ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ଅଂଚଳ କମିଟୀ ଓ ଗ୍ରାମ କମିଟୀ କର୍ମକର୍ତା ଚୟନ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘୁଚାଗୁଡା ଠାରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଠକ ମୁଖ୍ୟ ସଂଗଠକ ପରମେଶ୍ବର ବାରିକ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ପରାମର୍ଶ ଦାତା ଦେବ ସିଂ ନାଏକ, ବିଶ୍ବମ୍ବର ପ୍ରଧାନ, ମୁଖ୍ୟ ସମ୍ପାଦକ ଦିଲ୍ଲିପ କୁମାର ନାଏକ, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସହ ସଂଗଠକ ବିଭୁତି ଭୂଷଣ ବିଶି, କୋଷାଧ୍ୟକ୍ଷ ଶ୍ରୀବସ୍ଚ ବାରିକ ମଂଚାସୀନ ଥିବା ବେଲେ ଗ୍ରାମର ବରିଷ୍ଠ ବ୍ୟକ୍ତି ତୀର୍ଥବାସୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏ ଅବସରରେ ଘୁଚାଗୁଡା ନୂତନ ଅଂଚଳ କମିଟୀ ଓ ଗ୍ରାମ୍ୟ କମିଟୀ ଗଠିତ ହୋଇଯାଇଛି । ଅଂଚଳ କମିଟି ର ସଭାପତି ଭାବରେ ତୀର୍ଥବାସୀ ପ୍ରଧାନ, ଉପ ସଭାପତି ଭାବରେ କୁବେର ନାଏକ, ସମ୍ପାଦକ ଭାବରେ ରଣ ସିଂ ପ୍ରଧାନ, ସହ ସମ୍ପାଦକ କୈଳାଶ ପତି ନାଏକ, କୋଷାଧ୍ୟକ୍ଷ ତେଜଲାଲ ନାଏକ, କେନ୍ଦ୍ର ସଦସ୍ୟ ଭାବରେ ଦୁଇଜଣ ଶ୍ରୀକୃଷ୍ଣ ନାଏକ, ଭରତ ଭୁଷଣ ନାଏକ ଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। ଗ୍ରାମ କମିଟୀ ସଭାପତି ଭାବରେ ଧନୁର୍ଯ୍ୟ ନାଏକ, ଉପ ସଭାପତି କ୍ଷୀର ସିଂ ପ୍ରଧାନ, ସମ୍ପାଦକ – ଭାବରେ ପ୍ରଭୁଲାଲ ନାଏକ, ସହ ସମ୍ପାଦକ ଭାବରେ ବିଶ୍ବନାଥ ନାଏକ କୋଷାଧ୍ୟକ୍ଷ ଭାବରେ ବଳରାମ ପ୍ରଧାନ, ଅଂଚଳ ସଦସ୍ୟ ଭାବରେ ଦୁଧନାଥ ଓ ରୁଷଭ ପ୍ରଧାନ ଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। ସୂଚନା ଥାଉକି ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୨୭ ଗୋଟି ଅଂଚଳ ଥିବା ବେଲେ ଘୁଚାଗୁଡା ଗ୍ରାମର କ୍ଷତ୍ରୀୟ ବନ୍ଧୁ ମାନେ ନେହେନା ଅଂଚଳରେ ସାମିଲ ହୋଇ କାର୍ଯ୍ୟ ସମ୍ପାଦନ କରୁଥିଲେ। ଘୁଚାଗୁଡା ଗ୍ରାମରେ ୧୬୪ ପରିବାର ଥିବାରୁ ସେମାନେ ଏକ ନୂତନ ଅଂଚଳ କମିଟୀ ଗଠନ କରିବାକୁ ନୂତନ କୂଳପତି ଙ୍କୁ ଦରଖାସ୍ତ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାବାଳିକା ବେକରେ ଓଢଣୀ ଦେଇ ଆତ୍ମହତ୍ୟା

Sunil Chandra Nayak

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

Sunil Chandra Nayak

ପ୍ରତାପ କୁମାର ପଣ୍ଡା ଙ୍କ କବିତା ବୟସର ଅପରାହ୍ନେ

Sunil Chandra Nayak

Leave a Comment

error: Content is protected !!