦୂର ଦୁରାନ୍ତର ରୁ ଶତାଧିକ ମାନସିକ ଧାରି ମହିଳା ଏଠାକୁ ଆସି ବ୍ରତ କରି ଆସୁଛନ୍ତି ଓ ଗ୍ରହ ରାଜ ଙ୍କ ଆଶିଷ ଭିକ୍ଷା ଗ୍ରହଣ କରୁଛନ୍ତି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତ

Sunil Chandra Nayak

ଭୋଟର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ  

Sunil Chandra Nayak

Leave a Comment

error: Content is protected !!